ARTICLE AD BOX
ନୂଆଦିଲ୍ଲୀ: ଦେଶରେ ଗ୍ୟାସ୍ ସିଲିଣ୍ଡର ଉପଲବ୍ଧତାକୁ ନେଇ ଗତ କିଛିଦିନ ଧରି ସମସ୍ୟା ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ଗୋଟିଏ ସିଲିଣ୍ଡର ବୁକ୍ କରିବାର ୪୫ ଦିନ ପରେ ପରବର୍ତ୍ତୀ ସିଲିଣ୍ଡର ବୁକ୍ କରିବା ନିୟମ ଲାଗୁ କରାଯାଇଥିଲା। ଏବେ କେନ୍ଦ୍ର ସରକାରଏହି ନିୟମରେ ପୁଣି ପରିବର୍ତ୍ତନ କରିଛନ୍ତି।
କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ପର୍ଯ୍ୟଟନ ମନ୍ତ୍ରୀ ସୁରେଶ ଗୋପୀଙ୍କ ସୂଚନା ଅନୁସାରେ, ଏଣିକି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉଭୟରେ ଗ୍ୟାସ୍ ସିଲିଣ୍ଡର ବୁକିଂର ଅନ୍ତର ୨୫ ଦିନ ରହିବ। ସେପ୍ଟେମ୍ବର ୭ ସୋମବାରରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହୋଇଛି।ଅର୍ଥାତ୍, ଗୋଟିଏ ସିଲିଣ୍ଡର ବୁକ୍ କରିବା ପରେ ଦ୍ୱିତୀୟ ସିଲିଣ୍ଡର ପାଇଁ ଆଉ ୪୫ ଦିନ ଅପେକ୍ଷା କରିବାକୁ ପଡ଼ିବନି। ୨୫ ଦିନ ପରେ ଗ୍ରାହକ ପୁଣି ସିଲିଣ୍ଡର ବୁକ୍ କରିପାରିବେ।
ମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି ଯେ, ତୈଳ ବିପଣନ କମ୍ପାନିଗୁଡ଼ିକୁ ଏହି ପରିବର୍ତ୍ତନ ତୁରନ୍ତ ଲାଗୁ କରିବାକୁ କୁହାଯାଇଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତୈଳ କମ୍ପାନିଗୁଡ଼ିକ ଉପରେ ଚାପ ବଢ଼ିଥିଲା। ଏହି କାରଣରୁ ପୂର୍ବରୁ ସହରାଞ୍ଚଳରେ ୨୫ ଦିନ ଓ ଗ୍ରାମାଞ୍ଚଳରେ ୪୫ ଦିନର ବ୍ୟବଧାନ ରଖାଯାଇଥିଲା।ନୂଆ ନିୟମ ଲାଗୁ ହେବା ପରେ ବିଶେଷକରି ଅଧିକ ଗ୍ୟାସ୍ ଆବଶ୍ୟକ କରୁଥିବା ପରିବାରଗୁଡ଼ିକ ଆଶ୍ୱସ୍ତିଲାଭ କରିବେ। ଗ୍ୟାସ୍ ସିଲିଣ୍ଡର ବୁକିଂକୁ ନେଇ ଗ୍ରାହକଙ୍କ ସମସ୍ୟା ମଧ୍ୟ ହ୍ରାସ ପାଇବାର ବୋଲି ଆଶା କରାଯାଉଛି।

1 week ago
5


