ARTICLE AD BOX
ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳଜିଲ୍ଲା ଏବେ ଦାଦନ ଚାଲାଣରେ ରାଜ୍ୟର ନୂଆ ହବ୍ ପାଲଟିଛି। ରାଇକିଆ ଦାଦନ ଚାଲାଣର ମୁଖ୍ୟ କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଦାରିଙ୍ଗବାଡ଼ି, ଘୁ.ଉଦୟଗିରି, କ.ନୂଆଗାଁ ଓ ବାଲିଗୁଡ଼ାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏସବୁ ଅଞ୍ଚଳରୁ ଦଲାଲମାନେ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ତେଲେଙ୍ଗାନା ସମେତ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଚାଲାଣ କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ନିୟମିତ ଭାବେ ଜିଲ୍ଲାରୁ ସ୍ବତନ୍ତ୍ର ବସ୍ କେରଳ ଓ ତାମିଲନାଡ଼ୁ ଯାଉଥିବା ବେଳେ ପରିବହନ ବିଭାଗ ଓ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ବସ୍ରେ ଯିବା ଲାଗି ଟିକଟ୍ କରିବାକୁ ରାଇକିଆ ଓ ଦାରିଙ୍ଗବାଡ଼ିରେ ସ୍ବତନ୍ତ୍ର କାଉଣ୍ଟର୍ ମଧ୍ୟ ଖୋଲିଛି। ବିଭିନ୍ନ ବସ୍ସେବା ନେଇ ବିଜ୍ଞାପନ ପୋଷ୍ଟର୍ ରାଇକିଆ ଓ ଦାରିଙ୍ଗବାଡ଼ି ଅଞ୍ଚଳରେ ଦେଖିବାକୁ ମିଳୁଛି। ଆଉ ପରିବାର ପ୍ରତିପୋଷଣ ଓ ରୋଜଗାର ଆଶାରେ ଘରୁ ପାଦ କାଢ଼ିଥିବା ଦାଦନ ଶ୍ରମିକଙ୍କ ମଧ୍ୟରୁ କିଏ ନିର୍ଯାତିତ ହେଉଛି ତ ଆଉ କାହାର ମୃତ୍ୟୁ ଖବର ମିଳୁଛି। ଗତ ସପ୍ତାହକ ଭିତରେ ଜିଲ୍ଲାର ୫ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଏକ ଦୃଷ୍ଟାନ୍ତ ମାତ୍ର।
Elephant: ଘର ଭାଙ୍ଗିଲା, ଫସଲ ନଷ୍ଟ କଲା ଦନ୍ତା; ଭୟଭୀତ ଅଞ୍ଚଳବାସୀ
ରାଇକିଆ ଟ୍ରାନଜିଟ୍ ପଏଣ୍ଟ୍
୫ ବର୍ଷରେ ମଲେଣି ୫୨ଜଣ
ଶତାଧିକ ନିଖୋଜ ଦାଦନଙ୍କ ପତ୍ତା ମିଳୁନି
ଗତ ୫ ବର୍ଷରେ ଜିଲ୍ଲାରୁ କେତେ ସଂଖ୍ୟାରେ ଶ୍ରମିକ ବାହାର ରାଜ୍ୟକୁ ଯାଇଛନ୍ତି ଏହାର ସଠିକ୍ ତଥ୍ୟ ଶ୍ରମ ବିଭାଗ ପାଖରେ ନାହିଁ। ତେବେ ୫ ବର୍ଷରେ ବାହାର ରାଜ୍ୟରେ ୫୨ ଜଣଙ୍କ ଜୀବନ ଯାଇଥିବା ବିଭାଗର ରେକର୍ଡ କହୁଛି। ସବୁଠୁ ସମ୍ବେଦନଶୀଳ କଥା ହେଲା, ଶତାଧିକ ଦାଦନ ଶ୍ରମିକ ଏବେ ବି ନିଖୋଜ ଅଛନ୍ତି। ଶ୍ରମିକ ନିଖୋଜ ନେଇ ଥାନାରେ କେବଳ ମାମଲା ରୁଜୁ ହୋଇଛି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, ଆଜିସୁଦ୍ଧା ଜିଲ୍ଲାରେ ମୋଟ ୧,୩୯,୮୫୫ ଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ଅଧିକ ସଂଖ୍ୟକ ଶ୍ରମିକ ସେମାନଙ୍କ ନାମ ପଞ୍ଜୀକରଣ କରିନାହାନ୍ତି। ଫଳରେ ରାଜ୍ୟ ବାହାରେ ଅଣପଞ୍ଜୀକୃତ ଦାଦନଙ୍କ ମୃତ୍ୟୁ ହେଲେ କିମ୍ବା କୌଣସି ଦୁର୍ଘଟଣା ଘଟିଲେ ସେମାନଙ୍କ ସମ୍ପର୍କରେ ସଠିକ୍ ଭାବେ ତଥ୍ୟ ଅନୁଧ୍ୟାନ କରାଯାଇପାରୁନାହିଁ ବୋଲି କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ବିଶ୍ବରଞ୍ଜନ କହଁର କହିଛନ୍ତି।
Flood in Bhadrak: ବନ୍ୟାରେ ପାଲଟିଛି ଜଳଭଣ୍ଡାର ଭଦ୍ରକ ଜିଲ୍ଲାର ପରିବା ହବ୍
ନିୟମାନୁସାରେ, ଯଦି ଜଣେ ପଞ୍ଜୀକୃତ ଶ୍ରମିକଙ୍କ ସ୍ବାଭାବିକ ମୃତ୍ୟୁ ହୁଏ ତା’ହେଲେ ୩ ଲକ୍ଷ ଟଙ୍କା, ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୬ ଲକ୍ଷ ଟଙ୍କା ଏବଂ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଅତିରିକ୍ତ ୫ ହଜାର ଟଙ୍କା ପାଇବାର ବ୍ୟବସ୍ଥା ରହିଛି। ପଞ୍ଜୀକୃତ ଶ୍ରମିକମାନଙ୍କ ପିଲାଙ୍କ ପାଠପଢ଼ା ପାଇଁ ୪୦ ହଜାର ଟଙ୍କା ଏବଂ ବିବାହ ସମୟରେ ୫୦ ହଜାର ଟଙ୍କା ମିଳିବାର ବ୍ୟବସ୍ଥା ରହିଛି। କିନ୍ତୁ ଦାଦନ ଶ୍ରମିକମାନଙ୍କର କୌଣସି ପଞ୍ଜୀକରଣ ହୋଇପାରୁ ନ ଥିବାରୁ ସେମାନଙ୍କ ମୃତ୍ୟୁ ଘଟିଲେ ସହାୟତା ମିଳିପାରୁନାହିଁ। ଅନ୍ୟପଟେ, ନାମ ପଞ୍ଜୀକରଣ ନେଇ ଶ୍ରମ ବିଭାଗର ସଚେତନତା କାର୍ଯ୍ୟକ୍ରମ ଆଶାନୁରୂପ ହେଉନି ବୋଲି ଅଭିଯୋଗ ହୋଇଛି।

1 hour ago
2

