Judgement: ପ୍ରଧାନ ବିଚାରପତିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ବ୍ୟବହାର

3 weeks ago 12
ARTICLE AD BOX

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ହାଇଡ୍ରାମା ହୋଇଛି। ଏକ ନାଟକୀୟ ଘଟଣାକ୍ରମରେ ଆଜି ଏକ ଆବେଦନର ଶୁଣାଣି ସମୟରେ ଆବେଦନକାରୀ ନିଜେ କୋର୍ଟରୁମ୍‌ରେ ଉପସ୍ଥିତ ରହି ହଙ୍ଗାମା କରିଥିଲେ। ସେ କୋର୍ଟରୁମ୍‌ରେ କେସ୍‌ ପେପର୍‌ ଫିଙ୍ଗିଥିଲେ ଏବଂ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିଲେ। 

ତେବେ କିଛି ସମୟ ପରେ ସୁରକ୍ଷା କର୍ମୀଙ୍କ ଦ୍ବାରା ତାଙ୍କୁ କୋର୍ଟ ପରିସରରୁ ତଡ଼ି ଦିଆଯାଇଥିଲା। ପ୍ରବଳ ପ୍ରତାପଙ୍କ ଦ୍ବାରା ହୋଇଥିବା ଏକ ଆବେଦନ ଉପରେ ଆଜି ଜଷ୍ଟିସ୍‌ କେ ଭି ବିଶ୍ବନାଥନ ଏବଂ ଜଷ୍ଟିସ ଆଲୋକ ଆରାଧେ ଶୁଣାଣି କରିବା ସମୟରେ ଏହି ଘଟଣା ଘଟିଛି। ଆବେଦନକାରୀ ତାଙ୍କ ବିରୋଧରେ ବିଏନଏସଏସ୍‌ ( ଭାରତୀୟ ନାଗରିକ ସୁରକ୍ଷା ସଂହିତା) ଅଧୀନରେ ଥିବା ଆବେଦନକୁ ଏକ ବ୍ୟକ୍ତିଗତ ଅଭିଯୋଗ ମାମଲାରେ ପରିଣତ କରିବାପାଇଁ ଆହ୍ଲାବାଦ ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହେବାପରେ ସେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଏହି ମାମଲାର ଶୁଣାଣି ସମୟରେ ଆବେଦନକାରୀ ଖଣ୍ଡପୀଠଙ୍କ ନିକଟରେ ଅତି ଅସାଧାରଣ କଥା କହଥିଲେ। ସେ କହିଥିଲେ ‘ମିଷ୍ଟର ନ୍ୟାୟିକ ସେବକ ଲକ୍ଷ୍ନୌ ବିକାଶ ନଗର ଏସିପିଙ୍କ ବିରୋଧରେ ଏତଲା ରୁଜୁ କରିବାପାଇଁ ନିର୍ଦ୍ଦେଶ ଦେବାକୁ ମୁଁ ଆପଣଙ୍କୁ ନି‌ର୍ଦ୍ଦେଶ ଦେଉଛି। ଏହି ଟିପ୍ପଣୀରେ ଆଶ୍ଚର୍ଯ୍ୟ ପ୍ରକଟ କରି ଜଷ୍ଟିସ ବିଶ୍ବନାଥନ କହିଥିଲେ, ତୁ‌ମେ ମତେ ଅର୍ଡର ଦେଉଛ। ତୁମେ ଆମକୁ ଅର୍ଡର ଦେଉଛ। ଏହାର କିଛି ମୁହୂର୍ତ୍ତ ପରେ ଆବେଦନକାରୀ କୋର୍ଟ ରୁମ୍‌ରେ କେସ୍‌ ପେପର୍‌ ଫିଙ୍ଗିଥିଲେ ଏବଂ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ। ତେବେ ସୁପ୍ରିମକୋର୍ଟ ସୁରକ୍ଷା କର୍ମୀ ତାଙ୍କୁ ତୁରନ୍ତ କୋର୍ଟରୁମ୍‌ ବାହାରକୁ ନେଇ ଯାଇଥିଲେ। ‌ତେବେ ଏହି ବିଶୃଙ୍ଖଳା ସତ୍ତ୍ବେ ଖଣ୍ଡପୀଠ ଶାନ୍ତ ରହିଥିଲେ ଏବଂ ଆଜି ଦିନ ପାଇଁ ତାଲିକାଭୁକ୍ତ ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିଥିଲେ। କୋର୍ଟ ମଧ୍ୟ ଆବେଦନକାରୀଙ୍କ ବ୍ୟବହାର ପାଇଁ ତାଙ୍କ ବିରୋଧ‌ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।

Sonam Raghuvanshi: ସୋନମଙ୍କ ଜାମିନ ଉପରେ ସ୍ଥଗିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.