Japan Masters 2026: ଜପାନ ମାଷ୍ଟର୍ସ: ସେମିରେ ଲକ୍ଷ୍ୟ, ଶ୍ରୀକାନ୍ତ ବିଦା

58 minutes ago 1
ARTICLE AD BOX

ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ଚଳିତ ଜାପାନ ମାଷ୍ଟର୍ସରେ ଚମତ୍କାର ପ୍ରଦର୍ଶନ ଜାରି ରଖି ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର କ୍ବାର୍ଟରଫାଇନାଲ୍‌ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଲକ୍ଷ୍ୟ ୨୧-୧୬, ୨୧-୧୫ ସିଧାସଳଖ ଗେମ୍‌ରେ ଗତ ସଂସ୍କରଣ ବିଜେତା ଜାପାନର...

 ସେମିରେ ଲକ୍ଷ୍ୟ, ଶ୍ରୀକାନ୍ତ ବିଦା

ଟୋକିଓ: ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ଚଳିତ ଜାପାନ ମାଷ୍ଟର୍ସରେ ଚମତ୍କାର ପ୍ରଦର୍ଶନ ଜାରି ରଖି ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର କ୍ବାର୍ଟରଫାଇନାଲ୍‌ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଲକ୍ଷ୍ୟ ୨୧-୧୬, ୨୧-୧୫ ସିଧାସଳଖ ଗେମ୍‌ରେ ଗତ ସଂସ୍କରଣ ବିଜେତା ଜାପାନର ୟୁଶିୁ ତାନାକାଙ୍କୁ ପରାସ୍ତ କରିଥିଲେ। ନିକଟରେ ହାଇଲୋ ଓପନ୍‌ ଜିତିଥିବା ଲକ୍ଷ୍ୟ ସେମିଫାଇନାଲ୍‌ରେ ଇଣ୍ଡୋନେସିଆର ଅଲ୍‌ୱି ଫର୍‌ହାନଙ୍କୁ ଭେଟିବେ। ଅନ୍ୟପକ୍ଷରେ କିଦାମ୍ବି ଶ୍ରୀକାନ୍ତଙ୍କ ଅଭିଯାନ କ୍ବାର୍ଟରଫାଇନାଲ୍‌ରେ ଶେଷ ହୋଇଛି। ସେ ୨୨-୨୪, ୧୫-୨୧ରେ ଜାପାନର କୋକି ୱାତାନାବେଙ୍କଠୁ ପରାସ୍ତ ‌ହୋଇଯାଇଛନ୍ତି।

Gulf: କଶ୍ମୀରରେ ଗଲ୍ଫ ଖେଳୁଛନ୍ତି ବିଦେଶୀ, ସ୍ଥାନୀୟ ଯୁବକଙ୍କ ମଧ୍ୟରେ ହ୍ରାସ ପାଉଛି ଆଗ୍ରହ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.