Journalist: କାନ୍ଥ ପଡ଼ି ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ

1 hour ago 1
ARTICLE AD BOX

ବାଙ୍ଗିରିପୋଷି: ବାଙ୍ଗିରିପୋଷି ବଜାର ସ୍ଥିତ ଘରେ ଶୋଇଥିବା ବେଳେ ମଧ୍ୟରାତ୍ରୀରେ କାନ୍ଥପଡ଼ିବାରୁ ବରିଷ୍ଠ ସାମ୍ବାଦିକ କୈଳାସ କର ( ୬୮) ଚାପି ହୋଇ ରହିଥିଲେ। ସକାଳୁ ସ୍ଥାନୀୟ ଜନସାଧାରଣ ଦେଖି ତାଙ୍କୁ ଉଦ୍ଧାର କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ। ଗତ ରାତିରେ ପ୍ରବଳ ବର୍ଷା ସହିତ ପବନ ଯୋଗୁଁ ଏପରି ଘଟଣା ଘଟିଛି।

ଅନ୍ତିମ ସଂସ୍କାର ବାଙ୍ଗିରିପୋଷିରେ କରାଯିବ

କୈଳାସ କର ବିଭିନ୍ନ ଗଣମାଧ୍ୟମରେ ସାମ୍ବାଦିକତା କରି ବେଶ ପରିଚିତ ଥିଲେ। ବାଙ୍ଗିରିପୋଷି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି, ତହସିଲଦାର ଶୁଭଙ୍କରୀ ସୁଦେଷ୍ନା ଦାସଙ୍କ ସମେତ ବହୁ ବରିଷ୍ଠ ସାମ୍ବାଦିକ, ଜନସାଧାରଣ ଶେଷ ଦର୍ଶନ କରିଛନ୍ତି।  ଶବବ୍ୟବଛେଦ ପରେ ଅନ୍ତିମ ସଂସ୍କାର ବାଙ୍ଗିରିପୋଷିରେ କରାଯିବ।

Fertilizer: ଗୁଣୁପୁରରେ ସାର କଳାବଜାରୀ ରୋକିବାକୁ ଧରପଗଡ଼, ହୋଲସେଲରଙ୍କ ମହଜୁଦ ଓ ବିକ୍ରୟ ରେକର୍ଡ ଯାଞ୍ଚ

Read Entire Article
LEFT SIDEBAR AD

Hidden in mobile, Best for skyscrapers.