Leptospirosis: ବର୍ଷା ଋତୁରେ ଲେପ୍ଟୋସ୍ପାଇରୋସିସ୍ ସଂକ୍ରମଣ

2 weeks ago 9
ARTICLE AD BOX

ଚଳିତ ବର୍ଷ ମୌସୁମୀ ବାୟୁର ପ୍ରବେଶ ସହ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା। ଏହି ସମୟରେ ସ୍ବାସ୍ଥ୍ୟ ଅଧିକାରୀମାନେ ଲେପ୍ଟୋସ୍ପାଇରୋସିସ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରିଛନ୍ତି। ଏହା ଏକ ବ୍ୟାକ୍ଟେରିଆଜନିତ ରୋଗ ଏବଂ ସାଧାରଣତଃ ବର୍ଷାଦିନେ ବ୍ୟାପିଥାଏ। ଯେତେବେଳେ ଜଣେ ମୂଷାର ପରିସ୍ରା ଦ୍ବାରା ଦୂଷିତ ପାଣି କିମ୍ବା ମାଟି ସଂସ୍ପର୍ଶରେ ଆସେ, ସେତେବେଳେ ଏହି ରୋଗ ବ୍ୟାପିଥାଏ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଲେପ୍ଟୋସ୍ପାଇରୋସିସ୍‌ ହେଉଛି ବିଶ୍ବର ସବୁଠାରୁ ସାଧାରଣ ଜୁନୋଟିକ୍‌ ରୋଗ ମଧ୍ୟରୁ ଅନ୍ୟତମ। ଏହା ବି‌େଶଷ କରି ପ୍ରବଳ ବର୍ଷା ଓ ବନ୍ୟା ସମୟରେ ପ୍ରମୁଖ ଜନସ୍ବାସ୍ଥ୍ୟ ସମସ୍ୟାର ରୂପ ନେଇଥାଏ। ଡାକ୍ତରଙ୍କ କହିବା ଅନୁସାରେ, ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିବା ଅତି ଜରୁରି, ନଚେତ ଏହା ସଂଘାତିକ ରୂପ ନେଇପାରେ।

Plantation: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍‌ ପ୍ରିଭେନ୍‌ସନ୍ ଅନୁଯାୟୀ, ଦୂଷିତ କାଦୁଅ କିମ୍ବା ଜଳ ସଂସ୍ପର୍ଶରେ ଆସିଲେ ଏହି ବ୍ୟାକ୍ଟେରିଆ ଚର୍ମ, ପାଟି, ନାକ ଓ ଆଖି ଦେଇ ଶରୀରକୁ ପ୍ରବେଶ କରି ସଂକ୍ରମିତ କରିଥାଏ। ମୂଷାମାନଙ୍କ ସହିତ ଏହି ଜୀବାଣୁ ପ୍ରାୟତଃ କୁକୁର, ଗୋରୁଗାଈ ଓ ଘୁଷୁରିଙ୍କ ଦ୍ୱାରା ମଧ୍ୟ ବ୍ୟାପିଥାଏ।

ଲେପ୍ଟୋସ୍ପାଇରା ପ୍ରଜାତିର ବ୍ୟାକ୍ଟେରିଆ ଲେପ୍ଟୋସ୍ପାଇରୋସିସ୍‌ ପାଇଁ ଦାୟୀ। ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍‌ ପ୍ରିଭେନ୍‌ସନ୍ ଅନୁଯାୟୀ, ଦୂଷିତ କାଦୁଅ କିମ୍ବା ଜଳ ସଂସ୍ପର୍ଶରେ ଆସିଲେ ଏହି ବ୍ୟାକ୍ଟେରିଆ ଚର୍ମ, ପାଟି, ନାକ ଓ ଆଖି ଦେଇ ଶରୀରକୁ ପ୍ରବେଶ କରି ସଂକ୍ରମିତ କରିଥାଏ। ମୂଷାମାନଙ୍କ ସହିତ ଏହି ଜୀବାଣୁ ପ୍ରାୟତଃ କୁକୁର, ଗୋରୁଗାଈ ଓ ଘୁଷୁରିଙ୍କ ଦ୍ୱାରା ମଧ୍ୟ ବ୍ୟାପିଥାଏ। ପ୍ରବଳ ବର୍ଷା ସମୟରେ ଯେଉଁମାନେ ସୁରକ୍ଷିତ ଜୋତା ନପିନ୍ଧି ବନ୍ୟା ପାଣିରେ ଚାଲନ୍ତି, ସେମାନଙ୍କ ସମେତ ସଫେଇ କର୍ମଚାରୀ, ଉଦ୍ଧାରକାରୀ ଦଳ ଓ ଚାଷୀ ସହଜରେ ଏଭଳି ସଂକ୍ରମଣର ଶିକାର ହୋଇଥାନ୍ତି। ପ୍ଟୋସ୍ପାଇରୋସିସ୍‌ର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ଇନ୍‌ଫ୍ଲୁଏଞ୍ଜା କିମ୍ବା ଅନ୍ୟ ସାଧାରଣ ଋତୁକାଳୀନ ରୋଗ ଭଳି ହୋଇପାରେ। ଏହାର ସାଧାରଣ ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଉଛି, ଜ୍ବର ସହିତ ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ଅତ୍ୟଧିକ କ୍ଲାନ୍ତି ଓ ଶୀତ ଲାଗିବା ତଥା ବାନ୍ତି ଭଳି ସମସ୍ୟା। ଡବ୍ଲୁଏଚ୍‌ଓ ଅନୁଯାୟୀ, ଏହି ସଂକ୍ରମଣ କିଡ୍‌ନି, ଲିଭର୍‌, ଫୁସ୍‌ଫୁସ୍‌ କିମ୍ବା ମସ୍ତିଷ୍କକୁ ପ୍ରଭାବିତ କରିପାରେ। କେତେକ କ୍ଷେତ୍ରରେ ଏହାଦ୍ବାରା ଅଭ୍ୟନ୍ତରୀଣ ରକ୍ତସ୍ରାବ, ମେନିଞ୍ଜାଇଟିସ୍‌, କିଡ୍‌ନି ଫେଲ୍‌ ହେବା ଭଳି ସ୍ଥିତି ଉପୁଜିପାରେ। ତେଣୁ ଦୂଷିତ ଜଳ, ମାଟି ଓ ପରିବେଶ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଠାରେ ଉପରୋକ୍ତ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍।   

Judgement: ମାନବ ଚାଲାଣକାରୀଙ୍କୁ ବଡ଼ ଝଟକା; ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ

ଲେପ୍ଟୋସ୍ପାଇରୋସିସ୍ ଯେକୌଣସି ବ୍ୟକ୍ତିଙ୍କୁ ହୋଇପାରେ। କିନ୍ତୁ ଯେଉଁମାନେ ବାରମ୍ବାର ବନ୍ୟା ଜଳ ସଂସ୍ପର୍ଶରେ ଆସିଥାନ୍ତି, ସେମାନେ ଅଧିକ ବିପଦରେ ଥାନ୍ତି। ଏହା ବ୍ୟତୀତ ଚର୍ମରେ କଟା ଚିହ୍ନ କିମ୍ବା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକ ମଧ୍ୟ ସହଜରେ ସଂକ୍ରମିତ ହୋଇପାରନ୍ତି। ବିଭିନ୍ନ ଉପାୟ ଦ୍ୱାରା ଏହି ବିପଦକୁ ହ୍ରାସ କରାଯାଇପାରିବ। ୱାଟର୍‌ପ୍ରୁଫ୍ ବୁଟ୍ ଓ ଗ୍ଲୋଭ୍‌ସ ବ୍ୟବହାର, ଖୋଲା କ୍ଷତ ସ୍ଥାନରେ ୱାଟର୍‌ପ୍ରୁଫ୍ ବ୍ୟାଣ୍ଡେଜ୍ ଲଗାଇବା, ହାତକୁ ଭଲ ଭାବରେ ସଫା ରଖିବା ଓ ଶୀଘ୍ର ଓଦା ପୋଷାକକୁ ବଦଳାଇବା ଭଳି ପଦକ୍ଷେପ ନେଇ ଏହାକୁ ରୋକାଯାଇପାରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.