Ketan Agrawal Murder Case: କେତନଙ୍କୁ ମାରିବାକୁ ''ସିୟା'' ରଚିଥିଲା ନକଲି ଇଂଷ୍ଟା ଆକାଉଣ୍ଟ୍ ଷଡ଼ଯନ୍ତ୍ର: କୋର୍ଟରେ ୫୦୫୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ପୁଲିସ

21 minutes ago 1
ARTICLE AD BOX

ପୁଣେ: ଗତ ଜୁନ୍ ମାସରେ ଲୋହାଗଡ଼ ଦୁର୍ଗରୁ ଠେଲି ଦେଇ ପୁଣେର ୨୬ ବର୍ଷୀୟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କୁ ହତ୍ୟା କରାଯିବା ଘଟଣାରେ ପୁଲିସ ଶନିବାର କୋର୍ଟରେ ୫,୦୫୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। କେତନଙ୍କୁ ହତ୍ୟା କରିବା ପଛରେ ତାଙ୍କ ଭାବି ପତ୍ନୀ ସିୟା ଗୋୟଲ୍, ତାର ପ୍ରେମିକ ଚେତନ ଚୌଧୁରୀ ଓ ସହଯୋଗୀ ରିତେଶ ହାଙ୍ଗେ ମିଶି ରଚିଥିବା ନିର୍ଦ୍ଦୟ ଷଡ଼ଯନ୍ତ୍ରର ପୂରା ପର୍ଦ୍ଦାଫାଶ କରିଛି ପୁଲିସ। ପୁନେର କେତନ ଓ ସିୟାଙ୍କର ଗତ ଫେବୃଆରୀ ମାସରେ ନିର୍ବନ୍ଧ ହୋଇଥିଲା ଏବଂ ଆସନ୍ତା ନଭେମ୍ବରରେ ଜୟପୁରରେ ଆଡ଼ମ୍ବରପୂର୍ଣ୍ଣ ବିବାହ ହେବାର ଥିଲା। ମାତ୍ର ପ୍ରେମିକ ସହ ମିଶି ସିୟା ଏହି ହତ୍ୟାକାଣ୍ଡର ଯୋଜନା କରିଥିଲା, ଯେଉଁଥିପାଇଁ ସେମାନେ ହତ୍ୟା ସମ୍ବନ୍ଧୀୟ ଫିଲ୍ମ ଦେଖିବା, ଚାଟଜିପିଟିର ବ୍ୟବହାର କରିବା ଏବଂ ପୁଲିସ ଦାଉରୁ ବଞ୍ଚିବା ପାଇଁ ପୋଡକାଷ୍ଟ ଶୁଣିବା ସହ ଗତବର୍ଷ ମେଘାଳୟରେ ଘଟିଥିବା ''ରାଜା ରଘୁବଂଶୀ'' ହତ୍ୟାକାଣ୍ଡ ବିଷୟରେ ରିସର୍ଚ୍ଚ କରିଥିଲେ। ଲୋନାଭାଲାର ବିଭିନ୍ନ ସ୍ଥାନ ବୁଲିବା ପରେ ଲୋହାଗଡ଼ ଦୁର୍ଗକୁ ବାଛିଥିଲେ, ଯେପରି କେତନଙ୍କ ମୃତ୍ୟୁକୁ ସେଲଫି ନେବା ସମୟର ଏକ ଦୁର୍ଘଟଣା ବୋଲି ଦର୍ଶାଯାଇପାରିବ।

ବଡ଼ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି

ଏହି ସମ୍ପୂର୍ଣ୍ଣ ହତ୍ୟାକାଣ୍ଡରେ ଏକ ଫେକ୍ ଇଂଷ୍ଟାଗ୍ରାମ୍ ଆକାଉଣ୍ଟ୍ ସବୁଠାରୁ ବଡ଼ ଷଡ଼ଯନ୍ତ୍ର ଭାବେ ସାମ୍ନାକୁ ଆସିଛି। କେତନଙ୍କୁ ଦୁର୍ଗକୁ ଡାକିବା ପାଇଁ ଅଭିଯୁକ୍ତ ରିତେଶ ହାଙ୍ଗେ ଜଣେ ଜଣାଶୁଣା ମହିଳାଙ୍କ ଫଟୋ ବ୍ୟବହାର କରି ''ମାହି'' ନାମରେ ଏକ ନକଲି ଇଂଷ୍ଟାଗ୍ରାମ୍ ଆକାଉଣ୍ଟ୍ ଖୋଲିଥିଲା। ଏହି ନକଲି ଆକାଉଣ୍ଟରୁ କେତନଙ୍କ ପାଖକୁ ମେସେଜ୍ ପଠାଯାଇ ସିୟାଙ୍କ ପାଇଁ ଏକ ସରପ୍ରାଇଜ୍ ବାର୍ଥଡେ ପ୍ଲାନ୍ ରହିଥିବା କୁହାଯାଇ ଜୁନ୍ ୧୮ ତାରିଖରେ ଲୋହାଗଡ଼ ଦୁର୍ଗକୁ ଆସିବାକୁ ଉତ୍ସାହିତ କରାଯାଇଥିଲା। ଏହି ଇଂଷ୍ଟାଗ୍ରାମ୍ ଷଡ଼ଯନ୍ତ୍ର ପାଖାପାଖି ସଫଳ ହେବା ପରେ ଏବଂ କେତନ ଦୁର୍ଗକୁ ଆସିବା ପରେ ଅଭିଯୁକ୍ତମାନେ ଆକାଉଣ୍ଟଟିକୁ ଡିଲିଟ୍ କରିଦେଇଥିଲେ।

Ebola: କଙ୍ଗୋରେ ୨୦ ହଜାର ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଦିଆଯିବ ଏର୍ଭେବୋ ଟିକା: ସନ୍ଦେହ ଘେରରେ ପ୍ରଭାବ

ଚାର୍ଜସିଟରେ ଦର୍ଶାଯାଇଛି ଯେ, ଜୁନ୍ ୧୮ ପୂର୍ବରୁ ମଧ୍ୟ ସିୟା କେତନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଜୁନ୍ ୧୪ରେ ସିୟା କେତନଙ୍କୁ ଦୁର୍ଗ ଉପରୁ ଠେଲି ଦେଇଥିଲେ ହେଁ ସେ ଗୋଟିଏ ଗଛକୁ ଧରି ବଞ୍ଚିଯାଇଥିଲେ, ଯାହାକୁ ସିୟା ସାପ ଦେଖି ରକ୍ଷା କରିବାକୁ ଚେଷ୍ଟା କରୁଥିବା କହି ମିଛ ଆଶ୍ଵସନା ଦେଇଥିଲା। ଏହାବ୍ୟତୀତ ବାଲି ଗସ୍ତ ପୂର୍ବରୁ ଜୁନ୍ ୬ରେ କେତନଙ୍କ ପାସପୋର୍ଟ ଚିରି କାଫେ ୱାଶରୁମରେ ଫିଙ୍ଗି ଦେଇଥିଲା। ଶେଷରେ ଜୁନ୍ ୧୮ରେ ଇଂଷ୍ଟାଗ୍ରାମ୍ ସରପ୍ରାଇଜ୍ ବାହାନାରେ କେତନ ଦୁର୍ଗକୁ ଆସିବା ପରେ, ସିୟା ଓ ଚେତନ ତାଙ୍କୁ ସେଠାରୁ ତଳକୁ ଠେଲି ହତ୍ୟା କରିଥିଲେ। ପୁଲିସ ଏହି ମାମଲାରେ ୫ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ବୟାନ, ମୋବାଇଲ୍ ଡାଟା, ହ୍ୱାଟ୍ସଆପ୍ ଚାଟ୍ ଓ କଲ୍ ଡିଟେଲ୍ସକୁ ଚାର୍ଜସିଟରେ ବଳିଷ୍ଠ ପ୍ରମାଣ ଭାବେ ଉପସ୍ଥାପନ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.