'Khatron Ke Khiladi': ରିଅଲିଟି ସୋ ‘ଖତ୍ରୋଁ କେ ଖିଲାଡ଼ି’ରେ ମର୍କେଲ୍‌

5 hours ago 1
ARTICLE AD BOX

ରିଅଲିଟି ସୋ’ ‘ଖତ୍ରୋଁ କେ ଖିଲାଡ଼ି’ରେ ଦୃଶ୍ୟମାନ ହୋଇଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ତଥା ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ମନି ମର୍କେଲ୍‌। ଏହି ରିଅଲିଟି ସୋ’ର ୧୫ତମ ସଂସ୍କରଣ ଗତ ୧ ତାରିଖରୁ ଆରମ୍ଭ ହୋଇଛି।

 ରିଅଲିଟି ସୋ ‘ଖତ୍ରୋଁ କେ ଖିଲାଡ଼ି’ରେ ମର୍କେଲ୍‌

ନୂଆଦିଲ୍ଲୀ: ରିଅଲିଟି ସୋ’ ‘ଖତ୍ରୋଁ କେ ଖିଲାଡ଼ି’ରେ ଦୃଶ୍ୟମାନ ହୋଇଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ତଥା ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ମନି ମର୍କେଲ୍‌। ଏହି ରିଅଲିଟି ସୋ’ର ୧୫ତମ ସଂସ୍କରଣ ଗତ ୧ ତାରିଖରୁ ଆରମ୍ଭ ହୋଇଛି। ପୂର୍ବରୁ ଏହି ସୋ’ରେ ଅନେକ ଚଳଚ୍ଚିତ୍ର ସେଲିବ୍ରିଟି ଦେଖାଦେଇଥିବାବେଳେ ଜଣେ ଅତିଥିଭାବେ ମର୍କେଲ୍‌ଙ୍କ ଅବିର୍ଭାବ ସମସ୍ତଙ୍କୁ ଚକିତ କରିଛି।

ଗୁପ୍ତଚରୀ ଅଭିଯୋଗରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲା ଇରାନ

ଏହି ପ୍ରତିଯୋଗିତାର ନିୟମ ଅନୁସାରେ ମର୍କେଲ୍‌ ପ୍ରତିଯୋଗୀଙ୍କ ଉପରକୁ ଦ୍ରୁତ ଗତିରେ ବୋଲିଂ କରିବେ ଓ ସେମାନେ ବଲ୍‌କୁ ଧରିବାକୁ ଉଦ୍ୟମ କରିବେ। ସୋସିଆଲ୍‌ ମିଡିଆରେ ଏହି ସୋ’ର ଏକ ଝଲକ ଭାଇରାଲ୍‌ ହୋଇଛି। ସେଥିରେ ମର୍କେଲ୍‌ ଜଣେ ପ୍ରତିଯୋଗୀଙ୍କ ଉପରକୁ ବୋଲିଂ କରୁଛନ୍ତି ଏବଂ ଏହି ସମୟରେ ଅନ୍ୟ ଅଂଶଗ୍ରହକାରୀମାନେ ତାଙ୍କୁ ଭୟରେ ଚାହୁଁଥିବା ଦେଖାଯାଉଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.