ARTICLE AD BOX
ଭବାନୀପାଟଣା(ଦେବେନ୍ଦ୍ର କୁମାର ବିଶି): ବହୁ ପ୍ରତୀକ୍ଷିତ ଜୁନାଗଡ଼-ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ସରକାରୀ ନାଲିଫିତା ତଳେ ଅଟକି ରହିଛି। ଜମି ଅଧିଗ୍ରହଣ ନେଇ ନବରଙ୍ଗପୁର ଜିଲ୍ଲାରେ ‘୨୦-ଇ’ ଶେଷ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାରେ ‘୨୦-ଏ’ରେ ନୂଆ ରେଳପଥର ଭାଗ୍ୟ ଝୁଲୁଛି। କେବେ ଅଧିଗ୍ରହଣ ଶେଷ ହେବ ଓ ୨ ଜିଲ୍ଲାବାସୀଙ୍କ ସ୍ବପ୍ନ ପୂରଣ ହେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ରୋଡ୍ରୁ ନବରଙ୍ଗପୁର ପର୍ଯ୍ୟନ୍ତ ୧୧୬.୨୧ କିମି ରେଳପଥ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୮୬୫ କୋଟି ଟଙ୍କା ମଞ୍ଜୁର ହୋଇଛି।
Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ
ପ୍ରକଳ୍ପ ଲାଗି ୩୭୬.୬୪ ହେକ୍ଟର ଘରୋଇ ଜମି ଅଧିଗ୍ରହଣ କରାଯିବ। ସେହିଭଳି ୫୮.୮୭ ହେକ୍ଟର ସରକାରୀ ଜମି ରହିଛି। ୩୫୧.୬୮ ହେକ୍ଟର ଜଙ୍ଗଲ ଜମିରେ ଅନୁମତି ଆବଶ୍ୟକ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ଗତ ଜୁନ ୨ ତାରିଖ ସୁଦ୍ଧା ଜମି ଅଧିଗ୍ରହଣ ‘୨୦-ଇ’ରେ ପହଞ୍ଚିଛି। ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ତହସିଲର ଆଉଁଲି, ବଙ୍କାସରଗି, ଚନ୍ଦନପଲା, ଧନସୁଲି, ଡୋକରିବେରା, ଗଦବାକଟାରା, ହିର୍ଲି ଓ ଝାରକୁସୁମି ଗାଁରେ ଜମି ଅଧିଗ୍ରହଣ ଜାରି ରହିଛି।
Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାରେ ଗତ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ‘୨୦-ଏ’ ବିଜ୍ଞପ୍ତି ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲାରେ ଜମି ଅଧିଗ୍ରହଣ ପାଇଁ ୩ଟି ଦଳ ଓ ନବରଙ୍ଗପୁର ଜିଲ୍ଲା ପାଇଁ ମଧ୍ୟ ୩ଟି ଦଳ ଏଭଳି ସମୁଦାୟ ୬ଟି ଦଳ ଗଠନ କରାଯାଇ ଘରୋଇ ଜମି, ସରକାରୀ ଜମି ଓ ଜଙ୍ଗଲ ଜମି ସର୍ଭେ କରାଯାଉଛି। ଜମି ଅଧିଗ୍ରହଣ ପାଇଁ ବ୍ୟୟବରାଦ ସରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇ ନଥିବା ଯୋଗୁଁ କ୍ଷତିପୂରଣ ପାଇ ପାରିନାହାନ୍ତି। ବର୍ତ୍ତମାନ ବର୍ଷା ଯୋଗୁଁ ଜମି ଅଧିଗ୍ରହଣ କାମ ଅଟକି ଯାଇଛି। ନବରଙ୍ଗପୁର ଜିଲ୍ଲାରେ ଜମି ଅଧିଗ୍ରହଣ ପାଇଁ ଅଧିକ ତତ୍ପରତା ପ୍ରକାଶ ପାଉଥିବାବେଳେ କଳାହାଣ୍ଡି ଜିଲ୍ଲାରେ ବିଳମ୍ବ ନେଇ ଉଦ୍ବେଗ ପ୍ରକାଶ ପାଇଛି। ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି କଳାହାଣ୍ଡି ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସାଧାରଣରେ ଦାବି ହେଉଛି।

1 week ago
7


