Liquor Seized: ଲଇକେରା ପୁଲିସର ବଡ଼ ସଫଳତା : ୩୨୦ ଲିଟର ଚୋରା ଦେଶୀ ମଦ ଜବତ, ଜଣେ ଗିରଫ

3 weeks ago 11
ARTICLE AD BOX

ଲଇକେରା: ନିଶାମୁକ୍ତଓଡ଼ିଶା ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ପୁଲିସ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଲଇକେରା ପୁଲିସ ବୁଧବାର ଏକ ବଡ଼ ସଫଳତା ହାସଲ କରିଛି। ଲଇକେରା ଥାନା ବରହାମୁଣ୍ଡା ଗ୍ରାମରେ ଚଢ଼ାଉ କରି ପୁଲିସ ବହୁ ପରିମାଣର ଚୋରା ଦେଶୀ ମଦ, ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ପୁଲିସର ସୂଚନା ଅନୁଯାୟୀ, ଚଢ଼ାଉ ସମୟରେ ୬ଟି ବଡ଼ ପ୍ଲାଷ୍ଟିକ ଜାର ଓ ଗୋଟିଏ ସ୍ୱଚ୍ଛ ପଲିଥିନରେ ସଂରକ୍ଷିତ ପ୍ରାୟ ୩୨୦ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଥିଲା। ଏହାସହ ମଦ ପ୍ରସ୍ତୁତିରେ ବ୍ୟବହୃତ ୩ଟି ଆଲୁମିନିୟମ ଡେକଚି ଏବଂ ଏକ ପ୍ଲାଷ୍ଟିକ ପାଇପକୁ ମଧ୍ୟ ଜବତ କରାଯାଇଛି। ଘଟଣାସ୍ଥଳରେ ଥିବା ପ୍ରାୟ ୪ କ୍ୱିଣ୍ଟାଲ ମହୁଲ ପୋଚକୁ ଆଇନଗତ ପ୍ରକ୍ରିୟା ଅନୁସାରେ ନଷ୍ଟ କରାଯାଇଥିଲା। ଏହି ଘଟଣାରେ ବରହାମୁଣ୍ଡା ଗ୍ରାମର ତ୍ରିଲୋଚନ କିଷାନ (୨୮)ଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଲଇକେରା ଥାନାରେ ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କୁ ଅଦାଲତ ଚାଲାଣ କରାଯାଇଛି।

ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ

ବେଆଇନ ମଦ ଓ ନିଶାଦ୍ରବ୍ୟ କାରବାର ବିରୋଧରେ ଜିଲ୍ଲାବ୍ୟାପୀ ଗୁଇନ୍ଦା ସୂଚନା ଆଧାରିତ ଚଢ଼ାଉ, ପ୍ରତିଷେଧମୂଳକ ପଦକ୍ଷେପ ଓ ଜନସଚେତନତା କାର୍ଯ୍ୟକ୍ରମ ଆହୁରି ଜୋରଦାର କରାଯିବ। ବେଆଇନ ମଦ ପ୍ରସ୍ତୁତି, ଗଚ୍ଛିତ ରଖିବା, ପରିବହନ କିମ୍ବା ବିକ୍ରି ସମ୍ପର୍କରେ କୌଣସି ବିଶ୍ୱସନୀୟ ସୂଚନା ଥିଲେ ତୁରନ୍ତ ପୁଲିସକୁ ଅବଗତ କରିବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ କରାଯାଇଛି। ଜନସୁରକ୍ଷା ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଲଇକେରା ଥାନାଧିକାରୀ କୃଷ୍ଣ ଚନ୍ଦ୍ର ମେହେର କହିଛନ୍ତି ।

ଆହୁରି ପଢନ୍ତୁ :CHSE: ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା କଟ୍-ଅଫ୍, ରେଭେନ୍ସା ପ୍ରଥମ ପସନ୍ଦ

Read Entire Article
LEFT SIDEBAR AD

Hidden in mobile, Best for skyscrapers.