ARTICLE AD BOX
ନୂଆଦିଲ୍ଲୀ:ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ବୀମା କମ୍ପାନି ମାଲିକାନା ନିୟାମକ କଡ଼ାକଡ଼ି କରିଛନ୍ତି। ବିଭିନ୍ନ ସ୍ତରରେ ନିୟାମକ ଅନୁମୋଦନକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ବୀମା କମ୍ପାନିରେ ନିବେଶକଙ୍କ ଅଂଶଧନ ୫ ପ୍ରତିଶତ, ୧୦ ପ୍ରତିଶତ, ୨୫ ପ୍ରତିଶତ, ୫୦ ପ୍ରତିଶତ ଓ ୭୫ ପ୍ରତିଶତ ଟପିଲେ, ପ୍ରତି ସ୍ତର ପାଇଁ ଅଲଗା ଅଲଗା ଅନୁମୋଦନ ହାସଲ କରିବାକୁ ପଡ଼ିବ। ଏକ ସଂସ୍ଥାର ସବୁଠୁ ବଡ଼ ଅଂଶଧନକାରୀ ହେଲେ ସେହିଭଳି ଅନୁମୋଦନ ଆବଶ୍ୟକ ହେବ। ମିଶ୍ରଣ ଓ ଅଧିଗ୍ରହଣ, ସେୟାର ହସ୍ତାନ୍ତର, କର୍ପୋରେଟ୍ ଢାଞ୍ଚାରେ ପରିବର୍ତ୍ତନ ପାଇଁ ମଧ୍ୟ ଅନୁମୋଦନ ଆବଶ୍ୟକ ହେବ। ଆଇଆର୍ଡିଏଆଇ ତରଫରୁ ବୀମା କମ୍ପାନି ପାଇଁ ‘ଫିଟ୍ ଆଣ୍ଡ୍ ପ୍ରପର୍’ ନୀତି ଗ୍ରହଣ କରାଯାଇଛି।
ସେୟାର ଅଦଳବଦଳ ବେଳେ ବି ଅନୁମତି ଦରକାର
ଏହା ଅଧୀନରେ ଏକ ସଂସ୍ଥା ବୀମା କମ୍ପାନି ପରିଚାଳନା କରିବାକୁ ହେଲେ ତାହା କେତେ ଉପଯୁକ୍ତ ପ୍ରଥମେ ବିଚାର କରାଯିବ। ଅର୍ଥାତ ଉକ୍ତ ସଂସ୍ଥାର ଆର୍ଥିକ ସ୍ଥିତି କଣ, ଭବିଷ୍ୟତରେ ତାହା ନୂତନ ପାଣ୍ଠି ନିବେଶ କରିପାରିବ ନା ନାହିଁ, ତାହାର ନିୟାମକ ନିୟମ ପାଳନର ଟ୍ରାକ୍ ରେକର୍ଡ କଣ ଆଦି ବିଚାରକୁ ନିଆଯିବ। ବୀମା କ୍ଷେତ୍ର ପାଇଁ ପ୍ରତ୍ୟେକ୍ଷ ବୈଦେଶିକ ପୁଞ୍ଜିନିବେଶ ନିୟମ କୋହଳ ହେବା ପରେ ଉଭୟ ଦେଶ ଭିତରର ଓ ବିଦେଶୀ କମ୍ପାନିମାନଙ୍କ ନିବେଶ ବୀମା କ୍ଷେତ୍ରରେ ବଢ଼ୁଥିବାରୁ ସମ୍ପୂର୍ଣ୍ଣ ଶିଳ୍ପ ଯେଭଳି ନିୟାମକ ନିରୀକ୍ଷଣରେ ରହିପାରିବ, ତାହା ନିଶ୍ଚିତ କରିବାକୁ ଏହି କଠୋର ନିୟମ ଲାଗୁ କରାଯାଇଛି। କୌଣସି ଏକ ବଡ଼ ସଂସ୍ଥା ବିଭିନ୍ନ ସହାୟକ ସଂସ୍ଥା ଜରିଆରେ ଅଳ୍ପ ଅଳ୍ପ କରି ବହୁ ପରିମାଣର ସେୟାର ରଖିବା ଭଳି ଘଟଣା ଆଉ ଲୁଚାଇ ହେବନାହିଁ। ସେହିଭଳି ଭାବେ ଯଦି କୌଣସି ବୀମା କମ୍ପାନିରେ ମିଳିତ ଅଂଶଧନ ୫ ପ୍ରତିଶତରୁ ଅଧିକ ହୋଇଯିବ ତେବେ ଆଇଆରଡିଏଆଇ ଅନୁମୋଦନ ଦେବାକୁ ପଡ଼ିବ। ସଂସ୍ଥା ଭିତରେ ସେୟାର ଅଦଳବଦଳ କରିବା ବେଳେ ବି ଅନୁମତି ଦରକାର ପଡ଼ିବ।
Venezuela Politics: ଭେନେଜୁଏଲାରେ ରାଜନୈତିକ ଆଲୋଚନା ପାଇଁ ଜେଲ୍ରୁ ପୂର୍ଣ୍ଣ ସମର୍ଥନ ପ୍ରକାଶ କଲେ ମାଦୁରୋ
ମିଶ୍ରଣ ଓ ଅଧିଗ୍ରହଣ ପାଇଁ ମଧ୍ୟ କଠୋର ନିୟମ ରହିଛି। ଅଣ ବୀମା ସଂସ୍ଥା ସହ ବୀମା କମ୍ପାନିକୁ ମିଶାଇ ମିଶ୍ରଣ କିମ୍ବା ଅଧିଗ୍ରହଣ ବେଳେ ପ୍ରତ୍ୟେକଟି ମାମଲାକୁ ନିର୍ଦ୍ଦିଷ୍ଟ ଭାବେ ବିଚାର କରାଯିବ। ଯେଉଁଠାରେ ସେଭଳି କାରବାର ଉପଯୁକ୍ତ ବୋଲି ମନେ ହେବ କେବଳ ସେହି କାରବାରକୁ ଅନୁମୋଦନ କରାଯିବ। କୌଣସି ବୀମା କମ୍ପାନି ପଲିସିଧାରକଙ୍କ ଟଙ୍କାକୁ ନିଜର ଦେୟ ଦେବାରେ ବ୍ୟବହାର କରିପାରିବେ ନାହିଁ। ଅର୍ଥାତ କୌଣସି ସଂସ୍ଥା ପଲିସିଧାରକଙ୍କ ଟଙ୍କା ଦେଇ ନିଜ ଋଣ, ମିଶ୍ରଣ ଖର୍ଚ୍ଚ କିମ୍ବା ପୂର୍ବରୁ ଥିବା ବକେୟାକୁ ଶୁଝିପାରିବେ ନାହିଁ।

8 hours ago
1


