ARTICLE AD BOX
ପୁରୀ: ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା। ବନକ ଲାଗି ବେଳେ ପ୍ରଶାସକ ପଶିବାରୁ ଦତ୍ତ ମହାପାତ୍ର ସେବକ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଆକ୍ରମଣ ଅଭିଯୋଗ। ଜଣେ ଦତ୍ତ ମହାପାତ୍ର ସେବକଙ୍କୁ ଉଠାଇ ଆଣିଛି ପୁଲିସ। ରଥ ପୂର୍ବରୁ ଏଭଳି ଅଘଟଣକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ପଚରାଉଚରା ପରେ ଆଗାମୀ ପଦକ୍ଷେପ ନିଆଯିବ
ସୂଚନା ଅନୁଯାୟୀ, ବନକଲାଗି ନୀତି ଚାଲିଥିବା ବେଳେ ନୀତି ସମୟକୁ ନେଇ କମାଣ୍ଡର ଓ ଓଏସ୍ଡି ନୀତି ସମ୍ପର୍କରେ କଥା ହେବାକୁ ଭିତରକୁ ଯାଇଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦତ୍ତ ମହାପାତ୍ର ସେବକ ଓ କମାଣ୍ଡର ଠେଲାପେଲା ହେବାରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ ତୁରନ୍ତ ହସ୍ତକ୍ଷେପ କରିଥିଲା। ବୁଝାସୁଝା କରିବା ନିମନ୍ତେ ପୁଲିସ ବନକଲାଗି ସେବକଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ନେଇଯାଇଛି। ତେବେ ଏହି ଘଟଣା ଯୋଗୁଁ ଶ୍ରୀମନ୍ଦିର ଅନ୍ୟ ନୀତିରେ କୌଣସି ପ୍ରକାରର ବ୍ୟାଘାତ ସୃଷ୍ଟି ହୋଇନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନୀତି ନିର୍ଦ୍ଧାରିତ ସମୟରେ ହିଁ ଚାଲିଥିଲା। ରଥଯାତ୍ରା ଆସନ୍ନ ଥିବା ବେଳେ ଏଭଳି ଘଟଣା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ପ୍ରଶାସନ ପରିସ୍ଥିତିର ସମୀକ୍ଷା କରୁଛନ୍ତି। ଭବିଷ୍ୟତରେ ଏଭଳି ଘଟଣା ନ ଘଟିବା ପାଇଁ ସୁରକ୍ଷା ଓ ସମନ୍ୱୟ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କୁହାଯାଇଛି। ପୁଲିସ ପଚରାଉଚରା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
School Closed: ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲାର ସମସ୍ତ ସ୍କୁଲ ଆଜି ବନ୍ଦ

2 weeks ago
8


