ARTICLE AD BOX
ଅନ୍ତର୍ଜାତୀୟ ଟେବୁଲ ଟେନିସ୍ରେ ଭାରତ ନୂଆ ଇତିହାସ ରଚିଛି। ମଙ୍ଗଳବାର ପ୍ରକାଶିତ ଆଇଟିଟିଏଫ୍ ବିଶ୍ବ ମାନ୍ୟତାର ଶୀର୍ଷ ୧୦ରେ ପ୍ରଥମ ଥର ଲାଗି ଭାରତ ୩ ଯୁଗଳ ଯୋଡ଼ି ରହିଛନ୍ତି। ମାନବ ଠକ୍କର ଓ ମନୁଷ ଶାହ ପୁରୁଷ ଯୁଗଳ ମାନ୍ୟତାର...
/sambad/media/media_files/2026/07/14/14bbs_38_14072026_112-2026-07-14-19-30-15.jpg)
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟେବୁଲ ଟେନିସ୍ରେ ଭାରତ ନୂଆ ଇତିହାସ ରଚିଛି। ମଙ୍ଗଳବାର ପ୍ରକାଶିତଆଇଟିଟିଏଫ୍ ବିଶ୍ବ ମାନ୍ୟତାର ଶୀର୍ଷ ୧୦ରେ ପ୍ରଥମ ଥର ଲାଗି ଭାରତ ୩ ଯୁଗଳ ଯୋଡ଼ି ରହିଛନ୍ତି। ମାନବ ଠକ୍କର ଓ ମନୁଷ ଶାହ ପୁରୁଷ ଯୁଗଳ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ଭାରତୀୟ ଯୋଡ଼ଇଙ୍କ ଏହା ସର୍ବୋଚ୍ଚ ମାନ୍ୟତା। ମହିଳା ଯୁଗଳରେ ଦିୟା ଚିତାଲେ ଓ ଯଶସ୍ବିନୀ ଘୋରପାଡ଼େ ଦଶମରେ ରହିଛନ୍ତି। ମିଶ୍ରିତ ଯୁଗଳରେ ଦିୟା ଓ ମନୁଷ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଏହି ମାନ୍ୟତା ଭାରତ ପାଇଁ ବଡ଼ ଖୁସି ଆଣିଛି। ଆଗାମୀ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଟିଟି ଯୁଗଳ ପ୍ରତିଯୋଗିତା ଥିବାରୁ ଭାରତର ପଦକ ଆଶା ରହିବ।
Farm Worker Dies କୃଷିକ୍ଷେତରେ କାମ କରୁଥିଲେ ଶ୍ରମିକ, ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଲା
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
11


