ARTICLE AD BOX
ସୋର:ବାଲେଶ୍ବରଜିଲ୍ଲା ଅନନ୍ତପୁର ଥାନା ଖେରଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗ୍ରିଲ ଭାଙ୍ଗି ତିନିଜଣ ଦୁର୍ବୃତ୍ତ ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟିଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ଗ୍ରାମର ରଘୁନାଥ କେସିଙ୍କ ପୁଅ ବିଦେଶରେ ରହୁଥିବା ବେଳେ ରଘୁନାଥ ତାଙ୍କ ସ୍ତ୍ରୀ , ବୋହୂ ଓ ଦୁଇ ନାତିନାତୁଣୀଙ୍କୁ ନେଇ ରୁହନ୍ତି।
ଗତକାଲି ରାତିରେ ତିନିଜଣ ଦୁର୍ବୃତ୍ତ ତାଙ୍କ ଘର ଗ୍ରିଲ କାଟି ଘରଭିତରକୁ ପଶିବା ସହିତ ଦୁଇ ଛୋଟ ପିଲାଙ୍କ ବେକରେ ଭୁଜାଲି ରଖି ଭୟଭୀତ କରିଥିଲେ। ପରେ ତାଙ୍କ ବୋହୂ ଗଡରେଜର ଚାବି ଦେବାରୁ ଗଡରେଜର ଥିବା ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୩୦ ହଜାର ଟଙ୍କା ଲୁଟିନେଇଥିଲେ। ଏନେଇ ଆଜି ସକାଳେ ଅନନ୍ତପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Odisha High Court: ପିପିଲି ଥାନା ଏସଆଇଙ୍କୁ ଭର୍ତ୍ସନା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

6 days ago
4


