Manipur violence: ୧୦ ଘର ଜାଳିବାର ଦିନକ ପରେ ଆଉ ୨୫ଟି ଘର ଜାଳିଦେଲେ

2 weeks ago 6
ARTICLE AD BOX

ଇମ୍ଫାଲ: ମଣିପୁରରେ ଗତ କିଛି ଦିନ ଧରି ପୁଣି ହିଂସା ତେଜିବାରେ ଲାଗିଛି। ମଣିପୁରର କାଙ୍ଗପୋକ୍‌ପି ଜିଲ୍ଲାରେ ଗତକାଲି ଇମ୍ଫାଲ-ତାମେଙ୍ଗଲଙ୍କ ରୋଡ୍‌ ସଂଲଗ୍ନ ଏକ ଗ୍ରାମରେ ଦୁର୍ବୃତ୍ତମାନେ ୧୦ ଘର ଜାଳିଦେବାପରେ ଆଜି ପୁଣି ୨୫ଟି ଘର ଜାଳି ଦେଇଛନ୍ତି। 

ତିପୋରମ ଗ୍ରାମରେ ଆଜି ମଧ୍ୟ କିଛି ଦୁର୍ବୃତ୍ତ ୨୫ଟି ଘରେ ନିଆଁ ଲଗାଇ ଦେଇଛନ୍ତି। ସେଥି ମଧ୍ୟରୁ ୫ଟି ଘର ନେପାଳୀ ସମ୍ପ୍ରଦାୟର। ସୋମବାର କିଛି ଅସ୍ତ୍ରଧାରୀ ଗୋଷ୍ଠୀ ତିଖାଙ୍ଗ କୁକି ଗ୍ରାମରେ ଆକ୍ରମଣ କରିଥିଲେ। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪ ଜଣ ଆହତ ହୋଇଥିଲେ। ଗୁଳିମାଡ଼ ପରେ ଏହି ଆକ୍ରମଣ ହୋଇଥିଲା ବୋଲି ପୁଲିସ ଅଧିକାରୀ କହିଛନ୍ତି। 

ତେବେ ମଙ୍ଗଳବାର ହୋଇଥିବା ପୋଡ଼ାଜଳାରେ କିଛି ଗାଡ଼ି ମଧ୍ୟ ଜଳି ଯାଇଛି। ଗୁଳିମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ତିପୋରମର ଗ୍ରାମବାସୀମାନଙ୍କୁ ହିଂସା ଉପୁଜିବାପରେ ୧୫ କିମି ଦୂର ମକୁଇକୁ ସ୍ଥାନାନ୍ତର କରାଯାଇଥିଲା। ସେମାନେ ଆଜି ପୁଣି ଗାଁକୁ ଫେରିଛନ୍ତି। 

Manipur: ମଣିପୁରରେ ପୁଣି ହିଂସା ତେଜିଲା: ୪ କୁକିଙ୍କୁ ହତ୍ୟା, ‌ଫେବ୍ରୁଆରିରୁ ଏଯାବତ୍ ମୃତ୍ୟୁସଂଖ୍ୟା ୩୬ରେ ପହଞ୍ଚିଲା

ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଘରେ ନିଆଁ ଲଗାଯିବା ସଂକ୍ରାନ୍ତରେ ପୂର୍ବରୁ ସୁରକ୍ଷାବାହିନୀ ନିକଟରେ ଖବର ଥିଲେ ମଧ୍ୟ ବୁଧବାର ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିଲା। ତେବେ ସୁରକ୍ଷାକର୍ମୀ ଏବଂ କର୍ତ୍ତୃପକ୍ଷମାନେ ଏଯାବତ ଏହି ଅଭିଯୋଗ ଉପରେ କୌଣସି ଟିପ୍ପଣୀ ରଖିନାହାନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.