ARTICLE AD BOX
ବାଲିଆପାଳ: ବାଲିଆପାଳ ଥାନା ଅଧୀନ ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଡକାୟତି ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସର ସ୍ୱତନ୍ତ୍ର ଟିମ୍ ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ଗିରଫ କରିଛି ।
Bank Loot: ବଡ଼ବିଲରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତି ଘଟଣା: ଆଉ ୨ ଡକାୟତ ଗିରଫ
୨୦୨୬ ସେପ୍ଟେମ୍ବର ୮ ତାରିଖ ରାତି ପ୍ରାୟ ୧୦ଟାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଖପରାପଦା ଶାଖା ପରିଚାଳକ ଅଜୟ କୁମାର ସେଠୀ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ୬ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ହାତଗୋଡ଼ ବାନ୍ଧି ଦେଇଥିଲେ। ପରେ କ୍ୟାସ୍ କାଉଣ୍ଟରରୁ ୧୩ ଲକ୍ଷ ୮୦ ହଜାର ୪୪୪ ଟଙ୍କା ଲୁଟି ନେଇଥିଲେ।
ଅଭିଯୋଗ ଆଧାରରେ ବାଲିଆପାଳ ଥାନାରେ କେସ୍ ନଂ ୪୩୧/୮.୯.୨୦୨୬ରେ ମାମଲା ରୁଜୁ ହୋଇଥିଲା। ବିଏନ୍ଏସ୍ର ଧାରା ୩୧୦(୨) ସହ ଆର୍ମସ୍ ଆକ୍ଟର ଧାରା ୨୫/୨୭ ଲାଗୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।
Attempting Bank Robbery ବ୍ୟାଙ୍କ ଲୁଟ୍ କରିବାକୁ ସରଞ୍ଜାମ ନେଇ ଯାଇଥିଲେ, ପୁଲିସ ହାବୁଡ଼ରେ ପଡ଼ିଗଲେ
ଅଭିଯୁକ୍ତଙ୍କୁ ଧରିବା ପାଇଁ ବାଲେଶ୍ୱର ଏସ୍ପି ଓ ଡିଆଇଜି (ଇଷ୍ଟର୍ଣ୍ଣ ରେଞ୍ଜ, ବାଲେଶ୍ୱର)ଙ୍କ ନିର୍ଦ୍ଦେଶରେ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବସ୍ତା ଏସ୍ଡିପିଓ ସମର୍ଥ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଟିମ୍ଗୁଡ଼ିକ ତଦନ୍ତ ଓ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ।
ତ୍ରିଶୁଳିଆରେ ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ବିଫଳ; ପଶିଯାଇଥିଲେ, ସାଇରନ୍ ଶୁଣି ପଳେଇଲେ
ତଦନ୍ତ ସମୟରେ ସୂଚନା ପାଇ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରିଥିଲା। ସନ୍ଦେଶଖାଲି ଥାନା ଅଧୀନ ରାମପୁର, ଜୀବନତଳା ଥାନା ଅଧୀନ ଚଣ୍ଡୀବାଲି, ସୋନାରପୁର ଏବଂ ମହେନ୍ଦ୍ରପୁର ଥାନା ଅଞ୍ଚଳର ଚାଟପୁର ଆଦି ସ୍ଥାନରେ ଚଢ଼ାଉ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଧରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଓ ଲୁଟ୍ ଟଙ୍କା ଏଯାଏଁ ଧରାପଡ଼ିନାହିଁ।

1 day ago
2


