Jagatsinghpur: ଆଦାନୀ ଵିଲମାର କମ୍ପାନିରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

3 weeks ago 13
ARTICLE AD BOX

ଜଗତସିଂହପୁର: ପାରାଦୀପସ୍ଥିତ ଆଦାନୀ ଵିଲମାର ତେଲ କମ୍ପାନିରେ ଯୁବକଙ୍କ ମୃତ୍ୟୁକୁ ନେଇ ବୁଧବାର ରାତିରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଯୁବକ ସେଠାରେ କାମ କରୁଥିବା ବେଳେ ତାଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ପୁଲିସ ମୁହାଁମୁହିଁ ହେବାରୁ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ଏପରି ହୋଇଛି ମୃତଦେହ ପର୍ଯ୍ୟନ୍ତ ପୁଲିସକୁ ପହଞ୍ଚିବାକୁ ନାକେଦମ୍ ହେବାକୁ ପଡ଼ିଛି। ଅତିରିକ୍ତ ଏସପିଙ୍କ ସମେତ କିଛି ପୁଲିସ କର୍ମଚାରୀ ଆକ୍ରମଣର ଶିକାର ହୋଇଥିବା କୁହାଯାଉଛି।

ମୃତ ଯୁବକ ହେଲେ ବାଲିଡିଆ ଅଞ୍ଚଳର ପ୍ରସନ୍ନ ବେଉରା। ଏ ନେଇ ତାଙ୍କ ମା ଯଶୋଦା ବେଉରା ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଜଣାପଡ଼ିଛି, ପ୍ରସନ୍ନ ୮/୯ ବର୍ଷ ହେଲା ଆଦାନୀ ଵିଲମାର ତେଲ କମ୍ପାନିରେ କାମ କରୁଥିଲେ। ଗତ ତିନିଦିନ ତଳେ ରାତ୍ରକାଳୀନ ଡ୍ୟୁଟି କରୁଥିବା ବେଳେ ତାଙ୍କ ଆଖି ଲାଗି ଯାଇଥିଲା। ଏ ନେଇ କମ୍ପାନି କର୍ତ୍ତୃପକ୍ଷ ପ୍ରସନ୍ନଙ୍କୁ ରିପୋର୍ଟ ତଲବ କରିଥିଲେ। ଏହାକୁ ନେଇ ପ୍ରସନ୍ନ ଉତକ୍ଷିପ୍ତ ହେବା ସହ ଛାତ ଉପରକୁ ଯାଇ ଆତ୍ମହତ୍ୟା କରିବେ ବୋଲି କମ୍ପାନି କର୍ତ୍ତୃପକ୍ଷଙ୍କୁ ଧମକ ଦେଇଥିଲେ। ପରେ କିଛି ବ୍ୟକ୍ତିଙ୍କ ଉପସ୍ଥିତିରେ ଆପୋସ ବୁଝାମଣା ହୋଇଥିଲା। ବୁଧବାର ସକାଳ ପ୍ରାୟ ୯ଟାରେ ଡ୍ୟୁଟିକୁ ଯାଇଥିଲେ। କିନ୍ତୁ ଅପରାହ୍ନ ୫ଟା ସୁଦ୍ଧା ଘରକୁ ଫେରି ନ ଥିଲେ। ପରିବାର ଲୋକ ତାଙ୍କ ସାଥୀ କର୍ମଚାରୀଙ୍କୁ ପଚାରି ବୁଝିବା ପରେ ସେମାନେ କହିଥିଲେ ପ୍ରସନ୍ନଙ୍କ ବାଇକ୍ ଓ ଚପଲ କମ୍ପାନି ଭିତରେ ରହିଛି। କିନ୍ତୁ ତାଙ୍କର କୌଣସି ପତ୍ତା ମିଳୁ ନାହିଁ। ପୂର୍ବରୁ ମଧ୍ୟ ପ୍ରସନ୍ନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆ ଯାଇଥିଲା। ଏଥିପାଇଁ ଯଶୋଦା କମ୍ପାନୀର ଦୁଇ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ପ୍ରସନ୍ନଙ୍କ ମୃତ୍ୟୁ ହୋଇଥିବା ଆଇଆଇସି ବବିତା ଦେହୁରୀ ସ୍ପଷ୍ଟ କରିଛନ୍ତି।

ଆହୁରି ପଢନ୍ତୁ:Drone: ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ଯୁବକ ଅଟକ

ମିଳିଥିବା ସୂଚନା ଅନୁସାରେ, କମ୍ପାନି ପରିସରରେ ଏକ ନିଛାଟିଆ ସ୍ଥାନରେ ପ୍ରସନ୍ନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। କିନ୍ତୁ ଉତ୍ତେଜନା ଲାଗି ରହିଥିବାରୁ ରିପୋର୍ଟ ଲେଖା ହେବା ବେଳକୁ(ରାତି ପ୍ରାୟ ୧୨ଟା) ମୃତଦେହକୁ ତଳକୁ ଓହ୍ଲାଯାଇ ପାରି ନ ଥିଲା। ବାଲିଡିଆ, ପାରାଦୀପଗଡ଼ର ଶତାଧିକ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇଥିବା ବେଳେ ଉତ୍ତେଜନା ଲାଗି ରହିଛି। ପ୍ରାୟ ୧ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ମୁତୟନ କରା ଯାଇଥିବା ବେଳେ ଅତିରିକ୍ତ ଏସପି ଆଜିଙ୍କ୍ୟ ମାଣେ, ଆଇଆଇସି ବବିତା ଦେହୁରୀ, ଲକ୍ ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ, ଅଭୟଚାନ୍ଦପୁର ଥାନା, ମେରାଇନ ଥାନା ଆଇଆଇସି ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଦୁଇ ଗ୍ରାମର ସରପଞ୍ଚ, ପ୍ରସନ୍ନଙ୍କ ପରିବାର ଲୋକ, ଅତିରିକ୍ତ ଏସପି, ଆଇଆଇସିଙ୍କ ଉପସ୍ଥିତିରେ ଆଲୋଚନା କରା ଯାଉଥିବା ସୂଚନା ମିଳିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.