ARTICLE AD BOX
ଶାନ୍ତ ଦିଶୁଥିବା ପବନ
ବିଜୟ ରାୟ
ଆଖି ଅଛି
ଦେଖେ ନାହିଁ
କାନ ଅଛି
ଶୁଭେ ନାହିଁ
ହାତ ଅଛି
କରେ ନାହିଁ!
ନାହିଁ ନାହିଁର ଏ ଭଉଁରି ଭିତରେ
ମୁଁ, ମୁଁ ହୋଇ ଥାଏ ତ?
ନିଜକୁ ଅଣ୍ଡାଳିଚାଲେ
ଏଠି ସେଠି ହାତମାରେ
ଜାକିଜୁକି ହୋଇ
ଭାଙ୍ଗମୁଦ୍ରାରେ ମୋ ହାତ
ମୋ ପାଖକୁ ଫେରେ!
ଦେଖି ନଦେଖିବା ପରି
ଗାଲେଇଯାଏ କି ମୁଁ?
ଶୁଣି ନଶୁଣିବା ପରି
କାନ ଆଡ଼େଇନିଏ କି ମୁଁ?
ନକରିବାର ନିକମାପଣରେ
ହାତ ଫେରେଇନିଏ କି ମୁଁ?
ଆହୁରି ପଢ଼ନ୍ତୁ- Death: କନାକୁଣ୍ଡରେ ବୁଡ଼ି ନିଖୋଜ ମହିଳାଙ୍କ ମୃତଦେହ ୪୩ ଘଣ୍ଟା ପରେ ସାକୋବାହାଲ ଘାଟରୁ ଉଦ୍ଧାର
ଆଲିଙ୍ଗନର ସ୍ପର୍ଶ ସବୁକୁ
ଗୋଟିଗୋଟି କରି
ଛାତି ଭିତରେ ସାଇତି-
ରଖିଥାଏ...
ପଛେଇଯିବାକୁ ହୁଏ ଜାଣି,
ଆଗକୁ ଦେଖିଥାଏ...
ହାତ ବୁଲେଇଆଣେ ତ
ପିଠିରେ;
ଆଲିଙ୍ଗନ ସବୁ
ରକ୍ତଖିଆ ଛୁରୀ ହୋଇ
ଖସିପଡୁଥାଏ!
ସାପମାନଙ୍କ ସଙ୍ଗତରେ ଥିଲେବି,
ରକ୍ତର ରୁବାବୀ ମୋତେ
ମୁଁ କରି ରଖିଥାଏ!
ଭୁଲ୍କୁ ଭୁଲ୍
କହିପାରେନା ବୋଲି
ମରିବା ପୂର୍ବରୁ
ଶହ ଶହ ବାର
ମରିସାରିଥାଏ!
ଯୋଡ଼ିବା ଶିଖିଛି ବୋଲି
ସିଇଁଜାଣେ ସମ୍ପର୍କ
କାଟିପାରେନା କଟୂକ୍ତିରେ!
ଥଣ୍ଡା ପଡ଼ିଯାଇଥିବା ପାଉଁଶରେ,
ଶାନ୍ତ ଲାଗୁଥିବା ପବନ ଭିତରେ
ଲୁଚାଇ ରଖିଥିବା ବହିବାର ଭୀଷଣସ୍ରାବ;
ରତେ ନିଆଁକୁ
ଶିଖା କରିପାରେ!
ଆହୁରି ପଢ଼ନ୍ତୁ- IAEA Resolution: ଆଇଏଇଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଉତ୍ତର କୋରିଆ: ପରମାଣୁ ଶକ୍ତି ହ୍ରାସ ହେବ ନାହିଁ ବୋଲି ଧମକ ଦେଲେ କିମ୍ ଜୋଙ୍ଗଙ୍କ ଭଉଣୀ
ମୁଁ, ମୁଁ ହୋଇଥାଏ ତ,
ସେତେବେଳେ!
ବାର ବାର ନିଜକୁ ସଜାଡ଼େ।
ଆଖିର ଲୁହକୁ କେମିତି
ସବୁଜ କରିବାର କାରିଗରୀ
ମୋତେ ଜଣା;
ଜୀବନଠୁଁ ନିଶୁଳ୍କ
ଅସୁଲ ଆଦାୟ କଲାବେଳେ!
ତାକୁ ଏବେ
ଅନୁଜ୍ଜ୍ବଳ କିଏ କରିପାରେ?
ଯୋଉ ଆଲୁଅ
ଭିତରେ ଦିନରାତି ଜଳେ?
ମୋ: ୬୩୭୦୦୬୩୭୨୩
ଅଧିକ ଦେଖନ୍ତୁ-

18 minutes ago
1


