ARTICLE AD BOX
ତେହେରାନ:ଇରାନ କହିଛି ଯେ କେବଳ ଓମାନ ସହିତ ଆଲୋଚନା ଦ୍ୱାରା ହର୍ମୁଜ୍ ପ୍ରଣାଳୀରେ ସ୍ୱାଭାବିକ ଯାତାୟାତ ପୁନଃସ୍ଥାପିତ ହୋଇପାରିବ ନାହିଁ। ଏହି ରଣନୈତିକ ଜଳପଥରେ ସ୍ୱାଭାବିକ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ପ୍ରକାରର ସର୍ତ୍ତାବଳୀ ପୂରଣ କରିବାକୁ ପଡିବ, ଯେଉଁଥିରେ ଇରାନ ବିରୋଧରେ ଆମେରିକାର କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଇରାନର ଏହି ବିବୃତି ଏପରି ଏକ ସମୟରେ ଦେଇଛି ଯେତେବେଳେ ଏହାର ଅଧିକାରୀମାନେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପ୍ରସଙ୍ଗରେ ଓମାନ ସହିତ ଆଲୋଚନା କରୁଛନ୍ତି। ଇରାନର ଏଭଳି ମନ୍ତବ୍ୟ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଆଶାକୁ ଏକ ଝଟ୍କା ଦେଇଛି।
ଚୁକ୍ତିନାମା ଉଲ୍ଲଂଘନ ଯୋଗୁଁ ହର୍ମୁଜ୍ ବନ୍ଦ
ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଇରାନୀ ଆଲୋଚନାକାରୀ ଦଳଙ୍କ ପକ୍ଷରୁ ଜଣାପଡ଼ିଛି ଇରାନ ଏବଂ ଓମାନ ମଧ୍ୟରେ ଚାଲିଥିବା ଆଲୋଚନା ଏକ ଦ୍ୱିପାକ୍ଷିକ ଚୁକ୍ତିରେ ପରିଣତ ହୋଇପାରେ। ତେବେ ହର୍ମୁଜ୍ ପ୍ରଣାଳୀକୁ ସୁରକ୍ଷିତ ଏବଂ ପୁନଃ ଖୋଲିବା ପାଇଁ ଆବଶ୍ୟକୀୟ ସର୍ତ୍ତାବଳୀ ପୂରଣ ହେବ ନାହିଁ। ଆଲୋଚନାକାରୀ ଦଳଙ୍କ ଅନୁସାରେ ଆମେରିକା ଚୁକ୍ତିନାମା ଉଲ୍ଲଂଘନ କରିବା ଯୋଗୁଁ ହର୍ମୁଜ୍ ପ୍ରଣାଳୀ ବନ୍ଦ ହୋଇଯାଇଛି। ସମସ୍ତ ଆବଶ୍ୟକୀୟ ସର୍ତ୍ତାବଳୀ ପୂରଣ ବିନା, ଇରାନ ଉପରେ ଆମେରିକାର ଆକ୍ରମଣ ବନ୍ଦ ନହେବା ପର୍ଯ୍ୟନ୍ତ ଏବଂ ସର୍ତ୍ତାବଳୀ ଗ୍ରହଣ ବିନା ପ୍ରଣାଳୀର ସ୍ଥିତି ଗୋଟିଏ ମାସ ପୂର୍ବର ଅବସ୍ଥାକୁ ଫେରିବ ନାହିଁ। ହର୍ମୁଜ୍ ପରିଚାଳନା ପାଇଁ ଭବିଷ୍ୟତର ବ୍ୟବସ୍ଥା ଉପରେ ଇରାନର ଆଲୋଚନା କେବଳ ଓମାନ ସହିତ ହେବ। ତେହେରାନ ଆମେରିକା ସହିତ ସିଧାସଳଖ ଆଲୋଚନା କରୁନାହିଁ। ଏହି ଆଲୋଚନା ଏକ ପ୍ରସ୍ତାବିତ କରିଡର ଉପରେ କେନ୍ଦ୍ରିତ, ଯାହା ହର୍ମୁଜ୍ ବିଷୟରେ ଓମାନର ଚିନ୍ତାର ସମାଧାନ କରିବ। ରିପୋର୍ଟରେ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ଆମେରିକୀୟ ଅଧିକାରୀଙ୍କଠାରୁ ସିଧାସଳଖ କିମ୍ବା ଆଞ୍ଚଳିକ ସହଯୋଗୀଙ୍କ ମାଧ୍ୟମରେ ପରସ୍ପର ବିରୋଧୀ ସଙ୍କେତ ଆଲୋଚନା ପ୍ରକ୍ରିୟାକୁ ଜଟିଳ କରିଛି। ଫଳରେ ତେହେରାନ ପାଇଁ ଚିନ୍ତା ସୃଷ୍ଟି କରିଛି। ଏଭଳି ବାହ୍ୟ ହସ୍ତକ୍ଷେପ ଆଲୋଚନାକୁ ବିଳମ୍ବିତ କିମ୍ବା ପଥଭ୍ରଷ୍ଟ କରିପାରେ ।
ହମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ। ଏହା ଦେଇ ବହୁ ପରିମାଣର ତୈଳ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସ୍ (ଏଲଏନଜି) ପରିବହନ ହୁଏ, ଯାହା ଅନ୍ତର୍ଜାତୀୟ ଶକ୍ତି ବଜାର ଏବଂ ଏହି ଅଞ୍ଚଳର ସ୍ଥିରତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ, ଇରାନ ଉପରେ ଆମେରିକାର ଆକ୍ରମଣ ଯୋଗୁଁ ଏହି ପଥ ବନ୍ଦ ରହିଛି।

1 hour ago
2


