ARTICLE AD BOX
ଅନେକଙ୍କୁ ଜଣା ନଥିବ ଯେ ବଲିଉଡ୍ ତାରକା କ୍ୟାଟ୍ରିନା କୈଫ୍ ଇତିମଧ୍ୟରେ ଜଣେ ସଫଳ ଉଦ୍ୟୋଗୀ ପାଲଟିଗଲେଣି। ବିଭିନ୍ନ ସେଲିବ୍ରିଟି ପ୍ରସାଧନ ବ୍ୟବସାୟରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ, ଖୁବ୍ କମ୍ ଜଣଙ୍କ ଉତ୍ପାଦ ଲୋକଙ୍କ ପସନ୍ଦଯୋଗ୍ୟ ହୋଇଥାଏ। କିଛି ସେଲିବ୍ରିଟି ଭଲ ପ୍ରସାଧନ ସାମଗ୍ରୀ ବିକ୍ରି କଲେ ବି ଚଢ଼ା ଦର ଯୋଗୁଁ ଭଲ ବିକ୍ରି ହୁଏ ନାହିଁ। କିନ୍ତୁ କ୍ୟାଟ୍ରିନା ‘କେ ବିୟୁଟି’ ବ୍ରାଣ୍ଡ୍ ସହିତ ପରୀକ୍ଷାନିରୀକ୍ଷା କରି ଏହାର ବିକ୍ରିକୁ ୨୦୨୬ ଆର୍ଥିକ ବର୍ଷରେ ୩୫୦ କୋଟି ଟଙ୍କାରେ ପହଞ୍ଚାଇ ସାରିଲେଣି। ୨୦୧୯ରେ ଏହି କମ୍ପାନି ଖୋଲିବା ପରେ ଏହାର ବ୍ୟବସାୟ ଲଗାତାର ବୃଦ୍ଧି ପାଇଆସୁଛି। ସେ ଏହାର ବ୍ୟବସାୟକୁ ଭାରତ ମଧ୍ୟରେ ସୀମିତ ନ ରଖି ୟୁନାଇଟେଡ୍ କିଙ୍ଗ୍ଡମ୍ ସମେତ ମଧ୍ୟ-ପ୍ରାଚ୍ୟ ଯାଏ ଏହାର ବିସ୍ତାର କରିଛନ୍ତି।
Amrit Bharat Station: ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ; ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆଜି ଲୋକାର୍ପଣ
ଫଳସ୍ବରୂପ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏ ବର୍ଷ ତାଙ୍କ କମ୍ପାନିର ବିକ୍ରି ୪୬% ବୃଦ୍ଧି ପାଇଛି। ୪୩ ବର୍ଷରେ ପଦାର୍ପଣ କରିଥିବା କ୍ୟାଟ୍ରିନାଙ୍କ ବ୍ୟାବସାୟିକ ସଫଳତା ପଛର ମୁଖ୍ୟ କାରଣ ହେଲା, ବିଚକ୍ଷଣ ଦର ନିର୍ଦ୍ଧାରଣ ଓ ତାଙ୍କର ଭାବମୂର୍ତ୍ତି। ତାଙ୍କ ବ୍ରାଣ୍ଡ୍ର ପ୍ରସାଧନ ସାମଗ୍ରୀଗୁଡ଼ିକ ଦେଖିବାକୁ ପ୍ରିମିଅମ୍ ଲାଗୁଥିଲେ ହେଁ ସେଗୁଡ଼ିକର ଦର ୫୦୦ରୁ ୧୫୦୦ ଟଙ୍କା ମଧ୍ୟରେ ସୀମିତ। କ୍ୟାଟ୍ରିନା ନିଜ ବ୍ରାଣ୍ଡ୍ର ପ୍ରଚାରପ୍ରସାର ସମେତ ଉତ୍ପାଦ ନିର୍ମାଣରେ ମଧ୍ୟ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥାନ୍ତି। ସେଥିପାଇଁ ତାଙ୍କର ନିୟମିତ ଗ୍ରାହକ ସଂଖ୍ୟା ବଢ଼ିବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ କ୍ୟାଟ୍ରିନା ଶେଷ ଥର ପାଇଁ ୨୦୨୪ରେ ମୁକ୍ତିଲାଭ କରିଥିବା ‘ମେରି କ୍ରିସ୍ମାସ୍’ ଚଳଚ୍ଚିତ୍ରରେ ଦେଖା ଦେଇଥିଲେ।

2 weeks ago
9


