Iran China Link: ଇରାନ-ଚୀନ୍ ଲିଙ୍କ୍: ଆଇଆରଜିସିକୁ ଆମେରିକୀୟ ବାୟୁସେନାର ଫଟୋ ଦେଇଥିଲା ବେଜିଂ

3 days ago 5
ARTICLE AD BOX

ବେଜିଂ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନ ଏବଂ ଚୀନ୍ ମଧ୍ୟରେ ଥିବା ଏକ ଗୁରୁତ୍ବପୂର୍ଣ୍ଣ ଲିଙ୍କ୍‌ର ପର୍ଦ୍ଦାଫାସ୍ ହୋଇଛି। ଚୀନ୍ ସହିତ ଜଡିତ ସଂଗଠନଗୁଡ଼ିକ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ(ଆଇଆରଜିସି)କୁ ଜୋର୍ଡାନରେ ଥିବା ଏକ ଆମେରିକୀୟ ବାୟୁସେନା ଘାଟିର ଉଚ୍ଚମାନର ସାଟେଲାଇଟ୍ ଚିତ୍ର ପ୍ରଦାନ କରିଥିଲେ। ଏହି ଚିତ୍ରଗୁଡ଼ିକ ଜୁଲାଇ ୧୭ରେ ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣ ପୂର୍ବରୁ ଏବଂ ପରେ ନିଆଯାଇଥିଲା। ଇରାନ ଦ୍ବାରା କରାଯାଇଥିବା ଆକ୍ରମଣରେ ତିନି ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଆମେରିକୀୟ ଅଧିକାରୀଙ୍କ ସୂଚନା ଆଧାରରେ ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ କହିଛି, ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ, ସେମାନେ ଏହି ଚିତ୍ରଗୁଡ଼ିକ ଏବଂ ଜୋର୍ଡାନର ମୁୱାଫାକ୍ ସଲ୍ଟି ବାୟୁସେନା ଘାଟି ଉପରେ ଆକ୍ରମଣ ମଧ୍ୟରେ ଏକ ଲିଙ୍କ୍ ପାଇଛନ୍ତି।ଆମେରିକା ଅନୁଯାୟୀ, ଚୀନ୍‌ର ସହାୟତାରେ ଇରାନ ଦ୍ୱାରା ହୋଇଥିବା ଆକ୍ରମଣରେ ଆମେରିକୀୟ ସୈନିକମାନେ ପ୍ରାଣ ହରାଇଛନ୍ତି। ତେବେ ଆମେରିକା ଏହି ଆକ୍ରମଣରେ ଚୀନ୍‌ର ସିଧାସଳଖ ସମ୍ପୃକ୍ତି ଥିବାନେଇ ଅଭିଯୋଗ କରିନାହିଁ। ଏହି ଘଟଣା ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କକୁ ଆହୁରି ଖରାପ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେପ୍ଟେମ୍ବର ୨୪ ତାରିଖରେ ହ୍ୱାଇଟ୍ ହାଉସ୍‌ରେ ସାକ୍ଷାତ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ପ୍ରକାଶ ପାଇଥିବା ଏହି ଗୁପ୍ତ ସୂଚନା ଯୋଗୁଁ ବୈଠକ ଉପରେ ଏହାର କିଭଳି ପ୍ରଭାବ ପଡ଼ିବ ସେନେଇ ନାନା କଳ୍ପାନଜଳ୍ପନା କରାଯାଉଛି।

ଅନ୍ୟ ଦେଶକୁ ବଦନାମ କରୁଥିବାର ଅଭିଯୋଗ

ଆମେରିକୀୟ ଅଧିକାରୀମାନେ ଚୀନ୍ ଅଧିକାରୀଙ୍କ ସମ୍ମୁଖ ଏହି ମାମଲା ଉଠାଇଥିଲେ। ଚୀନ୍ ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରି ଆମେରିକାକୁ ପ୍ରମାଣ ମାଗିଥିଲା। ୱାସିଂଟନ୍‌ରେ ଥିବା ଚୀନ୍ ଦୂତାବାସର ଜଣେ ମୁଖପାତ୍ର କହିଛନ୍ତି ଯେ, ଚୀନ୍ ଏବଂ ଇରାନର ସହଯୋଗ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ। ସେ ସମାଲୋଚକମାନଙ୍କୁ ଅନ୍ୟ ଦେଶକୁ ବଦନାମ କରୁଥିବାର ଅଭିଯୋଗ କରିଥିଲେ। ତେବେ ଚୀନ୍ ପ୍ରତିଷ୍ଠାନଗୁଡ଼ିକ ଜୁଲାଇ ୧୭ ଆକ୍ରମଣ ସହିତ ଜଡିତ ଚିତ୍ର ଇରାନକୁ ପ୍ରଦାନ କରିଥିଲେ କି ନାହିଁ ସେ ସମ୍ପର୍କରେ ସେ ସିଧାସଳଖ କୌଣସି ଉତ୍ତର ଦେଇ ନଥିଲେ।
ଜୁଲାଇ ୧୭ ତାରିଖରେ ହୋଇଥିବା ଆକ୍ରମଣରେ ୨୫ ବର୍ଷୀୟ ଲେଫ୍ଟନାଣ୍ଟ ଟାଇଲର୍ ଜେମ୍ସ ଫିହାନ୍, ୧୯ ବର୍ଷୀୟ ପ୍ରାଇଭେଟ୍ ଇସାବେଲା ଗୋଞ୍ଜାଲେସ୍ ଏବଂ ୨୮ ବର୍ଷୀୟ ସାର୍ଜେଣ୍ଟ ଆଞ୍ଜେଲ ଏସ୍. ରାମପର୍ସାଡ୍ ପ୍ରାଣ ହରାଇଥିଲେ। ଅନ୍ୟ ଚାରି ଜଣ ଆମେରିକୀୟ ସୈନିକ ଆହତ ହୋଇଥିଲେ। ଇରାନ୍ ୨୪ ଘଣ୍ଟା ମଧ୍ୟରେ ବାୟୁସେନା ଘାଟି ଉପରେ ତିନୋଟି କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। କ୍ଷେପଣାସ୍ତ୍ରଗୁଡ଼ିକ ଆମେରିକୀୟ ସୈନିକ ଶୋଇଥିବା ସ୍ଥାନରେ ମାଡ଼ କରାଯାଇଥିଲା। ଏହା ସହ ଘାଟିରେ ରହିଥିବା ବିମାନକୁ ଟାର୍ଗେଟ କରିଥିଲା।

Ganga Aarti: ସନାତନ ପରମ୍ପରା ସାତ ସମୁଦ୍ର ପାର ହୋଇ ଲଣ୍ଡନରେ ପହଞ୍ଚିଲା: ଟେମ୍ସ ନଦୀରେ ପ୍ରଥମ ଗଙ୍ଗା ଆରତୀ

ଏପ୍ରିଲ୍ ମାସର ପ୍ରାରମ୍ଭରେ, ଇରାନ ଚୀନ୍ ନିର୍ମିତ ଗୁପ୍ତଚର ଉପଗ୍ରହ ବ୍ୟବହାର କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା। ମେ’ ମାସରେ, ଆମେରିକା ତିନୋଟି ଚୀନ୍ ଭିତ୍ତିକ ଉପଗ୍ରହ କମ୍ପାନି ଉପରେ କଟକଣା ଲଗାଇଥିଲା। ସେପ୍ଟେମ୍ବର ୧୦ ତାରିଖରେ, ଇରାନ ପୁଣି ଥରେ ମୁୱାଫାକ୍ ସଲ୍ଟି ବାୟୁ ଘାଟି ଉପରେ ଆକ୍ରମଣ କରିଥିଲା। ରିପୋର୍ଟରେ କିଛି ଆମେରିକୀୟ ବିମାନକୁ କ୍ଷତି ପହଞ୍ଚାଇବାର ସୂଚନା ଦିଆଯାଇଥିଲା, କିନ୍ତୁ ଟ୍ରମ୍ପ ଏହାକୁ ଅସ୍ୱୀକାର କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.