Maharaja Krushna Chandra Gajapati’s Legacy ଆଲୋଚନାଚକ୍ର: ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ପଦାଙ୍କ ୨୦୩୬ର ଉପାଦାନ ହେଉ

3 days ago 4
ARTICLE AD BOX

ଭୁବନେଶ୍ୱର / ପାରାଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହର ରାଜଦାଣ୍ଡ ସ୍ଥିତ ବିଶ୍ୱନାଥ ଫଙ୍କସନ ହଲ ଠାରେ ଭାଷା ଆନ୍ଦୋଳନ, ଓଡ଼ିଶା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଶବ୍ଦସ୍ପର୍ଶ ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲାରେ ଗଜପତି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଦେବଙ୍କ କୀର୍ତ୍ତି ଓ କୃତିତ୍ୱ ଉପରେ ୧୨ ଏବଂ ୧୩ ତାରିଖରେ ମହାରାଜଙ୍କ କୃତିତ୍ୱ ପରିଦର୍ଶନ କରିବା ସହିତ ଏକ କର୍ମଶାଳା ସହ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । 

ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାକୁ ଉଦ୍‌ଘାଟନ କରି ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରଫେସର ଦାସ ବେନହୁର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି ମହାରାଜାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ଗଠନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ବ୍ୟବସ୍ଥାର ବିକାଶ କ୍ଷେତ୍ରରେ ଗଜପତି ମହାରାଜାଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବା ସେ କହିଥିଲେ ।

gajapati-PKD

ବର୍ତ୍ତମାନ ତଥା ଆଗାମୀ ପିଢ଼ି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା ତଥା କାର୍ଯ୍ୟ ଜାଣିବା ଉଦ୍ଦେଶ୍ୟରେ ଏହି କର୍ମଶାଳାର ଉଦ୍ଦେଶ୍ୟ ବୋଲି ଭାଷା ଆନ୍ଦୋଳନ,ଓଡ଼ିଶାର ଆବାହକ ପବିତ୍ର ମହାରଥା ସ୍ପଷ୍ଟୋକ୍ତି ପ୍ରକାଶ କରିଥିଲେ।   

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଉତ୍କଳ ଏକତ୍ରୀକରଣର କର୍ଣ୍ଣଧାର

ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଗଜପତିଙ୍କ ସ୍ମୃତିଚାରଣ କରିବା ସହ ଅବଦାନ ଅନୁରୂପ ସରକାରୀ ସମ୍ମାନ ପାଇବାରୁ ମହାରାଜ ବଞ୍ଚିତ ହୋଇଥିବା ନେଇ  କ୍ଷୋଭ ପ୍ରକଟ କରିଥିଲେ । ଅନ୍ୟତମ ଅତିଥି ଭାବେ ଭାଜପା ମୂଖପାତ୍ର ତଥା ଶିକ୍ଷାବିତ୍ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ପାଠ୍ୟକ୍ରମରେ ଗଜପତିଙ୍କ ଅନୁକରଣୀୟ ଜୀବନୀକୁ ସ୍ଥାନିତ କରିବା ପାଇଁ ପ୍ରୟାସ ରଖିବେ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରଫେସର ଉଦୟନାଥ ସାହୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସ ଏବଂ ଆଧୁନିକ ଓଡ଼ିଶା ନିର୍ମାଣରେ ଗଜପତି ମହାରାଜାଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ‌‌ । ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର ନଟବର ଖୁଣ୍ଟିଆ, ଗବେଷକ ସତ୍ୟନାରାୟଣ ମହାପାତ୍ର, ଭାଷାବିତ୍ ଦେବାଶିଷ ମହାପାତ୍ର, ପ୍ରାଧ୍ୟାପିକା ବିଜୟଲକ୍ଷ୍ମୀ ଦାସ, ଶର୍ମିଷ୍ଠା ମହାପାତ୍ର, ଅଧ୍ୟାପକ କଳ୍ପତରୁ ନାୟକ ପ୍ରମୁଖ ଯୋଗଦେଇ ଗଜପତି ମହାରାଜାଙ୍କର ଓଡ଼ିଶା ଗଠନରେ ଅବଦାନ ଉପରେ ଆଲୋକପାତ କରିଥିଲେ । 

Sri Krushanchandra Gajapati Narayan Dev ନବଉତ୍କଳର ନିର୍ମାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ

ଏହି ସଭାରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଅଧ୍ୟାପିକା ସଂଘମିତ୍ରା ମହାପାତ୍ର,ସ୍ୱାଧୀନତା ସଂଗ୍ରାମରେ କାରାବରଣ କରିଥିବା ପ୍ରଥମ ମହିଳା ସରଳା ଦେବୀଙ୍କ ନାତୁଣୀ ନିବେଦିତା ମହାନ୍ତି ପ୍ରମୁଖ ଜିଗ ଦେଇଥିଲେ। ଏହି ଅବସରରେ ଓଡ଼ିଶା ଗଠନ ପରବର୍ତ୍ତୀ ପୃଷ୍ଠଭୂମିରେ  ଗଜପତିଙ୍କ ଭୂମିକା ପ୍ରତିପାଦନ ପୂର୍ବକ ସଚିତ୍ର ପୁସ୍ତକ ପ୍ରକାଶନ, ଶିକ୍ଷାନୁଷ୍ଠାନରେ ଆବଶ୍ୟକୀୟ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି, ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରଚାର ଓ ପ୍ରସାର, ବିକୃତ ବା ଅତିରଞ୍ଜିତ ଇତିହାସର ପୁନଃଲିଖନ ଇତ୍ୟାଦି ପ୍ରସ୍ତାବ ପାରିତ ହୋଇଥିଲା । ଏହି ସଭାରେ ୮୭୮ ଦିନର କଳାପତାକା ଅଭିଯାନ ରେ ସାମିଲ ହୋଇଥିବା ପ୍ରାୟ ୫୦ ରୁ ଅଧିକ ଭାଷା ଯୋଦ୍ଧା, ସମସ୍ତ ଶିକ୍ଷାବିତ ତଥା ପାରଳା ଗଜପତି ବିକାଶ ମଞ୍ଚକୁ ସମ୍ବର୍ଦ୍ଧିତ କରାଯାଇ ଉତ୍ସାହ ପ୍ରଦାନ କରାଯାଇଥିଲା। ସାଗର ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରଥିବା କରିଥିବା ବେଳେ ସମଗ୍ର କାର‌୍ୟ୍ୟକ୍ରମକୁ ରାଜକିଶୋର ପାଣିଗ୍ରାହୀ ଏବଂ ଭାଷା ଆନ୍ଦୋଳନ ,ଓଡିଶାର ଉପସଭାପତି ସାରଦା ମହାପାତ୍ର ପରିଚାଳନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.