Long-term development plan: ମୟୂରଭଞ୍ଜରେ ଦୀର୍ଘସ୍ଥାୟୀ ବିକାଶ ଯୋଜନା ବାଟବଣା: ଜଙ୍ଗଲ ପାଇଁ ଘରେ ଚୁଲି ଜଳୁଛି

1 month ago 12
ARTICLE AD BOX

ବଟକୃଷ୍ଣ ବିହାରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ଯୋଜନାରେ ବର୍ଷକୁ କୋଟିକୋଟି ଟଙ୍କାର ଅନୁଦାନ ଆସୁଛି। ହେଲେ ଆଦିବାସୀଙ୍କ ଆର୍ଥିକ ଓ ସାମାଜିକ ବିକାଶର ନାଁ ଗନ୍ଧ ନାହିଁ। ଏବେ ବି ଅଧିକାଂଶ ଗାଁରେ ମୌଳିକ ସୁବିଧା ପହଞ୍ଚି ନାହିଁ। ଆଦିବାସୀଙ୍କ ଦୀର୍ଘସ୍ଥାୟୀ ବିକାଶ ପାଇଁ ଗ୍ରିନ୍-ଏଜି ପ୍ରକଳ୍ପ ଆଶା ସଂଚାର କରିଥିଲା। ୫ ବର୍ଷରେ ୫୪.୪୫ କୋଟି ଖର୍ଚ୍ଚ ହେଲା। ତେବେ ଏହି ଟଙ୍କା କେଉଁଠି ଖର୍ଚ୍ଚହେଲା କେହି ଜାଣିପାରିଲେ ନାହିଁ। ପ୍ରଶାସନ ପାଖରେ ମଧ୍ୟ ଏହାର ତଥ୍ୟ ନାହିଁ। ଫଳରେ ଆଦିବାସୀବହୁଳ ଗାଁର ଲୋକେ ଜଙ୍ଗଲରୁ କାଠ ଓ ମହୁ ସଂଗ୍ରହ ନ କଲେ ଘରେ ଚୁଲି ଜଳୁନି। 

Construction: ନିର୍ମାଣ କାମ ପୂରା ହେବାର ମାସେ ନପୁରୁଣୁ ଡ୍ରେନ୍‌-ପୋଲରେ ଗର୍ତ୍ତ ସୃଷ୍ଟି

ଜୈବବିବିଧତା, ବନସମ୍ପଦର ସଂରକ୍ଷଣ ଏବଂ ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନକୁ ଅନୁସରଣ କରି ଆଦିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଏହି ଗ୍ରିନ୍-ଏଜି ପ୍ରକଳ୍ପର ମୂଳଲକ୍ଷ୍ୟ ଥିଲା। ୨୦୨୧-୨୨ରେ ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ଓଡ଼ିଶାରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ଓଡ଼ିଶାରୁ ଏକମାତ୍ର ଜିଲ୍ଲା ମୟୂରଭଞ୍ଜ ଏଥିରେ ସାମିଲ ହୋଇଥିଲା। ସ୍ୱତନ୍ତ୍ର ଟିମ୍ ମୟୂରଭଞ୍ଜ ଗସ୍ତ କରି ଶିମିଳିପାଳ ପାଦଦେଶର ବିଭିନ୍ନ ଗାଁକୁ ଯାଇ ସର୍ଭେ କରିଥିଲେ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଖାଦ୍ୟ ଓ କୃଷି ସଂଗଠନ ଏବଂ ମିଳିତ ଜାତିସଂଘ ସହଯୋଗରେ ଏହି ପ୍ରକଳ୍ପ କାମ ହୋଇଥିଲା। ରାଜ୍ୟର ମୃତ୍ତିକା ସଂରକ୍ଷଣ, ଜଳବିଭାଜିକା ଉନ୍ନୟନ ନିର୍ଦେଶାଳୟ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏହାର ତଦାରଖ କରୁଥିଲେ। ଶିମିଳିପାଳ ପାଶ୍ବବର୍ତ୍ତୀ ୧୭ ବ୍ଲକ୍‌ର ୧ ହଜାର ୭୬୦ଟି ଗାଁରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ସ୍ଥିର ହୋଇଥିଲା।

Low pressure formed: ସୃଷ୍ଟି ହେଲା ଲଘୁଚାପ: ୨ ଦିନ ପ୍ରବଳ ବର୍ଷା

ଯେଉଁଠି ଅର୍ଥ ଅଭାବରୁ ପ୍ରକଳ୍ପ ସଂପୂର୍ଣ୍ଣ ହେବାରେ ବିଳମ୍ବ  କିମ୍ବା ଆଦୌ ହୋଇପାରୁ ନାହିଁ; ସେଠାରେ ଏହି ଗ୍ରିନ୍-ଏଜି ପ୍ରକଳ୍ପ ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଇଥିଲା। ପ୍ରକଳ୍ପ କାମ ଚଳିତବର୍ଷ ଏପ୍ରିଲରେ ଶେଷ ହୋଇଛି ବୋଲି ତଦାରଖ ଟିମ୍‌ର ଜଣେ ଅଧିକାରୀ କହିଛନ୍ତି। ତେବେ ଏହି ସବୁ ଅର୍ଥ କେଉଁଠି ଖର୍ଚ୍ଚହେଲା ତାହା ସମ୍ପୃକ୍ତ ଗ୍ରାମବାସୀ ଜାଣିପାରିଲେ ନାହିଁ। ଏ ନେଇ ପିଠାବଟା ଗାଁର ଦିବ୍ୟଶଙ୍କର ମହାନ୍ତ ଓ ନେତ୍ର ଦେହୁରୀ କହନ୍ତି, ସର୍ଭେ ସମୟରେ ଅଧିକାରୀମା‌ନେ ଗାଁକୁ ଆସିଥିଲେ। ତା’ପରେ ଆଉ କାହାର ଦେଖାନାହିଁ। ସେହିଭଳି ବରେହିପାଣି ଗାଁର ଶରତ ଜେନା ଓ ମାମାଲି ମାରାଣ୍ଡି ଏହି ପ୍ରକଳ୍ପ କାମର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଏହି ପ୍ରକଳ୍ପ ସମ୍ପର୍କରେ ଅବଗତ ନଥିବା କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.