Judgement: ଏସିଡ ପକାଇବା ଧମକ ଦେଇ ଦୁଇ ନାବାଳିକାଙ୍କ ସହିତ ଦୁଷ୍କର୍ମ

3 weeks ago 14
ARTICLE AD BOX

କଟକ: ଏସିଡ ପକାଇବା ଧମକ ଦେଇ ତଥା ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ଛାଡ଼ି ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର କଟକ ସ୍ବତନ୍ତ୍ର ପୋକସୋ ଅଦାଲତ ଶୁଣାଣି କରି ବାଙ୍କୀ ଥାନା ଅଞ୍ଚଳର ଚିତ୍ତରଞ୍ଜନ ରାଉତ ଓରଫ ବଳିଆ(୨୬)କୁ ୨୦ ବର୍ଷ ସଶ୍ରମ ଜେଲ ଓ ୩୦ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି। 

ଅଦାଲତ ପୋକସୋ ଆଇନର ଧାରା ୬,୪ ଓ ଆଇପିସିର ଦଫା ୩୭୬(୨)(ଏନ)ରେ ଚିତ୍ତରଞ୍ଜନକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ପ୍ରଦାନ କରାଯାଇଛି। ଜରିମାନା ରାଶି ପଇଠ ନ କଲେ ଆସାମୀକୁ ଅଧିକ ୨ ବର୍ଷ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଏଥି ସହିତ ଦୁଇ ନାବାଳିକା ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ଦୁଇ ସଂପର୍କୀୟ ନାବାଳିକା ପୀଡ଼ିତାଙ୍କୁ ଚିତ୍ତରଞ୍ଜନ ନିୟମିତ ଏସିଡ ପକାଇଦେବ ବୋଲି ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ଆପତ୍ତିଜନ ଫଟୋ ଉଠାଇ ମଧ୍ୟ ଧମକ ଚମକ ସେ ଦେଉଥିଲା। ଏସିଡ ପକାଇବା ସହିତ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଅପଲୋଡ଼ କରିବା ପାଇଁ ଧମକ ଦେଇ ବିଭିନ୍ନ ସମୟରେ ଚିତ୍ତରଞ୍ଜନ ଦୁଇ ନାବାଳିକାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିଥିଲା। ବିବାହ ପାଇଁ ମଧ୍ୟ ବାଧ୍ୟ କରୁଥିଲା। ଏଭଳି ଘଟଣା ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଚାଲିଥିଲା। ଚିତ୍ତରଞ୍ଜନ ଅନ୍ୟମାନଙ୍କ ମୋବାଇଲକୁ ନାବାଳିକାଙ୍କ ଆପତ୍ତିଜନକ ଫଟୋ ପଠାଇଥିବା ଅଭିଯୋଗ ହୋଇଥିଲା। 

Minor girl: ଇଏ କେମିତିକା ମଉସା-ମାଉସୀ! ପଢ଼ାଇବାକୁ ଆଣି ନାବାଳିକା ଝିଆରୀକୁ ଦୁଷ୍କର୍ମ

ଏହାପରେ ଘଟଣା ବିଷୟରେ ପୀଡ଼ିତାଙ୍କ ପରିବାର ସଦସ୍ୟ ଜାଣିବାକୁ ପାଇଥିଲେ। ପୀଡ଼ିତାଙ୍କ ପରିବାର ୨୦୨୨, ସେପ୍ଟେମ୍ବର ୨୮ରେ ବାଙ୍କୀ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଚିତ୍ତରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର କୃଷ୍ଣଚନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.