ARTICLE AD BOX
ଦଶରଥପୁର:ଯାଜପୁରଜିଲ୍ଲା ଦଶରଥପୁରବାସୀଙ୍କ ଦୁଃଖ ସାଜିଛି ବୈତରଣୀ ଶାଖା କାଣୀ ନଦୀ। ଗତ ୧୨ ବର୍ଷାରେ ୨୦ ଥରରୁ ଅଧିକ ଘାଇ ସୃଷ୍ଟି ହୋଇଛି। ପ୍ରତି ବର୍ଷ ବନ୍ୟା ଆସିଲେ କାଣୀ ନଦୀରେ କେଉଁଠି ନା କେଉଁଠି ଘାଇ ସୃଷ୍ଟି ହେଉଛି। କାଣୀ ନଦୀରେ ୧୭ ଏବଂ ବୈତରଣୀ ନଦୀରେ ୩ ଥର ଘାଇ ହୋଇସାରିଛି। ଚଳିତ ଥର ବୈତରଣୀ ନଦୀ ଜୟନ୍ତରା ମହାପାତ୍ରସାହି ଘେରି ବନ୍ଧ ଘାଇ, କାଣୀ ନଦୀର ତରପଦା ପଞ୍ଚାୟତ ଡୋଭାଵିଲ, ପାଟଣା ଠାରେ ଦୁଇଟି ଘାଇ ଏବଂ କଣ୍ଟପଡା ଠାରେ ପ୍ରଥମ ବନ୍ୟାରେ ହୋଇଥିବା ମୁକୁଳା ଘାଇ ହୋଇଛି।
Accident: ବ୍ରିଜ ତଳକୁ ଓଲଟିଲା କାର୍, ଜଣେ ମୃତ
ବନ୍ୟାର ତୃତୀୟ ଦିନରେ ତରପଦା, କସପା, ମଲିକାପୁର, ଶୁଶୁଆ, ମଙ୍ଗଳପୁର, କନିକାପଡା, ଛଚିଣା, କଟିକଟା, ଜୟନ୍ତରା, ନିଜାମପୁର, କୟାଁ, କମାରଡ଼ିହ, ଖାନନଗର, ଥାଳକୁଡି, ପାଲଟପୁର, ଜାଫରପୁର, ବିରିପଟା, ଦତ୍ତପୁର, ଦୁଦୁରାଅଣ୍ଟା ଆଦି ପଞ୍ଚାୟତର ଶତାଧିକ ଗାଁ ମଝିରେ ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି। ଅଧିକାଂଶ ସ୍ଥାନରେ ପ୍ରଶାସନ କିମ୍ବା ଲୋକ ପ୍ରତିନିଧି ପହଂଚି ନଥିବା ଅଭିଯୋଗ ହୋଇଛି। ଫଳରେ ବନ୍ୟାର ତୃତୀୟ ଦିନରେ ବ୍ଲକର ମୋଟ ୩୫ ପଞ୍ଚାୟତରୁ ୧୯ ପଞ୍ଚାୟତର ୫୬ ଟି ରାଜସ୍ବ ଗ୍ରାମରେ ଜଳମଗ୍ନ ହୋଇଛି।
୫୪ଟି ଆଶ୍ରୟ ସ୍ଥଳରେ ବିପନ୍ନମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି
ଏହି ପଞ୍ଚାୟତମାନଙ୍କର ପ୍ରାୟ ୩୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ୫୪ ଟି ଆଶ୍ରୟ ସ୍ଥଳରେ ବିପନ୍ନମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ବନ୍ୟା ବିପନ୍ନମନକୁ ସମସ୍ତ ପ୍ରକାଶ ସହାୟତା ଯୋଗାଇଦିଆଯାଉଥିବା ଦଶରଥପୁର ବ୍ଲକ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ସୂଚନା ଦେଇଛନ୍ତି ।

3 days ago
1


