ARTICLE AD BOX
ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ଆଜି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି। ଏହି ସମସ୍ତ ସାମଗ୍ରୀ ମାଓବାଦୀ ସଂଗଠନର ବୋଲି ଜିଲ୍ଲା ପୁଲିସ ସୂଚନା ଦେଇଛି।
ବିଏସ୍ଏଫ୍କୁ ମିଳିଲା ବଡ଼ ସଫଳତା: ସ୍ବାଭିମାନ ଅଂଚଳରେ ମାଓ ଡମ୍ପ୍ ଉଦ୍ଧାର
ନୂଆପଡ଼ା ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିବୃତି ଅନୁସାରେ, ଗୁଇନ୍ଦା ସୂଚନା ଆଧାରରେ ଜିଲ୍ଲା ସ୍ବେଚ୍ଛାସେବୀ ବଳ (ଡିଭିଏଫ୍), ସିଆର୍ପିଏଫ୍ର ୧୯ତମ ବାଟାଲିଅନ୍ର ବିଡି ଟିମ୍ ମିଳିତ ଭାବେ ପଟଧାରା ସଂରକ୍ଷିତ ଅଞ୍ଚଳର ବରପାଟ ଡଙ୍ଗରର ଘଞ୍ଚ ଜଙ୍ଗଲ ମଧ୍ୟରେ କମ୍ବିଂ ଓ ସର୍ଚ ଅଭିଯାନ ଚଳାଇଥିଲେ। ଏହି ଅଭିଯାନରେ ଜଙ୍ଗଲର ମଧ୍ୟଭାଗରୁ ଏକ ମାଓବାଦୀ ଡମ୍ପ ଠାବ ହୋଇଥିଲା। ଏହି ମାଓଡମ୍ପରେ ୨ଟି ଦେଶୀ ବନ୍ଧୁକ, ହାତତିଆରି କାରବାଇନ୍ ଓ ମାଗାଜିନ୍, ୨୯ଟି ଅଫୁଟା ଏକେ୪୭ ଗୁଳି, ଏସ୍ଏଲ୍ଆର୍ର ୫୪ଟି ଅଫୁଟା ଗୁଳି, ଦୁଇଟି ଟିଫିନ୍ ଆଇଇଡି, ୮ଟି ଜିଲାଟିନ୍ ଷ୍ଟିକ୍, ଗୋଟିଏ ମଲ୍ଟି ମିଟର, ଗୋଟିଏ ୧୨ଭୋଲ୍ଟ ବ୍ୟାଟେରି, ୧.୫ କିଲୋଗ୍ରାମ ଗନ୍ପାଉଡର, ୟୁରିଆ, ସୌରଶକ୍ତି ସଂଗ୍ରହ ପ୍ଲେଟ୍, କୋଡେକ୍ସ ତାର, ଲୁହାଗୁଳି ୧ କିଗ୍ରା, ମାଓବାଦୀ ପୋଷାକ, ଜୋତା, ରନ୍ଧା ବାସନ କୁସନ, ଔଷଧ କିଟ୍ ଆଦି ରହିଛି।
Maoist Dump କନ୍ଧମାଳରେ ଠାବ ହେଲା ମାଓଡମ୍ପ୍, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
୩୧ ମାର୍ଚ୍ଚ ୨୦୨୬ରେ ରାଜ୍ୟ ମାଓବାଦୀ ମୁକ୍ତ ହୋଇଛି ବୋଲି ଘୋଷିତ ହୋଇଥିଲା। ତେବେ ବର୍ତ୍ତମାନ ମଧ୍ୟ ଆତ୍ମସମର୍ପଣ କରିଥିବା ମାଓବାଦୀ ଓ ଗୁଇନ୍ଦା ସୂଚନା ଆଧାରରେ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ମାଓବାଦୀ ଆଡ୍ଡା ଉପରେ ଚଢ଼ାଉ କରାଯାଉଛି ବୋଲି ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

3 weeks ago
12


