Kalyansinghpur mob violence କଲ୍ୟାଣସିଂହପୁର ଭିଡ଼ ହିଂସା ମାମଲା: ବିଷମକଟକ ଉପକାରାଗାରରେ ଟିଆଇ ପରେଡ୍‌

4 weeks ago 11
ARTICLE AD BOX

ରାୟଗଡ଼ା (ଶିବପ୍ରସାଦ ଦୋରା): କଲ୍ୟାଣସିଂହପୁର ବ୍ଲକ୍‌ରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ଘଟଣାରେ ଆଜି (ସୋମବାର) ବିଷମକଟକ ଉପକାରାଗାରରେ ଅପରାଧିକଙ୍କ (ଟେଷ୍ଟ୍‌ ଆଇଡେଣ୍ଟିଫିକେସନ୍‌) ଟିଆଇ ପରେଡ୍‌ ହୋଇଛି। ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୀଡ଼ିତା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। 

Mob Violence: କଲ୍ୟାଣସିଂହପୁର ଭିଡ଼ ହିଂସା ଘଟଣାର ତଦନ୍ତ କରିବ ଏନ.ଆଇ.ଏ

ମିଳିଥିବା ସୂଚନାରେ ପ୍ରାୟ ୨୪ଜଣ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ ହୋଇଥିଲା । ବିଷମକଟକ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପୂଜା ଜୈନଙ୍କ ଉପସ୍ଥିତ ଥିଲେ। ଖୋଦ୍‌ ପୀଡ଼ିତା ଘଟଣା ସଂକ୍ରାନ୍ତରେ ବୟାନ ଦେଇଥିବା ବେଳେ କେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବର୍ଣ୍ଣନା କରିଥିବା ଜଣାପଡ଼ିଛି। ସୁରକ୍ଷା ପାଇଁ ଟିଆଇ ପ୍ୟାରେଡ ବେଳେ ବିଷମକଟକ ଏସ୍‌ଡିପିଓ ସନ୍ତୋଷିନୀ ଓରାମ, ଆଇଆଇସି ଉପସ୍ଥିତ ରହିଥିଲେ। ପୀଡ଼ିତା ଓ କାରାଗାରଙ୍କ ଠାରୁ ଗଣମାଧ୍ୟମକୁ ଯଥାସମ୍ଭବ ଦୂରେଇ ରହିବା ପାଇଁ ପୁଲିସ ଅନୁରୋଧ କରିଥିଲେ।

Kalyanshingpur mob lynching1ପରେଡ୍‌ ପାଇଁ ଜେଲ୍‌ ହତା ମଧ୍ୟରେ ପ୍ରବେଶ କରୁଛନ୍ତି ପୀଡ଼ିତା, ସାଥୀରେ ପୁଲିସ ଅଧିକାରୀ

ରାୟଗଡା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ମାମଲାରେ କଲ୍ୟାଣସିଂହପୁର ପୁଲିସ ପର୍ଯ୍ୟାୟକ୍ରମ‌େ ୨୪ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନଙ୍କୁ ପ୍ରଥମେ କୋର୍ଟ ଚାଲାଣ କରି ରାୟଗଡା ଉପକାରାଗାରକୁ ପଠାଯାଇଥିଲା । କିନ୍ତୁ ଏହି ଘଟଣାରେ ଟିଆଇ ପରେଡ୍‌ ପାଇଁ ଅଭିଯୁକ୍ତ ମାନଙ୍କୁ କିଛିଦିନ ତଳେ ବିଷମକଟକ ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା । 

Kalyansinghpur Violence: ପିଲା ଚୋରି ଗୁଜବ ଭିଡ଼ ହିଂସା ପରେ କଲ୍ୟାଣସିଂହପୁର ପୁଲିସର ଫ୍ଲାଗ ମାର୍ଚ୍ଚ

ଏଠାରେ ସୂଚନାଯୋଗ୍ୟଯେ  ଗତ ଜୁନ ମାସ ୧୬ ତାରିଖ ସଂନ୍ଧ୍ୟାରେ ପିଲାଚୋର ଅଭିଯୋଗରେ ବାହାର ରାଜ୍ୟର ଜଣେ ଯୁବତୀ ଓ ଯୁବକଙ୍କୁ  ୫୦୦ରୁ ଊର୍ଦ୍ଧ୍ବ ଲୋକ ମାଡ଼ ମାରିବା ସହ ଅସଦାଚରଣ କରି ବିବସ୍ତ୍ର କରିଦେଇଥିଲେ।  ପରବର୍ତ୍ତି ସମୟରେ ଏହି ଘଟଣା ଜାତୀୟ ସ୍ତରରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କୁ ଅପଦସ୍ଥ ହେବାକୁ ପହିଥିଲା । ଚାପରେ ପଡ଼ି କଲ୍ୟାଣସିଂହପୁର ଭିଡ ହିଂସା ମାମଲାକୁ  ରେଡ୍‌ଫ୍ଳାଗ୍‌ କେସ୍‌ ବୋଲି ଓଡିଶା ଡିଜିପି ଘୋଷଣା କରିଥିଲେ। ତଦନ୍ତରେ ସହଯୋଗ କରିବାକୁ କ୍ରାଇମବ୍ରାଞ୍ଚ୍‌କୁ ନିର୍ଦ୍ଦେଶ ଦେଇଥିଲେ।  ପୁଲିସର ମହିଳା ଓ ଶିଶୁ ହିଂସା ବିରୋଧୀ ୱିଙ୍ଗର  ଏଡିଜିଏସ୍‌ ସାଇନିଙ୍କୁ  ତଦନ୍ତ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । 

Read Entire Article
LEFT SIDEBAR AD

Hidden in mobile, Best for skyscrapers.