ARTICLE AD BOX
ଭୁବନେଶ୍ବର: କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ସାରା ଓଡ଼ିଶାରେ ଦ୍ବନ୍ଦ୍ବ ଦେଖାଦେଇଛି। ଯୁକ୍ତ୨, ୟୁଜି, ପିଜି ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହୋଇଥିଲେ ହେଁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି ହୋଇନାହିଁ। ଫି’ ଆଦାୟକୁ ନେଇ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିବା ପରେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଆଜି ଦିନତମାମ ମାନସମନ୍ଥନ କରିଛନ୍ତି। ସନ୍ଧ୍ୟାରେ ଗଣଶିକ୍ଷା ସଚିବ, ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ସଂଶୋଧିତ ପତ୍ର ଲେଖି ସମସ୍ତ ଫି’ ଛାଡ଼ ହେବା କଥା ଉଲ୍ଲେଖ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ବର୍ତ୍ତମାନ ସାଧାରଣ ପ୍ରକ୍ରିୟାରେ ହିଁ ନାମଲେଖା ବାବଦରେ ପିଲାଙ୍କଠାରୁ ଟଙ୍କା ନିଆଯାଉଛି। ସେମାନେ ଟଙ୍କା ଫେରି ପାଇବେ। କେବଳ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ପାଇଁ ଏହି ନିୟମ ଲାଗୁ ହେଉଛି। ପ୍ରଫେସନାଲ୍ କଲେଜ, ପ୍ରଫେସନାଲ୍ କୋର୍ସ ଓ ସେଲ୍ଫ ଫାଇନାନ୍ସିଂ କଲେଜକୁ ବାଦ୍ ଦେଇ ଅନ୍ୟ ସବୁ କଲେଜର ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ହେବେ। ତେଣୁ କଲେଜ କର୍ତ୍ତୃପକ୍ଷ କିମ୍ବା ଅଭିଭାବକ ବ୍ୟସ୍ତ ହେବାର ନାହିଁ। ଯେଉଁ ପିଲାମାନେ ପଇସା ଦେଇଛନ୍ତି, ତାହାକୁ ସରକାର ଫେରାଇବେ। ପିଲା ଦିଅନ୍ତୁ କି ସରକାର ଦିଅନ୍ତୁ, କଲେଜ ପଇସା ପାଇଲେ ଗଲା ବୋଲି ସେ ସ୍ପଷ୍ଟ କରିଛନ୍ତି।
Competition: ଆମେରିକାରେ ଓଡ଼ିଶାର ପାରଂପରିକ ପିଠା ପ୍ରତିଯୋଗିତା
ସ୍ପଷ୍ଟୀକରଣ ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ସଂଶୋଧିତ ଚିଠି ଜାରି କଲେ ସଚିବ
ପ୍ରସ୍ତୁତ ହେଉଛି ବିସ୍ତୃତ ନିର୍ଦ୍ଦେଶାବଳୀ
ପିଲାଙ୍କଠାରୁ ନିଆଯାଉଛି ଅଣ୍ଡରଟେକିଂ
ଗଣଶିକ୍ଷା ବିଭାଗ ସଚିବ ଏନ୍.ତିରୁମାଲା ନାୟକ ଲେଖିଥିବା ଚିଠିରେ ସ୍ପଷ୍ଟ କରିଛନ୍ତି ଯେ ଏହି ଯୋଜନା ଅଧୀନରେ ଆସୁଥିବା କୌଣସି ସରକାରୀ କିମ୍ବା ଯୋଗ୍ୟ ଶିକ୍ଷାନୁଷ୍ଠାନରେ ନାମଲେଖା ବେଳେ ଛାତ୍ରଛାତ୍ରୀଙ୍କଠାରୁ କୌଣସି ପ୍ରକାରର ଫି’ ଆଦାୟ କରାଯାଇପାରିବ ନାହିଁ। ପୂର୍ବରୁ ଜୁଲାଇ ୮ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶରେ ନାମଲେଖା ଫି’ ଛାଡ଼ ନେଇ କୁହାଯାଇଥିଲା। ମାତ୍ର ଆଜିର ନିର୍ଦ୍ଦେଶାବଳୀରେ ସମସ୍ତ ଫି’ ଛାଡ଼ କଥା କୁହାଯାଇଛି। ଉଚ୍ଚଶିକ୍ଷା ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସମସ୍ତ ନାମଲେଖା ଫି’ ଛାଡ଼ କରାଯିବ। ଯେଉଁ ପିଲାମାନେ ନାମଲେଖା ଓ ପୁନଃ ନାମଲେଖା ଫି’ ଦାଖଲ କରିଛନ୍ତି, ସେମାନଙ୍କୁ ଫେରସ୍ତ କରାଯିବ। କଲେଜଗୁଡ଼ିକୁ ପ୍ରଥମ ପର୍ଯ୍ୟାୟରେ ୨୦% ଅର୍ଥ ପ୍ରଦାନ କରିବାକୁ ଯୋଜନା ହୋଇଛି। ପିଲାଙ୍କ ଉପସ୍ଥାନକୁ ଦେଖି ପର୍ଯ୍ୟାୟକ୍ରମେ କଲେଜଗୁଡ଼ିକୁ ଅର୍ଥ ଦିଆଯିବ। କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇଁ ବଜେଟରେ ୮୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଖୁବ୍ଶୀଘ୍ର ବିସ୍ତୃତ ଗାଇଡ୍ଲାଇନ୍ ଜାରି କରାଯିବ ବୋଲି ସେ କହିଛନ୍ତି।
JD Vance: ଭାନ୍ସଙ୍କ ଭାଷଣକୁ ନେଇ ବିବାଦ: ପୋଷ୍ଟରର ଅସ୍ପଷ୍ଟ ଛବିକୁ କେନ୍ଦ୍ର କରି ବାଗ୍ଯୁଦ୍ଧ
ଅନ୍ୟପକ୍ଷରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଏକାଦଶ ଶ୍ରେଣୀ ନାମଲେଖାକୁ ନେଇ ବିଚିତ୍ର ସ୍ଥିତି ଉପୁଜିଛି। ସରକାରଙ୍କ ପକ୍ଷରୁ ନାମଲେଖା ବାବଦରେ କେତେ ଅର୍ଥ ମିଳିବ ତାହା ଜଣା ନଥିବାରୁ ଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପିଲାଙ୍କଠାରୁ ଅଣ୍ଡରଟେକିଂ (ଅଙ୍ଗୀକାରପତ୍ର) ରଖୁଛନ୍ତି। ଯେଉଁଥିରେ ପିଲାମାନେ ସ୍ପଷ୍ଟ କରୁଛନ୍ତି ଯେ ‘ମୁଁ ସାମ୍ସ ଯୁକ୍ତ୨ ଇ-ନାମଲେଖା ପ୍ରକ୍ରିୟାରେ କୌଣସି ଦେୟ ପଇଠ କରୁନାହିଁ। ଏଥିସହ ଭବିଷ୍ୟତରେ ସରକାରଙ୍କ ପ୍ରଚଳିତ ସମସ୍ତ ନିୟମ, ନିର୍ଦ୍ଦେଶ ଓ ସର୍ତ୍ତାବଳୀ ପାଳନ କରିବି। ଭବିଷ୍ୟତରେ ରାଜ୍ୟ ସରକାରଙ୍କ ଯଦି ନିର୍ଦ୍ଦେଶ ନ ଆସେ ତେବେ ନାମଲେଖା ସମ୍ପର୍କରେ ସମସ୍ତ ଦେୟ କଲେଜରେ ପଇଠ କରିବି। ଏହି ଅଙ୍ଗୀକାରପତ୍ରରେ ଉଲ୍ଲେଖିତ ତଥ୍ୟ ସତ୍ୟ ବୋଲି ମୁଁ ଘୋଷଣା କରୁଛି।’ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କଠାରୁ ଏଭଳି ଅଙ୍ଗୀକାରପତ୍ର ସ୍ବାକ୍ଷର କରି ବିଦ୍ୟାଳୟ କର୍ତ୍ତୃପକ୍ଷ ରଖୁଛନ୍ତି।

3 weeks ago
10


