Love Affair Odisha ବିବାହ ପରେ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ,  ଏବେ ପ୍ରେମିକ ଫେରାର୍‌, ଧାରଣାରେ ଯୁବତୀ

4 days ago 3
ARTICLE AD BOX

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ଜଣେ ବିବାହିତ ଯୁବକ  ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ବିକ୍ଷୋଭ ପ୍ରଦର୍ଶନ କରିଛି। ଗତ ତିନି ଦିନ ଧରି ପ୍ରେମିକା ବାରଣ୍ଡାରେ ପ୍ରେମିକା ଧାରଣା ଦେଇଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଚାଉଳମେନ୍ଦି ଗାଁରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। 

Crazy lover: ମଦ୍ୟପ ପାଗଳ ପ୍ରେମିକର ଉନ୍ମତ୍ତ କାଣ୍ଡ: ପ୍ରେମିକାକୁ ଡାକିବା ଦାବିରେ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ହଙ୍ଗାମା, ୪ ଘଣ୍ଟା ପରେ ଉଦ୍ଧାର

ମିଳିଥିବା ସୂଚନାନୁସାରେ, ଉଭୟ ଯୁବକ ଓ ଯୁବତୀ ବିବାହିତ। କିନ୍ତୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରେ ଯୁବକଜଣକ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ବର୍ତ୍ତମାନ ଉକ୍ତ ଯୁବତୀ ଜଣକ ନିଜର ପ୍ରଥମ ପତିକୁ ଛାଡ଼ିଛନ୍ତି। ବିବାହ ପାଇଁ କହିବାରୁ ଅଭିଯୁକ୍ତ ଯୁବକ ଫେରାର୍‌ ହୋଇଯାଇଛନ୍ତି।   

Wife Kills Husband: ଟଏଲେଟ୍ କ୍ଲିନର ଇଞ୍ଜେକ୍ସନ ଦେଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ: ପ୍ରେମିକ ସହ ୩ ଗିରଫ

ଯୁବକଙ୍କ ବିରୋଧରେ ପ୍ରେମିକା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସେ ଗିରଫ ହୋଇଥିଲେ।  ନିକଟରେ ସେ ଜାମିନରେ ମୁକୁଳିଛନ୍ତି। ତେବେ ଜାମିନରେ ଆସିବା ପରେ ବିବାହ କରୁନଥିବା ଓ ଧରାଛୁଆଁ ଦେଉନଥିବାରୁ ଯୁବତୀଜଣକ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। 
ଅପରପକ୍ଷରେ, ଯୁବକଙ୍କ ପରିବାର ଲୋକେ ପ୍ରେମିକାକୁ ଗ୍ରହଣ କରୁନାହାନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.