ARTICLE AD BOX
ବିଶ୍ୱାସର ନାଁ ପକ୍ଷୀ
ରାଜୀବ କୁମାର ଷଡ଼ଙ୍ଗୀ
ବିଶାଳ ଆକାଶ ଛାତିରେ
ମଳୟ ପବନ କୋଳରେ
ଚକ୍କର ମାରୁଥିବା ବିଶ୍ୱାସର ନାଁ
ପକ୍ଷୀ!
ସ୍ୱପ୍ନ ଓ ଆକାଂକ୍ଷାର ଦୁଇ ଡେଣା
ମେଲେଇ ଦିଏ ସେ
ଶୂନ୍ୟରେ... ମହାଶୂନ୍ୟରେ...!
ଘୂରିଯାଏ ନିମିଷରେ
ନଦନଦୀ, ସମୁଦ୍ର, ଜଙ୍ଗଲ
ଦେଶଦଶର ମଥାନରେ।
ତା’ ପାଇଁ ତ ଖୋଲାମେଲା
ବିଶ୍ୱ ଚୌହଦି।
ଆହୁରି ପଢ଼ନ୍ତୁ- Shahnaz Ilyas: ଗର୍ଭବତୀ ଥିବାବେଳେ କଲେ ୟୁପିଏସସି ପ୍ରସ୍ତୁତି: ପ୍ରଥମ ପ୍ରଚେଷ୍ଟାରେ ଆଇପିଏସ ଅଫିସର ହେଲେ ଶହନାଜ ଇଲିୟାସ
ନା ଥାଏ ସୀମାରେଖା
ଡେଇଁବାର ଭୟ
ବାରଣ ବି ନଥାଏ
ମନ୍ଦିର, ମସଜିଦ୍, ଗିର୍ଜା,
ଗୁରୁଦ୍ୱାରର ଗମ୍ବୁଜରେ
ନେବାକୁ ଆଶ୍ରୟ।
ନିର୍ବିକାର ନଶ୍ୱର ପ୍ରବାହର ନାଁ
ପକ୍ଷୀ!
ହଜେ ସେ ଅନ୍ୟର କାୟାରେ
ଅସ୍ତିତ୍ୱ ହଜାଏ ହାଏ, ମାୟାରେ
ଆଉ କା’ର
ହାଃ! ଅନେକ ଅନୁଭବ
ଦିନ ଆଉ ରାତି ପଣତରେ
ହଁ, ମୁକୁଳିତ ପୁଲକର ନାଁ
ପକ୍ଷୀ!
ମୋ: ୯୪୩୯୭୩୫୩୧୧
ଅଧିକ ଦେଖନ୍ତୁ-

4 weeks ago
8


