ARTICLE AD BOX
ଚଳିତ ଫିଫା ବିଶ୍ବକପ୍ ଫାଇନାଲ୍ରେ ସ୍ପେନ୍କୁ ପହଞ୍ଚାଇବାରେ ଏହାର ଯୁବ ତାରକା ଲାମିନେ ୟାମାଲଙ୍କ ବଡ଼ ଅବଦାନ ରହିଥିଲା। ତାଙ୍କର ଚମତ୍କାରିତା ଯୋଗୁଁ ଲୋ ରେଜା ଦଳ ୨-୦ ଗୋଲ୍ରେ ଫ୍ରାନ୍ସକୁ ମାତ୍ ଦେଇ ଦ୍ବିତୀୟ ଥର ବିଶ୍ବକପ୍ ଫାଇନାଲ୍ ସ୍ଥାନ ପକ୍କା କରିଥିଲା।
Photograph: (google)ନ୍ୟୁୟର୍କ: ଚଳିତ ଫିଫା ବିଶ୍ବକପ୍ ଫାଇନାଲ୍ରେ ସ୍ପେନ୍କୁ ପହଞ୍ଚାଇବାରେ ଏହାର ଯୁବ ତାରକା ଲାମିନେ ୟାମାଲଙ୍କ ବଡ଼ ଅବଦାନ ରହିଥିଲା। ତାଙ୍କର ଚମତ୍କାରିତା ଯୋଗୁଁ ଲୋ ରେଜା ଦଳ ୨-୦ ଗୋଲ୍ରେ ଫ୍ରାନ୍ସକୁ ମାତ୍ ଦେଇ ଦ୍ବିତୀୟ ଥର ବିଶ୍ବକପ୍ ଫାଇନାଲ୍ ସ୍ଥାନ ପକ୍କା କରିଥିଲା। ଏହି ବିଜୟ ପରେ ୟାମାଲ ଘୋଷଣା କରିଛନ୍ତି ଯେ ନ୍ୟୁୟର୍କରେ ଟ୍ରଫି ମୁକାବିଲା ଲାଗି ପ୍ରସ୍ତୁତ। ସେ ନିଜ ଇନ୍ଷ୍ଟାଗ୍ରାମ୍ରେ ବିଜୟ ଉତ୍ସବ ପାଳନ ବେଳର ଏକ ଫଟୋ ପୋଷ୍ଟ କରି ଏହାର ଶିରୋନାମରେ ଲେଖିଛନ୍ତି,‘ନୁଏଭାୟୋଲ୍ ଭାମେସ୍ ପୋର୍ ଟି’। ଏହାର ଅର୍ଥ ହେଲା ‘ନ୍ୟୁୟର୍କ ଆମେ ତୁମ ପାଇଁ ଆସୁଛୁ’। ଏହା ପୋଷ୍ଟ ହେଉ ହେଉ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇ ଯାଇଥିଲା। ସ୍ପେନ୍ର ପ୍ରାରମ୍ଭ ଏକାଦଶରେ ଦୁଇ ଜଣ ସ୍ବଳ୍ପ ବୟସ୍କ ଖେଳାଳି ୟାମାଲ ଓ ପାଓ କୁବାର୍ସି ଥିଲେ। ଉଭୟଙ୍କ ବୟସ ମାତ୍ର ୧୯ ବର୍ଷ। ଦୁଇ ଜଣ ଯୁବ ବୟସ୍କ ଖେଳାଳି ସେମିଫାଇନାଲ୍ରେ ପ୍ରାରମ୍ଭିକ ଏକାଦଶରେ ଗୋଟିଏ ଦଳରେ ରହିବା ଫିଫା ବିଶ୍ବକପ୍ ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ସ୍ପେନ୍ ପ୍ରଥମ ଥର ୨୦୧୦ରେ ବିଶ୍ବକପ୍ ଫାଇନାଲ୍ ଖେଳିଥିଲା ଏବଂ ଟ୍ରଫି ଜିତିଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
12


