ARTICLE AD BOX
କୋଲକାତା: ତୃଣମୂଳ କଂଗ୍ରେସ ଦଳକୁ ନେଇ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ବିଦ୍ରୋହୀ ଗୋଷ୍ଠୀ କରିଥିବା ଦାବି ଉପରେ ଆଜି ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଗୋଷ୍ଠୀ ନିର୍ବାଚନ କମିସନ (ଇସି)ଙ୍କ ନିକଟରେ ଜବାବ ଦାଖଲ କରିିଛି। ମମତାଙ୍କ ନେତୃତ୍ବାଧୀନ ଗୋଷ୍ଠୀ ବିଦ୍ରୋହୀ ଗୋଷ୍ଠୀଙ୍କ ଦାବିକୁ ବେଆଇନ ଓ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି ଏବଂ ଦଳୀୟ ସମ୍ବିଧାନ ଅଧୀନରେ ଏଆଇଟିସି ସାଂଗଠନିକ କମିଟି ୨୦୨୭ ପର୍ଯ୍ୟନ୍ତ ବୈଧ ରହିବ ବୋଲି କହିଛନ୍ତି।
ଆହୁରି ପଢନ୍ତୁ: Manipur:ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ୨ ଯବାନ ସହିଦ
ନିର୍ବାଚନ କମିସନଙ୍କ ନିକଟରେ ଜବାବ ଦାଖଲ ପରେ ଟିଏମ୍ସି ସାଂସଦକଲ୍ୟାଣ ବାନାର୍ଜୀକହିଛନ୍ତି, ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ଦ୍ବାରା କରାଯାଇଥିବା ପ୍ରତିନିଧିତ୍ବର ଜବାବରେ ଏକ ବିସ୍ତୃତ ଜବାବ ଦାଖଲ କରାଯାଇଛି। ଏଆଇଟିସି କମିଟି ଏବଂ ଜାତୀୟ କାର୍ଯ୍ୟକାରିଣୀ କମିଟିର କାର୍ଯ୍ୟକାଳ ୨୦୨୫ରେ ଶେଷ ହୋଇଥିବା ସଂକ୍ରାନ୍ତ ବିଦ୍ରୋହୀ ଗୋଷ୍ଠୀର ପ୍ରମୁଖ ଦାବିକୁ ପ୍ରତ୍ୟାଖ୍ୟାନ କରି ମମତାଙ୍କ ଗୋଷ୍ଠୀ କହିଛନ୍ତି, ଦଳର ସମ୍ବିଧାନ ସଂଶୋଧନ ହୋଇଛି। ପୂର୍ବରୁ ଦଳୀୟ କମିଟିର କାର୍ଯ୍ୟକାଳ ୩ ବର୍ଷ ଥିଲା। ୨୦୦୦ ମସିହାରେ ଏହା ୪ ବର୍ଷକୁ ବୃଦ୍ଧି ପାଇଥିଲା ଏବଂ ୨୦୦୬ରେ ୫ ବର୍ଷକୁ ବୃଦ୍ଧି ପାଇଥିଲା।
ଆହୁରି ପଢନ୍ତୁ:anti liquor movement ଠେଙ୍ଗାଧାରୀ ମହିଳାଙ୍କ ରଣହୁଙ୍କାର: ଖାଲି ପଞ୍ଚାୟତ ନୁହେଁ, ଏବେ ସମଗ୍ର ଜିଲ୍ଲାରେ ମଦ ବନ୍ଦ କର
ଦଳୀୟ ସମ୍ବିଧାନରେ ଏହି ସଂଶୋଧନ ସଂକ୍ରାନ୍ତରେ ମଧ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯାଇଥିଲା। ଦଳର ଶେଷ ସାଂଗଠନିକ ନିର୍ବାଚନ ୨୦୨୨ରେ ହୋଇଥିଲା। ତେଣୁ ସ୍ବତଃପ୍ରବୃତ୍ତ ଭାବେ ଏଆଇଟିସି ଏବଂ ଜାତୀୟ କାର୍ଯ୍ୟକାରିଣୀ କମିଟିର କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ରହିବ। ଦଳର ସାଂଗଠନିକ ଗଠନକୁ ନେଇ ବିଦ୍ରୋହୀ ଗୋଷ୍ଠୀ କରିଥିବା ଦାବିକୁ ମମତାଙ୍କ ଗୋଷ୍ଠୀ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି। ମମତାଙ୍କ ଗୋଷ୍ଠୀ ଇସିଙ୍କ ନିକଟରେ କହିଛନ୍ତି ଯେ, ଏକ ସ୍ବତନ୍ତ୍ର ଅଧିବେଶନ ଦ୍ବାରା ବିଦ୍ରୋହୀ ଗୋଷ୍ଠୀ ତୃଣମୂଳ ସଂଶୋଧନର ଉଲ୍ଲଂଘନ କରିଛନ୍ତି।

4 weeks ago
13


