Iran Attack: ଆକ୍ରମଣର ୪ମାସ ପରେ ପ୍ରଥମ ଥର ପାଇଁ ଖେମିନିଙ୍କ ଧ୍ବଂସ ବାସସ୍ଥାନର ଭିଡ଼ିଓ ଜାରି କଲା ଇରାନ

3 weeks ago 11
ARTICLE AD BOX

ତେହେରାନ: ଆମେରିକା ସେନା ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମେନିଙ୍କ ବାସଭବନ ଉପରେ ଏକ ବଡ଼ ଆକ୍ରମଣ କରିବାର ଚାରି ମାସରୁ ଅଧିକ ସମୟ ପରେ,ବୁଧବାର ଦିନ ନିହତ ନେତାଙ୍କ ଅଫିସିଆଲ୍ ୱେବସାଇଟ୍ ଏବଂ ଦେଶର ସରକାରୀ ଟିଭି ତାଙ୍କ ବାସଭବନ ପରିସରରେ ଏକ ମସଜିଦ ଥିବାର ଭିଡିଓ ପ୍ରସାରଣ କରିଛି। ତେବେ ସରକାରୀ ଟିଭି ଆକ୍ରମଣରେ ଧ୍ୱଂସ ହୋଇଥିବା କୋଠାର ବିବରଣୀ ପ୍ରଦାନ କରିନାହିଁ।

Heavy Rain: ମହାରା‌ଷ୍ଟ୍ରରେ ପ୍ରବଳ ବର୍ଷା: ପାତାଳଗଙ୍ଗା ନଦୀରେ ଭାସିଗଲା ୩ ହଜାର ଗ୍ୟାସ୍ ସିଲିଣ୍ଡର

ଖେମିନି ଏବଂ ପରିବାରର ସଦସ୍ୟଙ୍କ ମୃତ୍ୟୁ

ଫେବ୍ରୁଆରି ୨୮ ତାରିଖରେ, ଆମେରିକା ଏବଂ ଇସ୍ରାଏଲୀ ସେନା ଦ୍ୱାରା ମିଳିତ ଭାବରେ କରାଯାଇଥିବା ଏକ ବିମାନ ଆକ୍ରମଣରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣରେ ମୃତକଙ୍କ ମଧ୍ୟରେ ଇରାନ ପ୍ରତିରକ୍ଷା ମନ୍ତ୍ରୀ ଆମିର ନାସିରଜାଦେ ଏବଂ ରିଭୋଲ୍ୟୁସନରୀ ଗାର୍ଡ କମାଣ୍ଡର ମହମ୍ମଦ ପାକପୁର ମଧ୍ୟ ଥିଲେ। ଖେମିନିଙ୍କ ଝିଅ, ନାତି, ଜ୍ୱାଇଁ ଏବଂ ବୋହୂ ମଧ୍ୟ ପ୍ରାଣ ହରାଇଥିଲେ। ଯୁଦ୍ଧ ଆରମ୍ଭରେ ଇସ୍ରାଏଲ ଏବଂ ଆମେରିକା ଇରାନ ଟାର୍ଗେଟ ଉପରେ ବୋମା ପକାଇବା ସମୟରେ ଖେମିନି ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଜତାବା ଖେମିନି ଆହତ ହୋଇଥିବା କୁହାଯାଉଛି, କିନ୍ତୁ ତାଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସାର୍ବଜନୀନ ଭିଡିଓ ଅବା ଫଟୋ ପ୍ରକାଶିତ ହୋଇନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.