ARTICLE AD BOX
ମୁମ୍ବାଇ: ମହାରାଷ୍ଟ୍ରରେ ଗତସପ୍ତାହରୁ ଜାରି ବର୍ଷା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାବେଳେ ଲୋକମାନେ ଏବେବି ନାନା ଦୁର୍ଦ୍ଦଶାରେ ଅଛନ୍ତି। ଅନେକ ଅଞ୍ଚଳରେ ବନ୍ୟା ପାଣି ପଶି ଯାଇଥିବାବେଳେ ରାସ୍ତାଘାଟ ନଷ୍ଟ ହୋଇଯାଇଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାବର୍ଷାଯୋଗୁଁ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାବେଳେ ଗୋଟିଏ ପରିବାରକୁ ମୃତଦେହ ସହିତ ଛାତ ଉପରେ ଚାରି ଘଣ୍ଟାଧରି ବସି ରହିବା ପରି ହୃଦୟ ବିଦାରକ ଘଟଣା ଏବେ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଜୁଲାଇ ୬ ତାରିଖରେ ପାଲଘର ଜିଲ୍ଲାର ଦେବୀପାଡ଼ାରେ ଅନୁସୟା ମନୋହର ଲିଲାକ୍କାଙ୍କର ମୃତ୍ୟୁ ହୋଇଥିଲା।
ଆହୁରି ପଢନ୍ତୁ :Madhya pradesh: ମଧ୍ୟପ୍ରଦେଶର ଦତିଆରେ ଭୟଙ୍କର ହିଂସା
ପରିବାର ଲୋକ ତାଙ୍କ ମୃତ୍ୟୁକୁ ନେଇ ଶୋକରେ ଥିବାବେଳେ ବନ୍ୟାଜଳ ସେମାନଙ୍କ ଘରେ ଦ୍ରୁତ ଗତିରେ ପ୍ରବେଶ କରିବାକୁ ଲାଗିଲା। ବନ୍ୟା ଜଳ ଯୋଗୁଁ ସେମାନେ ଘର ଭିତରରେ ରହି ନପାରି ଜୀବନ ବଞ୍ଚାଇବାକୁ ଛାତ ଉପରକୁ ଯିବାକୁ ପଡ଼ିଥିଲା। ଅନ୍ତିମ ସଂସ୍କାର ହୋଇନଥିବା ମୃତଦେହକୁ ମଧ୍ୟ ସେମାନେ ଟିଣ ଛାତ ଉପରକୁ ନେବାକୁ ବାଧ୍ୟ ହୋଇଥିଲେ। ପରିବାର ଲୋକଙ୍କୁ ସେମାନଙ୍କ ଜୀବନ ସହିତ ନିଜ ପ୍ରିୟଜନଙ୍କ ମୃତଦେହର ସୁରକ୍ଷା କରିବା ମଧ୍ୟ ଜରୁରୀ ଥିଲା।
ଆହୁରି ପଢନ୍ତୁ :Protest: ନେତାଙ୍କୁ ତୀବ୍ର ବିରୋଧ କଲେ ଜନତା; ମନ୍ଦିର ଯାଇ ନପାରି ଫେରିଗଲେ ମନ୍ତ୍ରୀ
ବନ୍ୟାଜଳ ଖସିବା ପରେ ଅନୁସୟାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଘଟଣାକୁ ନେଇ ଦେବୀପାଡାର ଲୋକମାନେ ପ୍ରଶାସନ ଉପରେ ଅତି ମାତ୍ରାରେ ଖପ୍ପା ଅଛନ୍ତି। ଏପର୍ଯ୍ୟନ୍ତ ସମ୍ପୃକ୍ତ ଶୋକସନ୍ତପ୍ତ ପରିବାରକୁ କ୍ଷତିପୂରଣ ବାବଦରେ କିଛି ପ୍ରଦାନ କରାଯାଇ ନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

3 weeks ago
12


