ARTICLE AD BOX
ପୁରୀ: ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ହୋଇଛି। ଦତ୍ତ ମହାପାତ୍ର ସେବକ ଶ୍ରୀମନ୍ଦିରକୁ ଖଡ଼ିପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ଏହା ମହାପ୍ରଭୁଙ୍କୁ ଲାଗି ହୋଇଛି। ଆଜି ଦତ୍ତ ମହାପାତ୍ର ସେବକ ଓ ଦଇତାପତି ସେବକ ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ କରାଇଛନ୍ତି। ରୁପା ଥାଳିରେ ମହାପ୍ରଭୁଙ୍କ ଲାଗି ଫୁଲ, ତୁଳସୀ ଚୂଳ ଦଇତାପତିମାନେ ଧରି ଶ୍ରୀନଅରକୁ ଆସିଥିବା ବେଳେ ୩ ରୁପା ପିଙ୍ଗଣରେ ଖଡ଼ି ପ୍ରସାଦକୁ ସେବକମାନେ ରାଜ ନଅରକୁ ବିଜେ କରାଇଥିଲେ। ଏହି ଖଡ଼ି ପ୍ରସାଦକୁ ଗଜପତିଙ୍କ ଗାଦିରେ ରଖାଯାଇଥିଲା।
Plantation: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଶ୍ରୀନଅରରେ ଖଡ଼ିପ୍ରସାଦ ବିଜେ ନୀତି ସମ୍ପନ୍ନ ହେବା ପରେ ରାଜଗୁରୁ ଦେବୀପ୍ରସାଦ ରାଜଗୁରୁଙ୍କ ହାତରୁ ଶାଢ଼ି ନେଇ ପାଟ୍ଟଶାଣି ସେବକ ତଳୁଚ୍ଛ, ଦେଉଳକରଣ, ବେହେରା ଖୁଣ୍ଟିଆ, ପତିମହାପାତ୍ର ଓ ତିନିବାଡ଼ର ଦଇତାପତିଙ୍କୁ ବାନ୍ଧିଥିଲେ। ଏଥିସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି। ଏହି ନୀତିରେ ଦାରୁବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା। ଅପରାହ୍ଣ ୨ଟା ୪୫ରେ ଦତ୍ତମହାପାତ୍ର ସେବକମାନେ ବନକଲାଗି ସାରି ବାହାରିଥିଲେ। ଏ ସମ୍ପର୍କରେ ଦତ୍ତମହାପାତ୍ର ସେବକ କୁହନ୍ତି, ବନକଲାଗିରେ ସ୍ୱତନ୍ତ୍ର ଭାବେ କସ୍ତୁରୀ ଲାଗି ହୁଏ। କସ୍ତୁରୀ ଦେବତାମାନଙ୍କର ଅତି ପ୍ରିୟ। ଏହାର ବହୁତ ଔଷଧୀୟ ଗୁଣ ରହିଛି। ଏତଦ୍ଭିନ୍ନ କସ୍ତୁରୀରେ ଯେଉଁ ଉପାଦାନ ରହିଛି ତାହା ଶ୍ରୀଅଙ୍ଗକୁ ସୁରକ୍ଷା ଦେଇଥାଏ।

2 weeks ago
10


