Mamata Banerjee: ‘ମତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡ଼ିବ’: ବିଜେପିର ଦମନଲୀଳା ବିରୋଧରେ ଗର୍ଜିଲେ ମମତା ବାନାର୍ଜୀ

3 weeks ago 11
ARTICLE AD BOX

କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ ବିଜେପି (ଭାରତୀୟ ଜନତା ପାର୍ଟି) ଓ ଟିଏମସି (ତୃଣମୂଳ କଂଗ୍ରେସ) ମଧ୍ୟରେ ଚାଲିଥିବା ରାଜନୈତିକ ବିଦ୍ରୋହ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ନିରବତା ଭାଙ୍ଗିଛନ୍ତି। ଏକ ଭିଡିଓ ଜାରି କରି ବିଜେପି ଉପରେ ବର୍ଷିବା ସହ ଦଳକୁ ଭୟଭୀତ ଓ ଦମନ କରିବା ପାଇଁ ସମସ୍ତ ସୀମା ପାର କରିଥିବା ଅଭିଯୋଗ କରିଛନ୍ତି। ମମତା କହିଛନ୍ତି ମତେ ଚୁପ କରିବାକୁ ହେଲେ ମତେ ମାରିବାକୁ ପଡ଼ିବ, ଅବଶ୍ୟ ବିଜେପି ଏହା କରିବା ପାଇଁ କୌଣସି ଚେଷ୍ଟା ବାକି ରଖିନାହିଁ। ବିଜେପି ପକ୍ଷରୁ ମହୁଆ ମୈତ୍ରା, ଅଭିଷେକ ବାନାର୍ଜୀ ଓ କଲ୍ୟାଣ ବାନାର୍ଜୀଙ୍କ ଭଳି ବରିଷ୍ଠ ଟିଏମସି ନେତାମାନଙ୍କୁ କ୍ରମାଗତ ଭାବେ ଆକ୍ରମଣ କରାଯାଇଛି, ଏପରିକି ତାଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରାଯାଇଛି ବୋଲି ମମତା ଅଭିଯୋଗ କରିଛନ୍ତି।

Iran: ଖେମିନିଙ୍କ ଅନ୍ତିମ ସଂସ୍କାର ପରେ ଇରାନରେ ଶୁଣାଗଲା ବିସ୍ଫୋରଣ ଶବ୍ଦ: ଆମେରିକାର ଆକ୍ରମଣକୁ ଖଣ୍ଡନ

ଏହି ସଙ୍କଟ ଜନିତ ପରିସ୍ଥିତି ମଧ୍ୟରେ ମମତା ଆହୁରି କହିଛନ୍ତି ଯେ ପୁଲିସ ହେପାଜତରେ ତାଙ୍କ ଦଳର ନେତାମାନଙ୍କୁ ଅତି ଅମାନୁଷିକ ଓ ଅମାନବୀୟ ବ୍ୟବହାର କରାଯାଉଛି। ଅନେକ ସହକର୍ମୀଙ୍କୁ ଚଟାଣରେ ଶୁଆଇ ଦିଆଯାଉଛି, ଅଣ୍ଟାରେ ଦଉଡ଼ି ଓ ଗୋଡ଼ରେ ବେଡ଼ି ପକାଇ ଚଲାଯାଉଛି, କାହାକୁ ଲଣ୍ଡା କରାଯାଉଛି ତ କାହା ଉପରକୁ ଅତି ଅପବିତ୍ର ଜିନିଷ ଫିଙ୍ଗାଯାଉଛି, ଯାହା ବିଷୟରେ କହିବା ମଧ୍ୟ ଲଜ୍ଜାଜନକ। ଏହା ସତ୍ତ୍ୱେ ଟିଏମସି ନିଜର ରାଜନୈତିକ ଲଢ଼େଇ ଜାରି ରଖିବ ଏବଂ କାହାକୁ ଭୟ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହା ସହ ରାଜ୍ୟର କେତେକ ସରକାରୀ ସ୍କୁଲ୍ରେ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ମଧ୍ୟାହ୍ନ ଭୋଜନରୁ ଅଣ୍ଡା ହଟାଇ ନିରାମିଷ ଖାଦ୍ୟ ଦେବା ପାଇଁ ବିଜେପି ସରକାରଙ୍କ ନିଷ୍ପତ୍ତିକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ମମତା କହିଛନ୍ତି ଯେ ଗରିବ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ମିଳୁନାହିଁ, କିନ୍ତୁ ସରକାର କେବଳ ରାଜନୈତିକ ପ୍ରତିଶୋଧ ନେବାରେ ବ୍ୟସ୍ତ ଅଛନ୍ତି, ଯାହା ବେଙ୍ଗଲର ସଂସ୍କୃତି କେବେ ନଥିଲା। ସେ ନିଜର ୧୫ ବର୍ଷର ଶାସନ କାଳରେ କେବେ ପୁଲିସ ଦ୍ୱାରା ଏଭଳି କାର୍ଯ୍ୟ କରାଇନାହାନ୍ତି ବୋଲି କହିବା ସହ ଏହି ଯୋଜନାରେ ସାମିଲ ଥିବା ରୋଷେୟା ଓ ସହଯୋଗୀମାନେ ମଧ୍ୟ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପ୍ରକାଶ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.