Knight Riders: ଆମେରିକାରେ ନାଇଟ୍‌ ରାଇଡର୍ସର ନିଜସ୍ବ ଷ୍ଟାଡିୟମ୍‌

1 month ago 15
ARTICLE AD BOX

ଆମେରିକାରେ ଶାହରୁଖ ଖାନ୍‌ଙ୍କ ନାଇଟ୍‌ ରାଇଡର୍ସ ନିଜସ୍ବ ଷ୍ଟାଡିୟମ୍‌ ପ୍ରତିଷ୍ଠା କରି ଇତିହାସ ରଚିଛି। ପୋମାନେରେ ନବନର୍ମିତ ଏହି ଷ୍ଟାଡିୟମ୍‌ରେ ୨୦୨୮ ଲସ୍‌ଏ‌ଞ୍ଜେଲ୍ସ ଅଲିମ୍ପିକ୍ସର କ୍ରିକେଟ୍‌ ପ୍ରତିଯୋଗିତା ହେବାର ଯୋଜନା ରହିଛି।

 (google) Photograph: (google)

ପୋମାନା: ଆମେରିକାରେ ଶାହରୁଖ ଖାନ୍‌ଙ୍କ ନାଇଟ୍‌ ରାଇଡର୍ସ ନିଜସ୍ବ ଷ୍ଟାଡିୟମ୍‌ ପ୍ରତିଷ୍ଠା କରି ଇତିହାସ ରଚିଛି। ପୋମାନେରେ ନବନର୍ମିତ ଏହି ଷ୍ଟାଡିୟମ୍‌ରେ ୨୦୨୮ ଲସ୍‌ଏ‌ଞ୍ଜେଲ୍ସ ଅଲିମ୍ପିକ୍ସର କ୍ରିକେଟ୍‌ ପ୍ରତିଯୋଗିତା ହେବାର ଯୋଜନା ରହିଛି। ଏଠାରେ ମେଜର ଲିଗ୍‌ କ୍ରିକେଟ୍‌ର ଏକ ମ୍ୟାଚ୍‌ ଖେଳାଯାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଛି। ଏଥିରେ ଘରୋଇ ଦଳ ଲସ୍‌ଏଞ୍ଜେଲ୍ସ ନାଇଟ୍‌ ରାଇଡର୍ସ ଓ ୱାସିଂଟନ୍‌ ଫ୍ରିଡମ୍‌ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଷ୍ଟାଡିୟମ୍‌ର ଏହି ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ୬ ୱିକେଟ୍‌ରେ ୱାସିଂଟନ୍‌ ଫ୍ରଡମ୍‌ଠୁ ପରାସ୍ତ ହୋଇଛି। ଆଇସିସି ମାନଦଣ୍ଡରେ ନିର୍ମିତ ଏହି ଷ୍ଟାଡିୟମ୍‌ରେ ୮ଟି ୱିକେଟ୍‌ ଏବଂ ୧୨୦ ଫୁଟ୍‌ ଉଚ୍ଚର ୬ଟି ଫ୍ଲଡ୍‌ ଲାଇଟ୍‌ ରହିଛି। ଷ୍ଟାଡିୟମ୍‌ରେ ପ୍ରଥମ ମ୍ୟାଚ୍‌ ଖେଳାଯିବା ପରେ ନାଇଟ୍‌ ରାଇଡର୍ସ ସହମାଲିକ ଶାହରୁଖ କହିଛନ୍ତି, ‘‘ଆମେ ଦେଖିଥିବା ସ୍ବପ୍ନ ଆଜି ବାସ୍ତବରେ ପୂରଣ ହୋଇଛି। ବିଶ୍ବରେ ଦ୍ବିତୀୟ ସର୍ବାଧିକ ଦେଖୁଥିବା ଖେଳ କ୍ରିକେଟ୍‌କୁ ଆମେ ଏହି ସ୍ଥାନକୁ ଆଣିଛୁ। ଯାହା ଲସ୍‌ଏଞ୍ଜେଲ୍ସ ପାଇଁ ଐତିହାସିକ ମୁହୂର୍ତ୍ତ। ଫେୟାରପ୍ଲେକ୍ସ ଓ ନାଇଟ୍‌ ରାଇଡର୍ସ ମଧ୍ୟରେ ଥିବା ଦୀର୍ଘକାଳୀନ ସହଭାଗିତାରେ ଆମେ କ୍ରିକେଟ୍‌ ଭେନ୍ୟୁ ଅପେକ୍ଷା ଆହୁରି ଅନେକ କିଛି ଯୋଡ଼ିଛୁ। ଏହି ସ୍ଥାନ ଖାଲି କ୍ରୀଡ଼ା ନୁହେଁ, ମନୋରଞ୍ଜନ ବି କରିବ’’।

ଆହୁରି ପଢ଼ନ୍ତୁ: ଆମକୁ ଇଡି-ସିବିଆଇକୁ ମାତ୍ର ୧ ଘଣ୍ଟାଏ ପାଇଁ ଦେଲେ ଆମେ ବିଜେପିକୁ ୧୦ ମିନିଟରେ କରିବୁ ୧୦ ଖଣ୍ଡ:ସଞ୍ଜୟ ରାଉତ

ଅଧିକ ଦେଖନ୍ତୁ:

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.