Less rain today: ଆଜିଠୁ କମ୍‌ ବର୍ଷା, ଜୁଲାଇ ପ୍ରଥମ ୬ ଦିନରେ ୨୭୭%ରୁ ଅଧିକ ବର୍ଷା

4 weeks ago 13
ARTICLE AD BOX

ଭୁବନେଶ୍ବର: ରାଜ୍ୟରେ ଆଜି ବର୍ଷାର ପ୍ରକୋପ କମିଥିଲା। ‌ଦକ୍ଷିଣ ଝାଡ଼ଖଣ୍ଡ  ଓ ସଂଲଗ୍ନ ଉତ୍ତର ଆଭ୍ୟନ୍ତର ଓଡ଼ିଶା ଉପରେ ରହିଥିବା ଅବପାତ ଏବେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି। ଏହା ଆସନ୍ତା ୨୪ ଘଣ୍ଟାରେ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ପୂର୍ବ ଉତ୍ତରପ୍ରଦେଶ ଓ ପୂର୍ବ ମଧ୍ୟପ୍ରଦେଶ ହୋଇ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ ଏବଂ ଓଡ଼ିଶାଠାରୁ ଦୂରେଇ ଯିବ। ଫଳରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା କମିବ। କେନ୍ଦୁଝର ଓ ମୟୂରଭଞ୍ଜର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।

NiravModi: ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରାୟ ନିଶ୍ଚିତ: ଶେଷ ଆଇନଗତ ଲଢ଼େଇ ହାରିଲେ

ଅନ୍ୟସବୁଠାରେ କାଁ ଭାଁ ବର୍ଷା ସମ୍ଭାବନା ରହୁଛି। ରାଜ୍ୟରେ ଏହାପରେ ପାଗ ପ୍ରାୟତଃ ଶୁଖିଲା ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ଜୁଲାଇ ୧ରୁ ୬ ଜୁଲାଇ ମଧ୍ୟରେ ଦେଶରେ ସ୍ବାଭାବିକଠାରୁ ୪୧% ଅଧିକ ବର୍ଷା ହୋଇଯାଇଛି। ରାଜ୍ୟରେ ଏହି ଅବଧି ମଧ୍ୟରେ ୨୧୩.୧ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୫୬.୫ ମିମି ତୁଳନାରେ ୨୭୭% ଅଧିକ। ଜୁଲାଇ ମାସର ୩୧ ଦିନର ସ୍ବାଭାବିକ ବର୍ଷା ୩୪୧ ମିମିର ୬୨% ପ୍ରଥମ ୬ ଦିନରେ ହିଁ ହୋଇଯାଇଥିବା ତଥ୍ୟ କହୁଛି।

Lalkila: ଲାଲକିଲ୍ଲା ବିସ୍ଫୋରଣ ମାମଲା: ୧୧ ପୀଡ଼ିତଙ୍କ ଫରେନ୍ସିକ ରି‌ପୋର୍ଟ ଦାଖଲ କଲା ଏନ୍‌ଆଇଏ

ଏଥିସହ ରାଜ୍ୟରେ ଗତ ୪୮ ଘଣ୍ଟା ଧରି ମୌସୁମୀ ଅତ୍ୟଧିକ ସକ୍ରିୟ (ଦୈନିକ ହାରାହାରି ବର୍ଷାଠାରୁ ୪ ଗୁଣା କିମ୍ବା ତା’ଠାରୁ ଅଧିକ) ହେତୁ ଜୁନ୍‌ ମାସର ୪୭% ନିଅଣ୍ଟିଆ ବର୍ଷା ସ୍ଥିତି ଭରଣ ହେବା ସହ, ୧ ଜୁନ୍‌ରୁ ୬ ଜୁଲାଇ ସୁଦ୍ଧା ରାଜ୍ୟରେ ୩୨୩.୪ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୨୬୫.୮ ମିମି ତୁଳନାରେ ୨୨% ଅଧିକ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.