Israel: ସବୁ ସାମରିକ ଛୁଟି ବାତିଲ୍‌ କଲା ଇସ୍ରାଏଲ, ଇରାନ ଉପରେ ନୂଆ ଆକ୍ରମଣ ଆଶଙ୍କା

1 hour ago 1
ARTICLE AD BOX

ୱାସିଂଟନ: ଇରାନ ଉପରେ ପୁଣି ଆକ୍ରମଣ ପାଇଁ ଇସ୍ରାଏଲ ପ୍ରସ୍ତୁତ ହେଉଥିବା ନେଇ ଆଶଙ୍କା ବଢ଼ିଛି। ଇସ୍ରାଏଲ ସେନା ସମସ୍ତ ସାମରିକ ଛୁଟି ବାତିଲ୍‌ କରିଥିବା ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆମେରିକାର ସମର୍ଥନ ବିନା ଇରାନ ବିରୋଧରେ ନୂଆ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛନ୍ତି କି ବୋଲି ପ୍ରଶ୍ନ ଉଠିଛି। ଅଗଷ୍ଟ ୯ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଇସ୍ରାଏଲୀ ଚ୍ୟାନେଲ୍‌-୧୩ ଏ ସମ୍ପର୍କରେ ଖବର ଦେଇଛି।

ରିପୋର୍ଟ ଅନୁସାରେ, ୱାସିଂଟନ ଏବେ ଯୁଦ୍ଧକୁ ଆହୁରି ବଢ଼ାଇବା ପରିବର୍ତ୍ତେ ଉତ୍ତେଜନା ହ୍ରାସ କରିବାର ରାସ୍ତା ଖୋଜୁଛି। ଏହି ସମୟରେ ଆମେରିକାର ସେଣ୍ଟ୍ରାଲ୍‌ କମାଣ୍ଡର ମୁଖ୍ୟ ଆଡମିରାଲ୍‌ ବ୍ରାଡ୍‌ କୁପର ଇସ୍ରାଏଲରେ ପହଞ୍ଚିଛନ୍ତି। ସେ ଇସ୍ରାଏଲୀ ସେନାର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍‌ ଏୟାଲ୍‌ ଜମିର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଇସ୍ରାଏଲ ସେନା ପୂର୍ବରୁ ମଧ୍ୟ ଏଭଳି ପଦକ୍ଷେପ ନେଇଥିଲା। ଫେବ୍ରୁଆରି ୨୬ରେ ସମସ୍ତ ସାମରିକ ଛୁଟି ବାତିଲ୍‌ କରିବାର କିଛି ଦିନ ପରେ ଇରାନର ସର୍ବୋଚ୍ଚ ନେତାଙ୍କ ସହ ସମ୍ପୃକ୍ତ ସ୍ଥାନକୁ ଆକ୍ରମଣ କରାଯାଇଥିଲା। ଏବେ ପୁଣି ସମାନ ପଦକ୍ଷେପ ନିଆଯିବାରୁ ଇସ୍ରାଏଲ ନୂଆ ଅଭିଯାନ ପାଇଁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।

ଆହୁରି ପଢନ୍ତୁ: Accident: ଆନ୍ଧ୍ରରେ ଧକ୍କା ହୋଇ ପୋଲ ତଳକୁ ଖସିପଡ଼ିଲେ ବସ୍‌-ଟ୍ରକ୍‌, ୪୦ ଆହତ

ଚ୍ୟାନେଲ୍‌-୧୩ର ରିପୋର୍ଟ ଅନୁସାରେ, ଇସ୍ରାଏଲ ଆମେରିକାର ଅନୁମତି କିମ୍ବା ସାମରିକ ସହାୟତା ଉପରେ ନିର୍ଭର କରିବାକୁ ଚାହୁନାହିଁ। ଇରାନ ସହ କୂଟନୈତିକ ଆଲୋଚନାରେ ଆମେରିକା କୌଣସି ସମାଧାନରେ ପହଞ୍ଚିପାରୁ ନଥିବା ବେଳେ ଇସ୍ରାଏଲର ସମ୍ଭାବ୍ୟ ଆକ୍ରମଣ ନେଇ ଚର୍ଚ୍ଚା ବଢ଼ିଛି। ଅନ୍ୟପକ୍ଷରେ, ଆମେରିକାର ଜେନେରାଲ୍‌ ଡାନ୍‌ କେନ୍‌ ଯୁଦ୍ଧରୁ ବାହାରିବା ପାଇଁ ବିକଳ୍ପ ରାସ୍ତା ଖୋଜୁଥିବା ଏବଂ କେବଳ ବାୟୁଶକ୍ତି ବ୍ୟବହାର କରି ଇରାନକୁ ପରାସ୍ତ କରିବା ସମ୍ଭବ ନୁହେଁ ବୋଲି ଆକଳନ କରିଥିବା ଦାବି କରାଯାଇଛି।

ଆହୁରି ପଢନ୍ତୁ: FDI: ଏଫ୍‌ଡିଆଇ ମଞ୍ଜୁରି ସୀମା ୩ ଗୁଣା ବଢ଼ିବ

ଏପଟେ ଇରାନ ଇସ୍ରାଏଲ ପୁଣି ଆକ୍ରମଣ କଲେ ହାଇଫାର ତୈଳ ଶୋଧନାଗାର ଓ ତେଲ୍‌ ଅଭିଭ୍‌କୁ ଟାର୍ଗେଟ୍‌ କରିବାକୁ ଧମକ ଦେଇଛି। ଇସ୍ରାଏଲର ମିସାଇଲ୍‌ ପ୍ରତିରୋଧ ବ୍ୟବସ୍ଥା ଉପରେ ମଧ୍ୟ ଚାପ ବଢ଼ିପାରେ ବୋଲି ଆଶଙ୍କା ରହିଛି। ଇରାନ ସହ ଦୀର୍ଘ ସମୟ ଧରି ସଂଘର୍ଷ ଚାଲିଲେ ଆମେରିକାର ସିଧାସଳଖ ସାମରିକ ସମର୍ଥନ ବିନା ଇସ୍ରାଏଲ କେତେଦିନ ଯୁଦ୍ଧ ଜାରି ରଖିପାରିବ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ, ଇସ୍ରାଏଲର ଅକ୍ଟୋବର ନିର୍ବାଚନ ପୂର୍ବରୁ ନେତାନ୍ୟାହୁଙ୍କ ଉପରେ ରାଜନୈତିକ ଚାପ ରହିଛି। ଇରାନ ବିରୋଧରେ ସଫଳ ସାମରିକ ଅଭିଯାନ ତାଙ୍କ ରାଜନୈତିକ ସ୍ଥିତିକୁ ମଜବୁତ କରିପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.