ARTICLE AD BOX
ନୂଆପଡ଼ା: ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୂଆପଡ଼ା ପୁଲିସ ଜଣେ କନେଷ୍ଟବଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଯୋଗେନ୍ଦ୍ର ବାଗ (୩୯)। ସେ କନଷ୍ଟେବଳ ନମ୍ବର ୧୦୫ ଭାବେ ଲଖନା ଥାନାରେ କାର୍ଯ୍ୟରତ ଥିଲେ।
ଟଙ୍କା ଫେରସ୍ତ ନକରିବାରୁ ଅଭିଯୋଗ
ପୁଲିସ ସୂଚନା ଅନୁଯାୟୀ, ସିନାପାଲି ଥାନା ଅନ୍ତର୍ଗତ ଡଙ୍ଗରଗାଁର ଜଣେ ବାସିନ୍ଦା ସେପ୍ଟେମ୍ବର ୧୧ ତାରିଖରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗକାରୀଙ୍କୁ ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଯୋଗେନ୍ଦ୍ର ତାଙ୍କଠାରୁ ୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ଅଭିଯୋଗକାରୀଙ୍କ ପକ୍ଷରୁ ଦିଆଯାଇଥିବା ଟଙ୍କା ଜାନୁଆରୀ ୨୧, ୨୦୨୬ରେ ଅଭିଯୁକ୍ତଙ୍କ ଏସ୍ବିଆଇ ଖାତାରେ ଜମା ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ଟଙ୍କା ନେବା ପରେ ଅଭିଯୁକ୍ତ ନା ଚାକିରି କରାଇଥିଲେ ନା ଟଙ୍କା ଫେରସ୍ତ କରିଥିଲେ। ଏନେଇ ବାରମ୍ବାର ତାଗିଦ୍ କରାଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ନକରିବାରୁ ଅଭିଯୋଗ ଦାଖଲ ହୋଇଥିଲା।
Electricity: ବର୍ଷା ପରେ କଟିଲା ବିଜୁଳି, ସପ୍ତାହେ ପହଞ୍ଚିଲା, ନାହିଁ ସମାଧାନ: ଅଫିସ୍ ଆଗରେ ଧାରଣା
ଘଟଣାର ତଦନ୍ତ ପରେ ପୁଲିସ ଠକେଇ ସମ୍ପର୍କିତ ପ୍ରମାଣ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪) ଅନୁଯାୟୀ ମାମଲା ରୁଜୁ କରିଥିଲା। ଏହାପରେ ସେପ୍ଟେମ୍ବର ୧୨ ତାରିଖ ଅପରାହ୍ନ ୨ଟା ୧୦ ମିନିଟ୍ ସମୟରେ ଅଭିଯୁକ୍ତ ଯୋଗେନ୍ଦ୍ର ବାଗଙ୍କୁ ପୁଲିସ ଗିରଫ କରିଥିଲା। ପରେ ତାଙ୍କୁ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

4 days ago
5


