ARTICLE AD BOX
ନୂଆପଡ଼ା: ଆଧାର କାର୍ଡ ସଂଶୋଧନ ନିମନ୍ତେ ଦୁଇ ଭାଇ ଯାଇଥିଲେ। ବାଟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ସାନଭାଇ ଉତକ୍ଷିପ୍ତ ହୋଇ ବଡ଼ଭାଇକୁ ଠେଙ୍ଗାରେ ବାଡ଼େଇ ମାରିଦେଇଥିଲା। ଏହି ଘଟଣାର ୩ ଦିନ ପରେ ମୃତ ବଡ଼ଭାଇଙ୍କ ଶବ ଉଦ୍ଧାର ହୋଇଛି। ପୁଲିସ ସାନଭାଇକୁ ଗିରଫ କରିଛି।
ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
ବୋଡେନ ଥାନା ଅନ୍ତର୍ଗତ ଭାଇସାଦାନୀ ପଞ୍ଚାୟତର କାଠଫେର ଗ୍ରାମର ଅକାଳୁ ପହରିଆ (୬୨) ଓ ରାଜୁ ପହରିଆ (୪୫) ଅଗଷ୍ଟ ୩ ତାରିଖ ଦିନ ବୋଡେ଼ନ ମୁଖ୍ୟାଲୟକୁ ଆଧାର କାର୍ଡ ସଂଶୋଧନ କରିବାକୁ ଯାଇଥିଲେ। ରାସ୍ତାରେ ଦୁଇ ଭାଇଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଅକାଳୁ ପହରିଆଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ପରେ ନାଳରେ ଫିଙ୍ଗି ଦେଇଥିଲେ।
ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର: ସାନକୁ ବଡ଼ଭାଇ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତକଙ୍କ ସ୍ତ୍ରୀ!
ବୁଧବାର ସନ୍ଧ୍ୟାରେ ପୁଲିସ ବାବେପଡା ଜଙ୍ଗଲ ନାଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଘଟଣାର ତଦନ୍ତ ଆଧାରରେ ମୃତକଙ୍କ ଭାଇଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ତଦନ୍ତ ରିପୋର୍ଟ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ମିଳିବ ବୋଲି ବୋଡେ଼ନ ଥାନା ଅଧିକାରୀ ଧର୍ମେନ୍ଦ୍ର ଭୁଏ ପ୍ରକାଶ କରିଛନ୍ତି।

1 hour ago
1


