Jayadeva Bihar-Nandankanan Road: ଜୟଦେବ ବିହାର-ନନ୍ଦନକାନନ ରାସ୍ତା: ଭିଡ଼ କମାଇବାକୁ ୫୭୯ କୋଟି, ଜୟଦେବ ବିହାର ଛକରେ କେବଲ୍-ଷ୍ଟେଡ୍‌ ସେତୁ

1 month ago 10
ARTICLE AD BOX

ଭୁବନେଶ୍ବର: ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଭିଡ଼ କମାଇବା ପାଇଁ ରାଜ୍ୟ ସରକାର ମେଗା ଯୋଜନା କରିଛନ୍ତି। ଜୟଦେବ ବିହାର, ନନ୍ଦନକାନନ, ବାରଙ୍ଗ ଓ କଟକ ମଧ୍ୟରେ ନିରବଚ୍ଛିନ୍ନ ଯାତାୟାତକୁ ସୁନିଶ୍ଚିତ କରିବା ସହ ଯାତ୍ରା ସମୟ, ଯାନ ପରିଚାଳନା ବ୍ୟୟ ଓ ଦୁର୍ଘଟଣାଜନିତ ବିପଦକୁ ହ୍ରାସ ଲକ୍ଷ୍ୟରେ ଏହି ରାସ୍ତାରେ ୬ଟି ଫ୍ଲାଏଓଭର ନିର୍ମାଣ କରାଯିବ। ଏଥିପାଇଁ ୫୭୯ କୋଟି ଟଙ୍କା ଖର୍ଚ୍ଚ ହେବ। ୨ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ ହେବ। ରାଜ୍ୟ କ୍ୟାବିନେଟ୍ ଦିନେଶ ଚନ୍ଦ୍ର ଆର୍‌ ଅଗ୍ରୱାଲ ଇନଫ୍ରାକନ୍ ଫ୍ରାଇଭେଟ୍ ଲିମିଟେଡ୍‌ର ଟେଣ୍ଡରକୁ ଅନୁମୋଦନ କରିଛି। 

Mobile Tower: ଛାତ ଉପରେ ଅସୁରକ୍ଷିତ ମୋବାଇଲ ଟାୱାର; ସୁରକ୍ଷା ପ୍ରତି ପ୍ରଶ୍ନବାଚୀ

ପୂର୍ତ୍ତ ବିଭାଗ ପକ୍ଷରୁ ହୋଇଥିବା ଯୋଜନା ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ (ଗେଟ୍‌ ନଂ-୪)ରୁ ରଘୁନାଥପୁର ସେତୁ ପର୍ଯ୍ୟନ୍ତ ପ୍ରାୟ ୯କିମି ୫୦୦ ମିଟରର ରାସ୍ତାର ରୂପରେଖ ବଦଳିବ। ଏହି ରାସ୍ତା ୬ଲେନ୍ ବିଶିଷ୍ଟ ରହିଛି। ଏହାକୁ ୮ଲେନ୍‌ କରାଯିବ। ଏହାସହ ସର୍ଭିସ୍ ରୋଡ୍ ରହିବ। ଏଥିରେ ଜୟଦେବ ବିହାର ଛକରେ ଏନ୍‌ଏଚ୍-୧୬ ଉପରେ ୪ଲେନ୍ କେବଲ୍ ‌େଷ୍ଟଡ୍ ସେତୁ ନିର୍ମାଣ କରାଯିବ। ଜୟଦେବ ବିହାର ଫ୍ଲାଏଓଭର ଉପରେ ଏହାକୁ ନିର୍ମାଣ କରାଯିବ। କଳିଙ୍ଗ ହସ୍ପିଟାଲ୍‌ ଛକ, ଡମଣା ଛକ, କିଟ୍‌ ଛକ ସମେତ କଳାରାହାଙ୍ଗ ଛକରେ ସ୍ବତନ୍ତ୍ର ୪-ଲେନ୍‌ ବିଶିଷ୍ଟ ଫ୍ଲାଏଓଭର, ମାଇନର ବ୍ରିଜ୍, କ୍ରସ୍ ଡ୍ରେନେଜ୍ ସଂରଚନା, ଫ୍ଲାଏଓଭର ସହ ୮ଲେନ୍ ବିଶିଷ୍ଟ ରାସ୍ତା ରହିବ। ଅର୍ଥାତ୍ ଉପରେ ଫ୍ଲାଏଓଭରରେ ୪ଲେନ୍ ତଳେ ୪ଲେନ୍ ରାସ୍ତା। ରାସ୍ତା କଡ଼ରେ ଡ୍ରେ‌ନେଜ୍ ସୁବିଧା, ୫.୫ମିଟରର ସର୍ଭିସ୍ ରୋଡ୍, ୭.୫ମିଟରର ସ୍ଲିପ୍ ରୋଡ୍‌, ରାଉଣ୍ଡବାଉଟ୍, ଛକଗୁଡ଼ିକର ଉନ୍ନତି, ରାସ୍ତା ସୌନ୍ଦର୍ଯ୍ୟକରଣ, ରୋଡ୍ ମାର୍କିଂ, ରୋଡ୍ ଫର୍ଣ୍ଣିଚର୍, ସଡ଼କ ସୁରକ୍ଷା, ପାର୍କିଂ ବେ, ବ୍ରିଜ୍ ଆଲୋକୀକରଣ ବ୍ୟବସ୍ଥା ରହିବ। ଏହି ରାସ୍ତାରେ ପର୍ଯ୍ୟାପ୍ତ ବୃକ୍ଷରୋପଣ ସହ ୧୦ବର୍ଷ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର କୌଣସି ତ୍ରୁଟି ଥିଲେ ତାକୁ ସଜାଡ଼ିବା, ରକ୍ଷଣାବେକ୍ଷଣ ପାଇଁ ନିର୍ମାଣକାରୀ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। 

ଜୟଦେବ ବିହାର ଛକରେ କେବଲ୍-ଷ୍ଟେଡ୍‌ ସେତୁ
୨ ବର୍ଷରେ କାମ ସରିବ
୬ଥାକିଆ ଡୁଡୁକା-ଗୋପାଳପୁର-ଟପରିଆ ରାସ୍ତା ପାଇଁ ୧୬୦.୨କୋଟି
ଅନ୍ତଃନଦୀ ଜଳାଶୟ ପାଇଁ ୪୨୫ କୋଟି
୭୬୫ କେଭି ଗ୍ରିଡ୍‌ ଷ୍ଟେସନ୍‌ ପାଇଁ ୨୦୦ ଏକର ଜମି

ଏହି ରାସ୍ତାରେ ଫ୍ଲାଏଓଭର ସହ ଅଣ୍ଡରପାସ୍, ଭୂତଳ ପାର୍କିଂ, ସବ୍‌ୱେ ସହ ଜଙ୍କସନରେ ବାଣିଜ୍ୟିକ ବିକାଶକୁ ନଜରରେ ରଖି ଏହି ଡିଜାଇନ୍ କରାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଭୁବନେଶ୍ବରରେ ଦୀର୍ଘମିଆଦୀ ପରିବହନ ଓ ସହରୀ ବିକାଶ ରଣନୀତିକୁ ସହାୟକ ହେବ ବୋଲି କୁହାଯାଇଛି। ଅପରପକ୍ଷେ ଏହି ରାସ୍ତାରେ ପୂର୍ବରୁ ମେଟ୍ରୋ ଗଡ଼ିବ ବୋଲି ଯେଉଁ ଏଲିଭେଟେଡ୍ କରିଡର୍‌ ଡିଜାଇନ୍ ହୋଇଥିଲା ସେହି ସ୍ଥାନରେ ଫ୍ଲାଏଓଭର ନିର୍ମାଣ ହେବାକୁ ଥିବାରୁ ମେଟ୍ରୋ ଗଡ଼ିବା ବାଟ ପୂରା ବନ୍ଦ ହୋଇଯାଇଛି। ସେହିପରି ଆ‌ଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ସୁନ୍ଦରଗଡ଼ ଜିଲ୍ଲାର ଡୁଡୁକା-ଗୋପାଳପୁର-ଟପରିଆ ହୋଇ ଓଡ଼ିଶା-ଛତିଶଗଡ଼ ସୀମା ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ପାଇଁ ନିଷ୍ପତ୍ତି ହୋଇଛି। ଖଣି ଅଞ୍ଚଳର କାର୍ଯ୍ୟାନୁଷ୍ଠାନଗତ ଆବଶ୍ୟକତା ଏବଂ ଆଞ୍ଚଳିକ ସଂଯୋଗକୁ ନିରବଚ୍ଛିନ୍ନ ରଖିବା ପାଇଁ ବର୍ତ୍ତମାନ ରାସ୍ତାର ୪.୭କିମିରୁ ୧୧.୫ କିମି ପର୍ଯ୍ୟନ୍ତ ମୋଟ୍ ୬.୮ କିମିର ରାସ୍ତାକୁ ୬-ଲେନ୍ ବିଶିଷ୍ଟ କରାଯିବା ସହ ସର୍ଭିସ୍ ରୋଡ୍‌ର ବିକାଶ କରାଯିବ। ଏହି ରାସ୍ତାକୁ ସିମେଣ୍ଟ କଂକ୍ରିଟ୍‌ ରାସ୍ତା ଦ୍ବାରା ବିକଶିତ କରାଯିବ। ଏଥିପାଇଁ ୧୬୦ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ରାସ୍ତା କାମ ୧୮ ମାସରେ ସରିବ। ରାସ୍ତା କାମ ଦିଲ୍ଲୀପ ବିଲ୍ଡକନ୍ ଲିମିଟେଡ୍ କରିବ। ଏହି ଟେଣ୍ଡରକୁ ଆଜି କ୍ୟାବିନେଟ୍ ଅନୁମୋଦନ ମିଳିଛି। 

Dead: ପୋଖରୀରେ ଖସିପଡ଼ି ବୃଦ୍ଧଙ୍କ ମୃତ୍ୟୁ, ଶବ ବ୍ୟବଚ୍ଛେଦକୁ ନେଇ ସମସ୍ୟା

ଆଜି କ୍ୟାବିନେଟ୍‌ରେ ଦୁଇଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗୋଟିଏ ବରଗଡ଼ ଜିଲ୍ଲାର ଗାଇସିଲଟ ବ୍ଲକ୍‌ ଅନ୍ତର୍ଗତ ଜାମୁତପଲ୍ଲୀ ଗ୍ରାମ ନିକଟରେ ମହାନଦୀର ଉପନଦୀ ଅଙ୍ଗ ନଦୀରେ ହେବ। ୩୦ ମାସରେ ସରିବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୫୯,୩୬,୯୫,୦୦୮ ଟଙ୍କା ଖର୍ଚ୍ଚ ହେବ। ଏହାଦ୍ବାରା ଗାଇସିଲଟ ଓ ପଦ୍ମପୁର ବ୍ଲକ୍‌ ଅନ୍ତର୍ଗତ ୪୧ଟି ଗ୍ରାମର ଲୋକମାନେ ଉପକୃତ ହେବେ। ଦ୍ବିତୀୟଟି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ଅମାଠ ଗ୍ରାମ ନିକଟରେ ମହାନଦୀର ଉପନଦୀ ତେଲ ନଦୀ ଅବବାହିକାରେ ହେବ। ୩୬ ମାସରେ ସରିବାକୁ ଥିବା ଏହି ପ୍ରକଳ୍ପ ପାଇଁ ୨୬୫,୭୧,୮୮,୪୪୩ ଟଙ୍କା ଖର୍ଚ୍ଚ ହେବ। ଏହାଦ୍ବାରା ସଇଁତଳା, ଟିଟିଲାଗଡ଼, କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ୪୧ଟି ଗ୍ରାମର ଲୋକେ ଉପକୃତ ହେବେ। ରାଜ୍ୟରେ ଓପିଟିସିଏଲ୍‌ ପକ୍ଷରୁ ସ୍ଥାପନ ହେବାକୁ ଥିବା ୭୬୫ କେଭି ଗ୍ରିଡ୍‌ ସବ୍‌ଷ୍ଟେସନ୍ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରିହାତି ପ୍ରିମିୟମ୍‌ ହାରରେ ୨୦୦ ଏକର ଜମି ଲିଜ୍‌ ପ୍ରଦାନ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.