Maharashtra:ମହାରାଷ୍ଟ୍ର ବିଧାନ ପରିଷଦ ଉପାଧ୍ୟକ୍ଷ ନିର୍ବାଚିତ ହେଲେ ସଚିନ ଅହିର

1 month ago 13
ARTICLE AD BOX

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ ମଧ୍ୟରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ର ପୂର୍ବତନ ବିଧାନ ପରିଷଦ ସଦସ୍ୟ ସଚିନ ଅହିର ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଛାଡ଼ି ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗଦେବାର ମାତ୍ର ଦିନକ ପରେ ସେ ମହାୟୁତି ମେଣ୍ଟର ପ୍ରାର୍ଥୀ ଭାବେ ଏହି ପଦକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ଆହୁରି ପଢନ୍ତୁ :Odisha Cabinet decisions ରାଜ୍ୟ ମନ୍ତ୍ରିମଣ୍ଡଳର ୧୨ ଫୈସଲା: କେଜିରୁ ପିଜି ଶିକ୍ଷା ଦେୟ ମୁକ୍ତ, ୧୦ମ ଶ୍ରେଣୀ ଯାଏଁ ମଧ୍ୟାହ୍‌ଣ ଭୋଜନ

ମଙ୍ଗଳବାର ସଚିନ ଅହିର ହଠାତ୍ ଉଦ୍ଧବ ଠାକରେଙ୍କ ଶିବିର ଛାଡ଼ି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ଯୋଗ ଦେଇଥିଲେ। ସେହି ଦିନ ସେ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ପଦ ପାଇଁ ମନୋନୟନପତ୍ର ଦାଖଲ କରିଥିଲେ। ମହାୟୁତି ମେଣ୍ଟର ସମର୍ଥନ ଥିବାରୁ ଅନ୍ୟ କୌଣସି ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିନଥିଲେ। ଫଳରେ ବୁଧବାର ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ଆହୁରି ପଢନ୍ତୁ :Tamil Nadu:୩୫ କୋଟି ଟଙ୍କାର ପ୍ରଲୋଭନ ଦେଇ ବିଜୟ ସରକାରକୁ ଭାଙ୍ଗିବାକୁ ଷଡ଼୍‌ଯନ୍ତ୍ର ଅଭିଯୋଗ, ୩ ଗିରଫ


ସଚିନ ଅହିରଙ୍କ ଦଳବଦଳକୁ ଉଦ୍ଧବ ଠାକରେଙ୍କ ଦଳ ପାଇଁ ବଡ଼ ଝଟକା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସେ ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିଲେ ଏବଂ ଦଳର ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିଭାଉଥିଲେ। ତାଙ୍କର ଅଚାନକ ଦଳ ପରିବର୍ତ୍ତନ ମୁମ୍ବାଇ ସମେତ ରାଜ୍ୟର ରାଜନୈତିକ ସମୀକରଣ ଉପରେ ପ୍ରଭାବ ପକାଇବ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ନିର୍ବାଚନ ପରେ ଏକନାଥ ସିନ୍ଦେ ସଚିନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ସେ ଜଣେ ତୃଣମୂଳ ସ୍ତରର କର୍ମୀ ଏବଂ ତାଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା ବିଧାନ ପରିଷଦର କାର୍ଯ୍ୟକୁ ଆହୁରି ସୁଚାରୁ ଭାବେ ପରିଚାଳନା କରିବାରେ ସହାୟକ ହେବ। ଅନ୍ୟପକ୍ଷରେ ଉଦ୍ଧବ ଠାକରେଙ୍କ ଦଳ ସଚିନଙ୍କ ଦଳବଦଳକୁ ନେଇ ଆଇନଗତ ପଦକ୍ଷେପର ସମ୍ଭାବନା ଉପରେ ବିଚାର କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.