Koraput: ବୈପାରୀଗୁଡାରେ ବିଲୁଆ ଆତଙ୍କ, ୬ ଗୁରୁତର

1 hour ago 2
ARTICLE AD BOX

ବୈପାରୀଗୁଡା: କୋରାପୁଟଜିଲ୍ଲା ବୈପାରୀଗୁଡା ଅଂଚଳରେ ବିଲୁଆ ଆତଙ୍କ ଦେଖିବାକୁ ମିଳିଛି | ବିଲୁଆ ଆକ୍ରମଣରେ ୬ ଗୁରୁତର ହୋଇଥିବା ଜଣାପଡିଛି l ସମସ୍ତ ଗୁରୁତରଙ୍କୁ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଆଜି ସକାଳେ ଗାଁ ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ବୈପାରୀଗୁଡା ବ୍ଲକର ଖରାଗୁଡା, କଦମଗୁଡା ଓ ବଡାଗୁଡାରେ ପ୍ରାୟ ୬ ଜଣକୁ ଆକ୍ରମଣ କରିଛି।

ଆହୁରି ପଢନ୍ତୁ: Messi donation: ମେସିଙ୍କ ମହାନତା: ମାଡ୍ରିଡ୍‌ ଅଗ୍ନିବିପନ୍ନଙ୍କୁ ସହାୟତା କଲେ

କିଏ ତ ଜମିରେ ହଳ କଲାବେଳେ ବିଲୁଆ ଆକ୍ରମଣର ଶିକାର ହୋଇଛି ଆଉ କିଏ ତ ପୋଖରୀରେ ଗାଧୁଆ ପାଇଁ ଗଲାବେଳେ ବିଲୁଆ ହାବୁଡ଼ରେ ପଡିଛି  l ଏଭଳି ବିଭିନ୍ନ ଗାଁର ୬ ଜଣ ଗୁରୁତର ହୋଇଥିବାବେଳେ ସେମାନେ ବୈପାରୀଗୁଡା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି l ଲଗାତାର ବର୍ଷାର ପ୍ରକୋପ ବଢ଼ିବା ଫଳରେ ବିଲୁଆଙ୍କ ଗାଁ ଭିତରକୁ ପ୍ରବେଶ ହେବା ଯୋଗୁଁ ଏଭଳି ଘଟୁଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି l

Read Entire Article
LEFT SIDEBAR AD

Hidden in mobile, Best for skyscrapers.