Kenstar: କେନଷ୍ଟାର୍‌ର ନୂଆ ଏୟାର ଫ୍ରାୟର୍‌ ସିରିଜ୍

1 day ago 1
ARTICLE AD BOX

ଗୁରୁଗ୍ରାମ: କେନ୍‌ଷ୍ଟାର୍‌ ନୂଆ ଏୟାର ଫ୍ରାୟର ସିରିଜ୍ ବଜାରକୁ ଆଣିଛି। ଏଥିରେ ୩୬୦ ଡିଗ୍ରି ହିଟିଂ ଜ୍ଞାନକୌଶଳ ରହିଛି। ଏହା ଦ୍ୱାରା ଖାଦ୍ୟ ସମାନ ଭାବେ ଶିଝିବା ସହ କମ୍ ତେଲରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିହେବ। ଏଥିରେ ଏୟାର ଫ୍ରାଏ, ରୋଷ୍ଟ, ଗ୍ରିଲ୍, ଟୋଷ୍ଟ, କୁଡ଼ୁମୁଡ଼ିଆ ଫ୍ରାଏ, ତନ୍ଦୁର ଭଳି ବିଭିନ୍ନ ରୋଷେଇ ମୋଡ୍ ଦିଆଯାଇଛି। ନୂଆ ସିରିଜ୍‌ରେ ୪୫ରୁ ଅଧିକ ଏୟାର ଫ୍ରାୟର ମଡେଲ୍ ରହିଛି।

ଆଧୁନିକ ଡିଜାଇନ୍‌ ଏକାଠି

ଏଥିରେ ଷ୍ଟାର ସେଫ୍ ଏୟାର ଫ୍ରାୟର କମ୍ ଓଭନ୍‌, ଡୁଆଲ୍ ବାସ୍କେଟ୍‌, ପିଓରଭ୍ୟୁ ଅଲ୍ ଗ୍ଲାସ୍ ଏୟାର ଫ୍ରାୟର ଓ ଡେଲି କୁକ୍ ଭଳି ମଡେଲ୍ ଅଛି। ଏୟାର ଫ୍ରାୟର ଉପରେ ୨ବର୍ଷର ୱାରେଣ୍ଟି ରହିଛି। କେନ୍‌ଷ୍ଟାରର ସିଇଓ ସୁନୀଲ ଜୈନ କହିଛନ୍ତି ଯେ ଭାରତୀୟ ରୋଷେଇ ଘରଗୁଡ଼ିକରେ ପରିବର୍ତ୍ତନ ଆସୁଛି। ଆଜିର ଗ୍ରାହକ ଏଭଳି ଘରୋଇ ଉପକରଣ ଖୋଜୁଛନ୍ତି, ଯାହା ଅଧିକ ସୁବିଧା ଓ ବହୁମୁଖୀ ବ୍ୟବହାର ସହ ସ୍ୱାସ୍ଥ୍ୟକର ଭାବେ ଖାଦ୍ୟ ପ୍ରସ୍ତୁତିରେ ସହାୟତା କରିବ। ନୂଆ ସିରିଜ୍‌ରେ ଉନ୍ନତ ୩୬୦ ଡିଗ୍ରି ଟର୍ବୋ ଏୟାର ଜ୍ଞାନକୌଶଳ, ବିଭିନ୍ନ ରୋଷେଇ ପ୍ରଣାଳୀ ଓ ଆଧୁନିକ ଡିଜାଇନ୍‌କୁ ଏକାଠି କରାଯାଇଛି।

Raid: ୧୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଡିଏମକେ ନେତାଙ୍କ ଘରେ ଚଢ଼ାଉ

ଏହା ଗ୍ରାହକଙ୍କୁ ନିଜ ଆବଶ୍ୟକତା ଅନୁସାରେ ଏୟାର ଫ୍ରାଏର ଚୟନ କରିବା ସୁବିଧା ଦେବ ବୋଲି ସେ କହିଛନ୍ତି। କେନ୍‌ଷ୍ଟାରର ଏହି ଏୟାର ଫ୍ରାଏରଗୁଡ଼ିକ ରିଟେଲ୍ ଆଉଟ୍‌ଲେଟ୍‌, ଫ୍ଲିପ୍‌କାର୍ଟ, ଆମାଜନ୍‌, କ୍ୱିକ୍-କମର୍ସ ପ୍ଲାଟଫର୍ମ ଓ ଅନ୍ୟାନ୍ୟ ଆଧୁନିକ ବାଣିଜ୍ୟିକ ମାଧ୍ୟମରେ ଉପଲବ୍ଧ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.