Judgement: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ

2 weeks ago 6
ARTICLE AD BOX

ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ମାମଲାର ବିଚାର କରି ଆଜି ଭଦ୍ରକ ଆଡିସନାଲ ଡିଷ୍ଟ୍ରିକ୍ଟ ଜଜ୍ ମିନତୀ କୁମାର ପଣ୍ଡା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଦୋଷୀକୁ ୧୦ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କାର ଜରିମାନା ଆଦେଶ କରିଛନ୍ତି। 

ମାମଲାରୁ ଜଣାଯାଏ ଯେ, ୨୦୧୮ ମସିହା ଜାନୁଆରି ୧୮ ତାରିଖ ଦିନ ନାବାଳିକା ଜଣକ ଏକ ଚିଙ୍ଗୁଡ଼ି ଘେର ନିକଟରେ ଯାଉଥିବା ବେଳେ ସେହି ଗ୍ରାମର ବିମଳେଶ୍ଵର ମାଝୀ ନାମକ ଜଣେ ଯୁବକ ନାବାଳିକାଙ୍କୁ ଆଖିରେ ପୋକ ପଡ଼ିଛି ବାହାର କରିଦେ ବୋଲି କହି ପାଖକୁ ଡାକିଥିଲା। ନାବାଳିକା ବିମଳେଶ୍ଵର ପାଖକୁ ଯିବାରୁ ବିମଳେଶ୍ଵର ଜୋର ଜବରଦସ୍ତ କୁଣ୍ଡାଇ ଧରି ହିଡ଼ ତଳକୁ ଟେକି ନେଇ ଦୁଷ୍କର୍ମ କରିଥିଲା। 

ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ ବାଂଶଡ଼ା ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ସେତେବେଳେ ଥାନା କେସ୍ ନଂ୧୫/୧୮ରେ ଏକ ମାମଲା ରୁଜୁ ହୋଇ ଏହାର ବିଚାର ହୋଇଥିଲା। ଆଜି କୋର୍ଟରେ ରାୟ ଶୁଣାଣି ହୋଇ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ ସହିତ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ଆଦେଶ ହୋଇଛି। ସରକାରଙ୍କ ତରଫରୁ ସ୍ପେଶାଲ ପିପି ତୁଷାରକାନ୍ତି ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.