Kuakhai: କୁଆଖାଇ, କୁଶଭଦ୍ରା, ଭାର୍ଗବୀରେ ବନ୍ୟା ଆଶଙ୍କା; ସ୍ଥିତି ସମୀକ୍ଷା କଲେଜିଲ୍ଲାପାଳ

3 days ago 1
ARTICLE AD BOX

ବାଲିଅନ୍ତା: ଲଘୁଚାପଜନିତ ଲଗାଣ ବର୍ଷାରେରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି।  ବାଲିଅନ୍ତା, ବାଲିପାଟଣା ବ୍ଲକ୍‌ ଦେଇ ପ୍ରବାହିତ କୁଆଖାଇ, କୁଶଭଦ୍ରା ଏବଂ ଭାର୍ଗବୀ ନଦୀରେ ବନ୍ୟା ଜଳ ସନ୍ଧ୍ୟାରୁ ବୃଦ୍ଧି ପାଇଥିବା ଜଳସେଚନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସନ୍ଧ୍ୟା ୭ଟା ସୁଦ୍ଧା ମୁଣ୍ଡଳୀରୁ ୮ ଲକ୍ଷ ୬୫ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିବା ମୁଣ୍ଡଳୀ ଜଳସେଚନ ସବ୍‌ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭୀମସେନ ବେହେରା ସୂଚନା ଦେଇଛନ୍ତି। ରାତି ସୁଦ୍ଧା ପ୍ରାୟ ୯ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହୋଇପାରେ ବୋଲି ଅନୁମାନ କରାଯାଉଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି। ସେହିପରି କୁଆଖାଇ, କୁଶଭଦ୍ରା ଏବଂ ଭାର୍ଗବୀ ନଦୀ ଜଳ ମଧ୍ୟ ସନ୍ଧ୍ୟା ସୁଦ୍ଧା ବୃଦ୍ଧି ପାଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ବାଲିଅନ୍ତା ମହାତ୍ମା ସେତୁ ନିକଟରେ ବିପଦ ସଂକେତ ଚିହ୍ନ ୧୮. ୨୫ ମିଟର ଥିବା ବେଳେ ବର୍ତ୍ତମାନ ୧୫. ୯୦ ମିଟରରେ ଜଳ ପ୍ରବାହିତ ହେଉଛି। ସେହିପରି କୁଶଭଦ୍ରା ନଦୀର ବଇଁଚୁଆ ଯୋଗୀସାହି ନିକଟରେ ବିପଦ ସଂକେତ ୧୭. ୪୪ ମିଟର ଥିବା ବେଳେ ସେଠାରେ ବନ୍ୟାଜଳ ସ୍ତର ୧୫. ୬୫ ରହିଛି। ଏନେଇ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ରତୁରାଜ, ପ୍ରାଚୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ କଲ୍ୟାଣବ୍ରତ ମିଶ୍ର, ନିମାପଡ଼ା ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ପ୍ରୀତମ କେତନ ପୋଥାଳ, ଖୋର୍ଦ୍ଧା ଡ୍ରେନେଜ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁରେଶ କୁମାର ଜେନା, ବାଲିଅନ୍ତା କେନାଲ ସବ୍‌ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଷଡ଼ଙ୍ଗୀ, ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ, ବାଲିପାଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ଭୋଇ, ଭୁବନପୁର ସହକାରୀ ଯନ୍ତ୍ରୀ ଜଳନ୍ଧର ସାଠୁଆ, ସୁରେଶ କୁମାର ସ୍ୱାଇଁ ପ୍ରମୁଖ କୁଆଖାଇ, କୁଶଭଦ୍ରା ଏବଂ ଭାର୍ଗବୀ ନଦୀର ଅଚ୍ୟୁତପୁର କାଜ ତଦାରଖ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଭାର୍ଗବୀ ନଦୀ ବ୍ରିଜ୍‌ ନିକଟ ପଠାରେ ଚାଲିଥିବା ଆଖଡ଼ାଶାଳକୁ ଜିଲ୍ଲାପାଳ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.