ARTICLE AD BOX
ବଙ୍ଗୋମୁଣ୍ଡା-ସିନ୍ଧେକେଲା ମୁଖ୍ୟ ରାସ୍ତାରେ ବାଇକ୍ ଓ ପିକ୍ଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାହାବଳ ଗାଁର ୨୫ ବର୍ଷୀୟ କେଦାର ବାଗଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭିଣୋଇ ୩୦ ବର୍ଷୀୟ ଦୁରେଶ୍ୱର ନାଗ ଗୁରୁତର ଆହତ ହୋଇଛନ୍ତି।
acciBalangir Road Accident: Youth Killed, Brother-in-Law Critically Injured in Bike-Pickup Collisiondent Photograph: (sambad.in)କଣ୍ଟାବାଞ୍ଜି:ବଲାଙ୍ଗୀରଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବଙ୍ଗୋମୁଣ୍ଡାରୁ ସିନ୍ଧେକେଲା ଯିବା ମୁଖ୍ୟ ରାସ୍ତାରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ପିକ୍-ଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାହାବଳ ଗାଁର କେଦାର ବାଗ (୨୫) ଓ ଗୁରୁତର ହେଲେ ତାଙ୍କ ଭିଣୋଇ ଦୁରେଶ୍ୱର ନାଗ (୩୦) ଉଭୟଙ୍କୁ କଣ୍ଟାବାଞ୍ଜି ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା।
ତଦନ୍ତ ଜାରି ରଖିଛି
ସେଠାରେ ଡାକ୍ତର କେଦାରଙ୍କୁ ମୃତ ଘୋଷଣା କରିଥିଲେ ଓ ଦୁରେଶ୍ୱରଙ୍କୁ ବଲାଙ୍ଗୀର ହସ୍ପିଟାଲ ପଠାଇଥିଲେ। ହସ୍ପିଟାଲରେ ପହଞ୍ଚି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ଜାରି ରଖିଛି।
Fire: କଣ୍ଟାବାଞ୍ଜି ନୂଆପଡ଼ାରେ ଘରେ ଅଗ୍ନିକାଣ୍ଡ: ସଟ୍ସର୍କିଟ୍ରୁ ଏସି ଜଳିଲା, ଫ୍ରିଜ୍ ଓ ଘରୋଇ ସାମଗ୍ରୀ ନଷ୍ଟ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

31 minutes ago
1


