Jajpur: ୧୪ ମେଡିକାଲ କଲେଜ ମଧ୍ୟରେ ପଛରେ ଯାଜପୁର: ୫୦ ସିଟ୍‌ରେ ସୀମିତ ପାଠପଢ଼ା

2 weeks ago 12
ARTICLE AD BOX

ଯାଜପୁର: ମହାରାଜା ଯଯାତି କେଶରୀ ମେଡିକାଲ କଲେଜରେ ପାଠପଢ଼ା ତୃତୀୟ ବର୍ଷରେ ପହଞ୍ଚିଥିଲେ ମଧ୍ୟ ଏମ୍‌ବିବିଏସ୍‌ ଆସନ ସଂଖ୍ୟା ସେହି ୫୦ରେ ସୀମିତ ରହିଛି। ରାଜ୍ୟର ବାକି ସମସ୍ତ ମେଡିକାଲ କଲେଜର ଆସନ ସଂଖ୍ୟା ୧୦୦ରୁ ଆରମ୍ଭ ହୋଇଥିବାବେଳେ ଯାଜପୁର ଏଥିରୁ ବଞ୍ଚିତ ରହିଛି। ଚଳିତ ୨୦୨୬-୨୭ ଶିକ୍ଷାବର୍ଷରେ ମଧ୍ୟ ସିଟ୍‌ ସଂଖ୍ୟା ପୂର୍ବପରି ୫୦ ସିଟ୍‌ରେ ଅପରିବର୍ତ୍ତିତ ରହିଛି। ଶହେ ସିଟ୍‌ ପାଇଁ ଭିତ୍ତିଭୂମି ଥିବା ସତ୍ତ୍ବେ ଏହି ଭେଷଜ ମହାବିଦ୍ୟାଳୟରେ ସିଟ୍‌ ସଂଖ୍ୟା ବୃଦ୍ଧି ନ ହେବାର କାରଣ ବୁଝା ପଡ଼ୁନାହିଁ। ଅନ୍ୟପଟେ ରାଜନୈତିକ ଚକ୍ରାନ୍ତ ଯୋଗୁଁ ଯାଜପୁର ମେଡିକାଲ କଲେଜ ନିଜ ହକ୍‌ ପାଉନଥିବା ଚର୍ଚ୍ଚା ହେଉଛି। ୨୦୨୪-୨୫ ଶିକ୍ଷାବର୍ଷରେ ଯାଜପୁର ମହାରାଜା ଯଯାତି କେଶରୀ ମେଡିକାଲ୍‌ କଲେଜରେ ଶିକ୍ଷାଦାନ ଆରମ୍ଭ ହୋଇଥଲା। ଏଥିପାଇଁ ୧୨୫ ପ୍ରଫେସର, ସହକାରୀ ପ୍ରଫେସର ଓ ଟ୍ୟୁଟର୍‌ ନିଯୁକ୍ତ ହୋଇଥିଲେ। ଏହି ମେଡିକାଲ କଲେଜରେ ଶହେ ଆସନରେ ପାଠପଢ଼ା ହେବ ବୋଲି ଘୋଷଣା କରାଯାଇଥିଲା। ତଦନୁଯାୟୀ ୨୦୨୪-୨୫ ଶିକ୍ଷାବର୍ଷରେ ନାମଲେଖା ନିମନ୍ତେ ୨୦୨୩ ମେ ୧୦ ତାରିଖରେ ଏସେନ୍‌ସିଆଲ ସାର୍ଟିଫିକେଟ୍ (ଇସି) ମିଳିଥିଲା। ୨୦୨୪-୨୫ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଜାତୀୟ ଆୟୁର୍ବିଜ୍ଞାନ ଆୟୋଗ (ଏନ୍‌ଏମ୍‌ସି)ର ତିନିଜଣିଆ ଟିମ୍‌ ଜୁନ୍‌ ୨୬ ତାରିଖରେ ଏଠାକୁ ଆସି ଯାଞ୍ଚ କରିବା ସହ ଭିତ୍ତିଭୂମି ବୁଲି ଦେଖିଥିଲେ। ଏହାପରେ ମାତ୍ର ୫୦ ସିଟ୍‌ରେ ପାଠପଢ଼ା ଆରମ୍ଭ କରିବାକୁ ଏନ୍‌ଏମ୍‌ସି ନିର୍ଦ୍ଦେଶ ଦେଇଥିଲା।

Rath Yatra:  ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା

ଏଥର ବି ବଢ଼ିଲାନି ସିଟ୍‌ ସଂଖ୍ୟା
ଶହେ ବିଦ୍ୟାର୍ଥୀଙ୍କ ଭିତ୍ତିଭୂମି ଥାଇ ଅବହେଳା

ପରବର୍ତ୍ତୀ ସମୟରେ ଆଉ ୫୦ ସିଟ୍‌ ବଢ଼ିବ ବୋଲି ଆଶା କରାଯାଉଥିଲା। ଇତିମଧ୍ୟରେ ଦ୍ବିତୀୟ ଯାଇ ତୃତୀୟ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି, ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଇ ନାହିଁ। ଆଶ୍ଚର୍ଯ୍ୟର ବିଷୟ ରାଜ୍ୟରେ ୧୪ଟି ସରକାରୀ ମେଡିକାଲ୍‌ କଲେଜ ମଧ୍ୟରୁ କେବଳ ଯାଜପୁର ସିଟ୍‌ ସଂଖ୍ୟାକୁ ୫୦ରେ ସୀମିତ ରଖାଯାଇଛି। ଗତବର୍ଷ ନୂଆକରି ହୋଇଥିବା ରାଜ୍ୟର ଅନ୍ୟ ମେଡିକାଲ କଲେଜରେ ସିଟ୍‌ ସଂଖ୍ୟା ଶହେ ରହିଛି। ଚଳିତ ଶିକ୍ଷାବର୍ଷରେ ବୁର୍ଲା ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ସିଟ୍‌ ୨୦୦ରୁ ବଢ଼ି ୨୫୦ ହୋଇଛି। ମୋଟ ୪୦ ଏକର ଜାଗାରେ ଗଢ଼ି ଉଠିଥିବା ଯାଜପୁର ମେଡିକାଲ କଲେଜରେ ୧୦୦ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଓ ୪୨୦ ଶଯ୍ୟାବିଶିଷ୍ଟ ଚିକିତ୍ସାଳୟ ବ୍ୟବସ୍ଥା ରହିଛି। ଏନ୍‌ଏମ୍‌ସିର ଗାଇଡ୍‌ ଲାଇନ୍ ମୁତାବକ ପ୍ରାକ୍ଟିକାଲ୍‌ ଲ୍ୟାବ୍, ୫ ହଜାର ପୁସ୍ତକ ଥାଇ ଅତ୍ୟାଧୁନିକ ଲାଇବ୍ରେରି, ୨୧ଟି ଜାତୀୟ ଓ ୯ଟି ଅନ୍ତର୍ଦେଶୀୟ ଜର୍ଣ୍ଣାଲ୍‌ ଥିବା ମେଡିକାଲ୍‌ ରିସର୍ଚ୍ଚ ଜର୍ଣ୍ଣାଲ୍‌ ସେଣ୍ଟର, ମ୍ୟୁଜିୟମ ଥିଏଟର, ୪ଟି ଲେକ୍‌ଚର ଥିଏଟର, ଶବ୍ଦରୋଧୀ ଅଡିଟୋରିୟମ୍, ଡିଜିଟାଲ୍‌ କ୍ଲାସ୍ ରୁମ, ୫ ଶହ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ୍‌ ହଷ୍ଟେଲ, ଡାକ୍ତର ଓ କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ ସହ ସୁଦୃଢ଼ ଭିତ୍ତିଭୂମି ରହିଛି। ଏଣେ ଯାଜପୁର ମେଡିକାଲ କଲେଜ ସଂଲଗ୍ନ ଚିକିତ୍ସାଳୟ ବି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁନାହିଁ। କେବଳ ୪ଟି ବିଭାଗରେ ବହିର୍ବିଭାଗ କାର୍ଯ୍ୟ କରୁଛି। ଏଠାରେ ନିଯୁକ୍ତ ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିିକତ୍ସାଳୟକୁ ଯାଇ ସେବା ଯୋଗାଉଛନ୍ତି।

Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.