Land of Kapilaswar Mahadev: ମାଡ଼ି ବସିଲେଣି କପିଳେଶ୍ବର ମହାଦେବଙ୍କ ଜମି: ୮ ମାସ ତଳୁ ଚିଠି କଲେଣି ଉପଜିଲ୍ଲାପାଳ, ଶୁଣୁନାହାନ୍ତି ତହସିଲଦାର

3 weeks ago 10
ARTICLE AD BOX

ଭୁବନେଶ୍ବର/ ବାଲିଅନ୍ତା ବଜାର: ଏକାମ୍ର କ୍ଷେତ୍ରର ଅନ୍ୟତମ ଅଧିଷ୍ଠାତା ପ୍ରଭୁ କପିଳେଶ୍ବର ମହାଦେବଙ୍କ ଜମିକୁ ମାଡ଼ି ବସିଲେଣି ଜମି ଦଲାଲ। ଏହାକୁ ନିଜ ନାମରେ ରେକର୍ଡଭୁକ୍ତ କରି ଅନ୍ୟକୁ ବିକ୍ରି ବି କରୁଛନ୍ତି। ଏ ଉପରେ ଅଭିଯୋଗ ପରେ ଭୁବନେଶ୍ବର ଉପଜିଲ୍ଲାପାଳ ୮ ମାସ ତଳୁ ସଂପୃକ୍ତ ତହସିଲଦାରଙ୍କୁ ଚିଠି କଲେଣି। ଜମିର ରେକର୍ଡ ଓ ସ୍ଥିତାବସ୍ଥା ଜଣାଇବାକୁ କହିଲେଣି। କିନ୍ତୁ ତହସିଲଦାର ଏହାକୁ ଶୁଣିବାକୁ ନାରାଜ। ଏଣୁ ଏହା ଉପରେ ରିମାଇଣ୍ଡର ଦିଆଯିବ ବୋଲି ଭୁବ‌ନେଶ୍ବର ଉପଜିଲ୍ଲାପାଳ ଡ. ମନୋରଂଜନ ସାହୁ କହିଛନ୍ତି।

Reality shows: ସାମାଜିକ ଗଣମାଧ୍ୟମରୁ ରିଆଲିଟି ସୋ

ଅଭିଯୋଗ କଲା ଏକାମ୍ର ଜନ ଜାଗରଣ ମଞ୍ଚ

ସେପଟେ କପିଳେଶ୍ବର ମହାଦେବଙ୍କ ଏକ ଜମିର ଜବରଦଖଲ ଓ ତଞ୍ଚକତା ପୂର୍ବକ ରେକର୍ଡ ଅନ୍ୟନାମକୁ ସଂଶୋଧନ କରାଯାଇଥିବା ନେଇ ଏକାମ୍ର ଜନ ଜାଗରଣ ମଞ୍ଚ ଅଭିଯୋଗ କରିଛି। ଏ ସଂପର୍କରେ ମଞ୍ଚ ଭୁବନେଶ୍ବର ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ଘଟଣାର ବିଧିବଦ୍ଧ ତଦନ୍ତ ଦାବି କରିଛି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି, ଶ୍ରୀ କପିଳେଶ୍ବର ମହାଦେବଙ୍କ ମନ୍ଦିର ପରିଚାଳନା ପାଇଁ ସେବାୟତଙ୍କ ନାମରେ ପ୍ରାଚୀନ କାଳରୁ ବିପୁଳ ପରିମାଣର ଜମି ଖଞ୍ଜା ରହିଛି। ସେଥିମଧ୍ୟରୁ ବାଲିଅନ୍ତା ଥାନା ବାଲିଅନ୍ତା ତହସିଲ ଅନ୍ତର୍ଗତ ପ୍ରତାପରୁଦ୍ରପୁର ମୌଜାରେ କଳିଳେଶ୍ବର ମହାଦେବଙ୍କ ନାମରେ ଥିବା ୧ ଏକର ୧୯୦ ଡେସିମିଲ୍‌ ଜମି ରହିଛି, ଯାହାର ମାର୍ଫତଦାର ଜଣେ ସେବାୟତ ରହିଛନ୍ତି। କିନ୍ତୁ ଏହାକୁ କିଛି ଜବରଦଖଲକାରୀ ମାଡ଼ି ବସିଛନ୍ତି। ସ୍ଥାନୀୟ ଲୋକେ ବିରୋଧ କରିବାରୁ ଏମାନେ ଆକ୍ରମଣ କରୁଛନ୍ତି। ଏଭଳି ହେଲେ, ଆଖପାଖରେ ଥିବା ଦେବୋତ୍ତର ଜମି ବି ଜବରଦଖଲକୁ ଚାଲିଯିବ। ଏଣୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ପୁନରୁଦ୍ଧାର ଯୋଜନା ଭଳି କପିଳେଶ୍ବର ମହାଦେବଙ୍କ ଜମି ପୁନରୁଦ୍ଧାର ପ୍ରସ୍ତାବ ରହିଛି। ଏଣୁ ଏହି ଜବରଦଖଲ ଜମିକୁ ଜବରଦଖଲମୁକ୍ତ କରିବାକୁ ମଞ୍ଚ ଦାବି କରୁଛି।

Permanent faculty: ପ୍ରଶିକ୍ଷଣଠାରୁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି, ସବୁ ବନ୍ଦ: କେମିତି ହେବ ଛଉ ନୃତ୍ୟର ବିକାଶ!

ଏହି ଅବସରରେ ମଞ୍ଚ ପକ୍ଷରୁ ସାଧାରଣ ସଂପାଦକ ଗଣେଶ ଚନ୍ଦ୍ର ପାଲ୍‌, ଆଇନଜୀବୀ ଶୁଭ୍ରାଂଶୁ ଶେଖର ଜେନା, ଅଶୋକ ବଡ଼ପଣ୍ଡା, ସୁଲତା ସାହାଣୀ, ଭୂପେଶ ନାୟକ, ଜଗବନ୍ଧୁ ଗୋଚ୍ଛାୟତ, ମିଲିଟନ୍‌ ଦାସ, ଆଶିଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଡ. ସାହୁ କହିଛନ୍ତି, କେବଳ ଏହି ଗୋଟିଏ ମାମଲା ନାହିଁ, କପିଳେଶ୍ବର ମହାଦେବଙ୍କ ନାମରେ ଖୋର୍ଦ୍ଧା ଜିଲ୍ଲାର ୨ଟି ତହସିଲ, ପୁରୀ ଜିଲ୍ଲାର ୨ଟି ତହସିଲ, କଟକ ଜିଲ୍ଲାର ଗୋଟିଏ ତହସିଲରେ ବହୁ ଜମି ରହିଛି। ସବୁ ଜମିକୁ କପିଳେଶ୍ବର ମହାଦେବଙ୍କ ନାମକୁ ଫେରାଇ ଆଣିବାକୁ ଓ ସବୁ ଜମିର ସ୍ଥିତାବସ୍ଥା ଜଣାଇବାକୁ ଗତବର୍ଷ ସଂପୃକ୍ତ ତହସିଲଦାରମାନଙ୍କୁ ଚିଠି କରାଯାଇଥିଲା। କିନ୍ତୁ ତହସିଲଦାରମାନେ ଶୁଣୁନାହାନ୍ତି କି ଏହାର କୌଣସି ପ୍ରତିଉତ୍ତର ରଖିନାହାନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.